ଧର୍ମଶାଳା,୩୧/୩( ସନ୍ଧାନ ନିୟୁଜ /ପ୍ରଶାନ୍ତ ସାମଲ) ଧର୍ମଶାଳା ବ୍ଲକ ଏଣ୍ଡଳବା ପଂଚାୟତ ମାଳହାଟରେ ଅଜି ସ୍ଥିତି ପରଖିବାକୁ ଧର୍ମଶାଳା ବିଡିଓ ସ୍ମିତା ରଥ ଓ ଯୋଗାଣ ଅଧିକାରୀ ଜଗମୋହନ ଦାସ ପହ‚ôଥିଲେ । ହାଟରେ ଜନ ଗହଳି ଲାଗି ରହିଥିବା ଦେଖି ବିରକ୍ତି ପ୍ରକାଶ କରିବା ସହିତ ଲୋକମାନଙ୍କୁ ସତର୍କ କରାଇଥିଲେ । ବିଡିଓଙ୍କୁ ଦେଖି ହାଟରେ ରୁଣ୍ଡ ହୋଇଥିବା ଲୋକମାନେ ଛତ୍ର ଭଙ୍ଗ ଦେଇ ଯିଏ ଯୁଆଡେ ପଳାଇଯାଇଥିଲେ । କିଛି ସମୟ ମଧ୍ୟରେ ହାଟ ଶୁନ ଶାନ ହୋଇଯାଇଥିଲା । ହାଟରେ ଯୋଗ ଦେଇଥିବା ବେପାରୀ ମାନଙ୍କୁ ହାଟ ଛାଡି ଚାଲିଯିବାକୁ ନିଦେ୍ର୍ଦଶ ଦେଇଥିଲେ । ଏଥି ସହିତ ସେ ଅନ୍ୟ ପଂଚାୟତରେ ମଧ୍ୟ କରୋନା ପାଇଁ ସଚେତନତାର ବାର୍ତା ଦେଇଥିଲେ । କରୋନା ଦାଉରୁ ରକ୍ଷା ପାଇବା ପାଇଁ ନିଜେ ସଚେତନ ରହିବା ସହିତ ଅନ୍ୟଙ୍କୁ ସଚେତନତାର ବାର୍ତା ବାନ୍ସିଥିଲେ । ସେଠାରେ ପୁର୍ବରୁ ଉପସ୍ଥିତ ଥିବା ନେତାଜୀ ସାମ୍ବାଦିକ ସଙ୍ଘର ସଦସ୍ୟ ମାନଙ୍କୁ ସାମାଜିକ ଦୁରତା ବଜାୟରଖିବାର ମନ୍ତ୍ର ବାନ୍ଟିବାକୁ ଉପଦେଶ ଦେଇଥିଲେ ।
ମାଳହାଟରେ ସ୍ଥିତି ଅନୁଧ୍ୟାନ କଲେ ବିଡିଓ
|
March 31, 2020 |
