ମାରୁତି କୃପା ପରିଷଦ ଆନୁକୁଲ୍ୟରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଟିତ ହେବ

Spread the love

ଯାଜପୁର ସଦର, ୩୦ା୦୩: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ବନ୍ଧଡିହ ହାଟ ନିକଟସ୍ଥ ମାରୁତି କୃପା ପରିଷଦ ଚାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ଶ୍ରୀଶ୍ରୀ ରାମଚନ୍ଦ୍ରଙ୍କର ତ୍ରୟଦଶ ବାର୍ଷିକ ଉତ୍ସବ ଅନୁଷ୍ଟିତ ହେବାକୁ ଯାଉଥିବା ବେଳେ, ମାରୁତି କୃପା ପରିଷଦର ସଦସ୍ୟା ମାନଙ୍କୁ ନେଇ ୪ ଦିନ ଧରି ବିଶ୍ୱର କଲ୍ୟାଣ ପାଇଁ ଯଜ୍ଞ ଅନୁଷ୍ଟିତ ହେବାକୁ ଯାଉଚି । ତା ୦୧/୦୪/୨୦୨୩ ରିଖ ଠାରୁ ଆରମ୍ଭ କରାଯାଇ ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ଗୋପୂଜା, କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମର କରି ଯଜ୍ଞ ମଣ୍ଡପ ପରିଶରରେ ବିରଷ୍ଠ ପାଣ୍ଡିତ ମାନଙ୍କୁ ନେଇ ଯଜ୍ଞ କାର୍ଯ୍ୟ ଅନୁଷ୍ଟିତ ହେବାକୁ ଯାଉଥିବା ବେଳେ, ମାରୁତି କୃପା ପରିଷଦର କର୍ମକର୍ତ୍ତା ମାନଙ୍କୁ ନେଇ ପ୍ରତି ବର୍ଷ ପରି ଏବର୍ଷ ଅନୁଷ୍ଟିତ ହେଉଚି । ଯଜ୍ଞ କୁଣ୍ଡରେ ବରିଷ୍ଠ ପଣ୍ଡିତ ମାନଙ୍କୁ ନେଇ ଯଜ୍ଞ ମଣ୍ଡପ ପରିଶରରେ ଆହୁତି ପ୍ରଦାନ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଉଥିବା ବେଳେ, ପ୍ରବଚକ ଗଗନ ଗୁରୁଜୀ ମହାଶୟ ଏହି ଅବସରରେ ଯଜ୍ଞ କମିଟି ପକ୍ଷରୁ ଆଲୋକ, ପାନୀୟ ଜଳ, ସ୍ୱାସ୍ଥ୍ୟ ପରିମଳ ଉପରେ ନଜର ଦେବା ପାଇଁ କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଚି । ପ୍ରତି ସଂଧ୍ୟାରେ ରାମ ଚରିତ ମାନସ ପାରାୟଣ ପାଠ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ । ହଜାର ହଜାର ଦର୍ଶକଙ୍କ ସାମଗମକୁ ଆଖିଆଗରେ ରଖି ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ଆନନ୍ଦ ବଜାର ବ୍ୟବସ୍ଥା କରାଯାଉଚି । ଭକ୍ତ ମାନେ ମହାପ୍ରଭୂଙ୍କ ଦର୍ଶନ ଲାଭ କରିବା ସହିତ ଭକ୍ତ ମାନେ ଯୋଗ ଦେବାପାଇଁ ମାରୁତି କୃପା ପରିଷଦ ପକ୍ଷରୁ ନିବେଦନ କରାଯାଇଚି । ପ୍ରବଚନର କାର୍ଯ୍ୟକ୍ରମ ଗଗନ ଗୁରୁଜୀଙ୍କ ଦ୍ୱାରା ପ୍ରବଚନ ଅନୁଷ୍ଟିତ ହେବା ବୋଲି ପରିଷଦ ପକ୍ଷରୁ ଜଣାଯାଇଚି । ଅର୍ଜ୍ଜୁନ ଚରଣ ମହାନ୍ତିଙ୍କ ଦ୍ୱାରା ରାମଚରିତ ମାନସ ପାଠ କରାଯିବ ବୋଲି ଜଣାଯାଇଚି ।

Related Posts

About The Author

Add Comment