ଯାଜପୁର, ୨୨/୦୩/୨୧ (ସନ୍ଧାନ ନିଉଜ) : ଚଳିତ ବର୍ଷ ମାର୍ଚ୍ଚ ୨୩ ତାରିଖକୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଓଡିଶା ଆଗମନର ଶତବାର୍ଷିକୀ ଭାବେ ପାଳନ କରାଯିବ । ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ମହାତ୍ମା ଗାନ୍ଧୀ ପ୍ରଥମ ଥର ପାଇଁ ଓଡିଶାରେ ପଦାର୍ପଣ କରିଥିଲେ । ସ୍ୱାଧୀନତା ସଂଗ୍ରାମକୁ ଅଧିକ ଋଦ୍ଧିମନ୍ତ କରିବା ସହ ଏହି ସମୟରେ ସ୍ୱାଧୀନତା ସଂଗ୍ରାମକୁ କ୍ରୀୟାଶୀଳ କରିବା ପାଇଁ ପାଣ୍ଠି ସଂଗ୍ରହ ମଧ୍ୟ ଗାନ୍ଧିଜୀଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ କରାଯାଇଥିଲା । ସେହି ସ୍ମରଣୀୟ ଦିବସର ସ୍ମୃତି ଚାରଣ ସହ ଆଗାମୀ ପିଢୀକୁ ସ୍ୱାଧୀନତା ସଂଗ୍ରାମର ମହନୀୟତା ସଂପର୍କରେ ଅବଗତ କରାଇବାକୁ ସରକାର ପଦକ୍ଷେପ ନେଇଚ୍ଥନ୍ତି । ମାର୍ଚ୍ଚ ୨୩ ତାରିଖ ସଂଧ୍ୟା ୬ ଘଟିକା ୩୦ ମିନିଟ୍ ସମୟରେ ନାଟ୍ୟକାର ଶଙ୍କର ତ୍ରୀପାଠୀଙ୍କ ରଚିତ ଓ ନରୋତ୍ତମ ପରିଡାଙ୍କ ନିଦେ୍ର୍ଦଶନାରେ ଗାନ୍ଧୀଙ୍କ ଓଡିଶା ନାମରେ ଏକ ନାଟକ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ମଞ୍ଚସ୍ଥ ହେବ । ଶଙ୍କର ତ୍ରୀପାଠୀଙ୍କ ଦ୍ୱାରା ରଚିତ ଏହି ନାଟକ ରାଜ୍ୟର ସମସ୍ତ ଜିଲ୍ଳ୍ାରେ ମାର୍ଚ୍ଚ ୨୩ ତାରିଖରେ ମଞ୍ଚସ୍ଥ ହେବ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଳ୍ା ପ୍ରଶାସନ, ଓଡିଶା ସଂଗୀତ ନାଟକ ଏକାଡେମୀ ଏବଂ ପୂଣ୍ୟ ଉକôଳ ଅନୁଷ୍ଠାନର ମିଳିତ ସହଯୋଗରେ ଯାଜପୁରରେ ଏହା ଆୟୋଜିତ ହେବ । ସେହିପରି ସ୍ୱାଧୀନତା ସଂଗ୍ରାମର ସଂଗ୍ରାମୀ ମାନଙ୍କୁ ପୂଜ୍ୟ ପୂଜାର ସମ୍ମାନ ସ୍ୱରୂପ ଜିଲ୍ଳ୍ାର ଦୁଇ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବରୀ କାଇପଡାର ଦଧୀଚି ସାହୁ ଓ ବଡଚଣା ବାଲିପଡିଆର ନୀଳମଣି ସାମଲଙ୍କୁ ସେମାନଙ୍କ ନିଜସ୍ୱ ଗୃହରେ ଜିଲ୍ଳ୍ା ପ୍ରଶାସନ ପକ୍ଷରୁ ମାନପତ୍ର, ଉପଢୈାକନ ପ୍ରଦାନ କରି ସମ୍ୱର୍ଦ୍ଧନାର ବ୍ୟବସ୍ଥା କରାଯାଇଚ୍ଥି । ଚଳିତ ବର୍ଷ ଏକାଧିକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଦିବସକୁ ସ୍ମରଣୀୟ ଭାବେ ପାଳନ କରାଯିବ ବୋଲି ଜିଲ୍ଳ୍ାପାଳ ଚକ୍ରୱର୍ତ୍ତି ସିଂହ ରାଠୋର ସୂଚନା ଦେଇଚ୍ଥନ୍ତି । ଏଥିପାଇଁ ଜିଲ୍ଳ୍ା ସଂସ୍କୃତି ପରିଷଦରେ ଆଲୋଚନା କରାଯାଇ କାର୍ଯ୍ୟସୂଚୀ ଚୁଡାନ୍ତ ହୋଇଚ୍ଥି ।
ମାର୍ଚ୍ଚ ୨୩ ରେ ସଂସ୍କୃତି ଭବନରେ ଗାନ୍ଧୀଙ୍କ ଓଡିଶା ଆଗମନ ନାଟକ ମଞ୍ଚସ୍ଥ ହେବ ।
|
March 23, 2021 |