ଯାଜପୁର ସଦର,୧୮ା୦୪: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ବନ୍ଧଡିହ ଗ୍ରାମର ନର୍ସରୀ ପଡ଼ିଆ ପରିଶରରେ ମାରୁତିକୃପା ପରିଷଦ ଆନୁକୁଲ୍ୟରେ ଅନୁଷ୍ଟିତ ହେବାକୁ ଯାଉଥିବା ୪ଦଶ ବାର୍ଷିକ ସ୍ୱନକ୍ଷତ୍ର ଦିବସ ଅବସରରେ ତା ୧୯/୦୪/୨୪ ଶୁକ୍ରବର ଠାରୁ ତା ୨୨/୦୪/୨୪ ରିଖ ସୋମବାର ପର୍ଯ୍ୟନ୍ତ ଅଙ୍କୁରା ରୋପଣ ଶନିବାର କଳସ ଶୋଭାଯାତ୍ରା ବାହାରୀ ବ୍ରାହ୍ମଣୀ ନଦୀରୁ ଜଳ ଉଠାଯାଇ ମାରୁତିକୃପା ପରିଷଦ ମନ୍ଦିର ପରିଶରରେ ଯଜ୍ଞ ମଣ୍ଡପ ପ୍ରାଙ୍ଗଣରେ ଅଗ୍ନି ସ୍ଥାପନ ବରିଷ୍ଠ ପଣ୍ଡିତ ମାନଙ୍କୁ ନେଇ ଯଜ୍ଞ କାର୍ଯ୍ୟ କରାଯିବ ବୋଲି ମାରୁତି କୃପା ପରିଷଦର କର୍ମକର୍ତ୍ତା ଆୟୋଜକ ମାନେ ସୂଚନା ପ୍ରଦାନ କରିଛନ୍ତି । ଏହି ଅବସରରେ ତା ୨୦/୦୪/୨୪ ରିଖ ଭଜନ ସଂଧ୍ୟା ବିଭିନ୍ନ କଣ୍ଠଶିଳ୍ପୀ ମାନଙ୍କ କଣ୍ଠରୁ ପରିବେଶଣ କରାଯିବ, ୨୧/୦୪/୨୪ ରବିବାର ଯଜ୍ଞାହୁତୀ କାର୍ଯ୍ୟକ୍ରମ, ରାମଚରିତ ମାନସ ପାରାୟଣ ଏବଂ ପ୍ରବଚନ ପରିମହଂସ, ଶ୍ରୀମଦ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମାହାରାଜ ପ୍ରବଚନ ଦେବେ, ସେହିପରି ତା ୨୨/୦୪/୨୪ ସୋବାର ଯଜ୍ଞ ପୂର୍ଣ୍ଣାହୁତୀ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ, ସଂଧ୍ୟା ୭ଘଟିକା ସମୟରେ ରାଧାକୃଷ୍ଣ ଭଜନ ସଂଧ୍ୟା ବିଭିନ୍ନ ଶିଳ୍ପୀ ମାନଙ୍କ କଣ୍ଠରୁ ପରିବେଶଣ କରାଯିବ ମୁଖ୍ୟ ଆକର୍ଷଣ ସଂମ୍ପୁର୍ଣ୍ଣା ପରମିତା(ସ୍ୱର ଓଡ଼ିଶା ବିଜେତା) ସଙ୍ଗୀତ ପରିବେଶଣ କରିବେ । ମାରୁତିକୃପା ପରିଷଦ କମିଟି ପକ୍ଷରୁ ହଜାର ହଜାର ଦର୍ଶକଙ୍କ ସମାଗମକୁ ଆଖିଆଗରେ ରଖି କମିଟି ପକ୍ଷରୁ ପାନୀୟ ଜଳ, ଆଲୋକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ପରିମଳ ଉପରେ ନଜର ରଖାଯାଇଚି । ମରୁତି କୃପା ପରିଷଦ ଚାରିଟେବୁଲଟ୍ରଷ୍ଟର ସଦସ୍ୟ ମାନେ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ମାରୁତିକୃପା ପରିଷଦ ଚାରିଟେବୁଲଟ୍ରଷ୍ଟ ଆନୁକୁଲ୍ୟରେ ସ୍ୱନକ୍ଷତ୍ର ଅନୁଷ୍ଟିତ
|
April 19, 2024 |