ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କୋରୋନା ମହାମାରୀ କାୟା ବିସ୍ତାର କରିଥିବା ଦେଖିବାକୁ ମିଳିଛି

Spread the love
ମାଲକାନଗିରି, ୦୮/୦୮/୨୦ (ସନ୍ଧାନ ନିଉଜ) : ମାଲକାନଗିରି ଜିଲ୍ଲାରେ କୋରୋନା ମୁକାବିଲାକୁ ନେଇ ଜିଲ୍ଲା ପ୍ରଶାସନକଂ ପଦକ୍ଷେପକୁ ନେଇ ବ୍ୟବସାୟୀ ମାନଙ୍କର ବିରୋଧ। ଜିଲ୍ଲାରେ ଦିନକୁ ଦିନ କୋରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ମାଲକାନଗିରି ପୌରପରିଷଦରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି।କୋରୋନା ମୁକାବିଲାକୁ ନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପକୁ କିଛି ବ୍ୟବସାୟୀ ମାନେ ବିରୋଧ କରୁଛନ୍ତି। ଜିଲ୍ଲାରେ ଦିନକୁ ଦିନ କୋରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ମାଲକାନଗିରି ପୌରପରିଷଦରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ପ୍ରତ୍ୟେକ ଦିନ ପୌରପରିଷଦରୁ କୋରୋନା ପଜିଟିଭ୍ କମିବାର ଦେଖାଯାଉ ନ ଥିବା ବେଳେ ଆଜି ମଧ୍ୟ ୪୭ ଟି ପଜିଟିଭ୍  କେସ୍ ସାମ୍ନାକୁ ଆସିଛି ।କୋରୋନା ମହାମାରୀ ପୌରାଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସଟ୍ ଡାଉନ, ଲକ୍ ଡାଉନ, କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଉଥିବା ବେଳେ ତା.୦୫.୦୮.୨୦୨୦ ରିଖ ରାତି ୦୮ ଠାରୁ ତା.୨୦.୦୮.୨୦୨୦ ରିଖ ପର୍ଯ୍ୟନ୍ତ ମାଲକାନଗିରି ପୌରାଞ୍ଚଳକୁ ବଫର୍ ଜୋନ୍ ଘୋଷଣା କରିଛନ୍ତି ।ଏ ନେଇ ପ୍ରଶାସନ ଡ଼ାକବାଜି ଯନ୍ତ୍ର ଦ୍ବାରା ଘୋଷଣା କରିଛନ୍ତି। ଘୋଷଣା ପରେ ବ୍ୟବସାୟୀ ମାନଙ୍କ ମଧ୍ୟରେ ଗୋଟିଏ ପ୍ରକାର ଛନକା ପଶିଛି। ଦୀର୍ଘ 4 ମାସ ଧରି ସେମାନଙ୍କ ବ୍ୟବସାୟ ବେଉସା ଠପ୍ ହୋଇଯାଇଛି। ରୋଜଗାର କିଛି ହୋଇ ପାରୁନି।କେନ୍ଦ୍ର ସରକାରଙ୍କ ଅନ୍ ଲକ୍ ଘୋଷଣା ପରେ ବ୍ୟବସାୟ କରିବାକୁ ସୁଯୋଗ ମିଳିବ ବୋଲି ଆଶା ରଖିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ବଫର୍ ଜୋନ୍ ଘୋଷଣା ପରେ ସେମାନଙ୍କ ସଂସାର ଓ ବ୍ୟବସାୟ କିପରି ଚାଲିବ ସେ ନେଇ ମନରେ ଛନକା ପଶିଯାଇଛି।ଏ ନେଇ ଆଜି ୨୫ ରୁ ଉର୍ଦ୍ଧ୍ବ ବ୍ୟବସାୟୀ  ଜିଲ୍ଲାପାଳଙ୍କୁ ତାଙ୍କର ଗୁହାରି ଜଣାଇବାକୁ ଯାଇଥିଲେ, କିନ୍ତୁ ବଫର୍ ଜୋନ୍ ଘୋଷଣା ହୋଇଥିବାରୁ ଜିଲ୍ଲାପାଳ ସେମାନଙ୍କୁ ସାକ୍ଷାତ କରିବାକୁ ଅନୁମତି ଦେଇ ନ ଥଲେ। ତାଙ୍କର ଆଶା ଥିଲା ଯେ, ଜିଲ୍ଲାପାଳ ଆମର ଗୁହାରି ଶୁଣି ଆମ ସଂସାର କିପରି ଚାଲିବ ଓ ଆମେ କିପରି ଗୁଜୁରାଣ ମେଣ୍ଟାଇପାରିବୁ ସେ ନେଇ ଉଚିତ ପଦକ୍ଷେପ ନେବେ ଓ ଆମ ସହ ଆଲୋଚନା କରିବେ।କିନ୍ତୁ ଜିଲ୍ଲାପାଳ ସାକ୍ଷାତ ନଦେବାରୁ ବ୍ୟବସାୟୀ ମାନେ ନିରାଶ ହୋଇ ଫେରିଛନ୍ତି। କିନ୍ତୁ ବ୍ୟବସାୟୀ ମାନେ ଆସନ୍ତା କାଲିଠାରୁ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବେ ବୋଲି ନିଷ୍ପତି ନେଇଛନ୍ତି ଓ କହିଛନ୍ତି ସେମାନେ କୋଭିଡ୍ ୧୯ କୁ ଆଖି ଆଗରେ ରଖି ସମସ୍ତ ନିୟମ ମାନିବେ।ଏବେ ଦେଖିବାକୁ ବାକି ରହିଲା ଯେ ବ୍ୟବସାୟୀ ମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ନା ସେମାନେ ଆସନ୍ତା କାଲି ଦୋକାନ ଖୋଲୁଛନ୍ତି।ଏ ବିଷୟରେ ଜିଲ୍ଲାପାଳଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Related Posts

About The Author

Add Comment