ମାଫିଆଙ୍କ କବଳରୁ ରକ୍ଷା ପାଉନାହିଁ ବିରଳ ଧଳାପଥର ପାହାଡ

Spread the love

ବାରିପଦା ୨୧/୦୭(ଲିଙ୍ଗରାଜ ପାଣ୍ଡା);- ମୟୁରଭଞ୍ଜ ଜିଲ୍ଲାର ସାରସକଣା ଓ ବାଙ୍ଗିରିପୋଷି ବ୍ଲକ ଅଂଚଳରେ ଅବସ୍ଥିତ ବିରଳ ଧଳାପଥରର ବିଶାଳ ଆକାର ପାହାଡ ଥିବାର ପ୍ରମାଣ ମିଳେ । କିନ୍ତୁ ଦୁଃଖର ବିଷୟ ଯେ ସେ ସମସ୍ତ ଆଜି ଧୀରେ ଧୀରେ ଲୁପ୍ତ ହେବାକୁ ବସିଲାଣି ।
ଏହି ଅଂଚଳରେ ଥିବା ପଥର ମାଫିଆ ସରକାରଙ୍କ ଆଖିତଳେ ଦିନ ଦ୍ୱିପହରରେ ଲୁଟ କରି ବାହାର ରାଜ୍ୟକୁ ଉଚ୍ଚା ଦାମରେ ବିକ୍ରୀ କରି ଚାଲିଛନ୍ତି । ଏଠାକାର ମାଇନ୍ସ ବିଭାଗ,ଜଙ୍ଗଲ ବିଭାଗ ସବୁ ଜାଣି ଅଜଣା ହୋଇ ନାମକୁ ମାତ୍ର ଚଢଉ କରୁଛନ୍ତି । ବିଗତ ଦଶ ପନ୍ଦର ବର୍ଷ ତଳର ପାହାଡ ଦେଖିଲେ ଆଜି ତାହା ପ୍ରାୟ ସମତଳ ଭୂମି ବା କିଛି କିଛି ଜାଗାରେ ବିରାଟ ଖାଳ ହୋଇଥିବାର ପରିଲକ୍ଷିତ ହେଉଛି । ସ୍ଥାନୀୟ ମୁରବୀଙ୍କ କହିବା ମୁତାବକ ଏହା ଦିନେ ଏତେ ବିଶାଳ ଥିଲା ଓ ଜଙ୍ଗଲରେ ଭରପୁର ଥିଲା ଯେ ସାଧାରଣ ଲୋକ ଯିବାକୁ ମଧ୍ୟ ଭୟ କରୁଥିଲେ । ପ୍ରତ୍ୟେକ ଦିନ ସେଠାରୁ ଭାରି ଯାନ ଓ ଟ୍ରାକ୍ଟର ଯୋଗେ ବୋଲଡାର, ମେଟାଲଓ ଚିପ୍ସ ଆକାର କରି ନେଇ ବାହାର ରାଜ୍ୟ ବିଶେଷ କରି କଲିକତା ଚୋରା ଚାଲାଣ କରୁଥିବାର ଚର୍ଚ୍ଚା ହେଉଛି । ଏହି ବିରଳ ଧଳାପଥର ଗୁଣ୍ଡ ସବୁ କାଚ କାରଖାନାରେ କାମରେ ଲାଗେ ଓପାଉଡର ଡିତରଜେନଟ ଫେକ୍ଟ୍ରି ମାନଙ୍କରେ ଉଚ୍ଚା ଦାମରେ ବିକ୍ରୀ ହୋଇଥାଏ । ଏଣୁ ଜିଲ୍ଲାର କେବଳ ସାରସକଣା ଓ ବାଙ୍ଗିରିପୋଷି ଆଖପାଖ କିଛି ଅଂଚଳରେ ଏହି ବିରଳ ପଥରର ପାହାଡ ସବୁ ରହିଛି । ଏହି କରୋନା ମହାମାରୀ ତଥା ଲକଡାଉନ ସେମାନଙ୍କୁ ଅତ୍ୟନ୍ତ ସୁହାଇଛି । କାରଣ ଏ ସମୟରେ ସରକାର ସଭିଙ୍କୁ ଘରେ ରୁହନ୍ତୁ କହୁଥିବା ବେଳେ ଏହି ମାଫିଆମାନେ ଅନବରତ ଭାବେ ପଥର ସବୁ ତାଡି ଚୋରାଚାଲାଣ କରିବାରେ ବ୍ୟସ୍ତ । ପାହାଡ ନିକଟରେ ଥିବା ସରଳ ନିରୀହ ଆଦିବାସୀ ମାନଙ୍କୁ ଅଳ୍ପ ମଜୁରୀରେ ଶ୍ରମୀକ ଭାବେ ବ୍ୟବହାର କରି ସେମାନଙ୍କ ପାଟି ବି ଚୁପ କରିଦେଇଛନ୍ତି । ପ୍ରଶାସନ ସବୁ ଜାଣି ଚେଇଁ ଶୋଇଥିବା ବେଳେ ଏ ମାଫିଆଙ୍କ କାୟବିସ୍ତାର ହେବାରେ ଲାଗିଛି । ଆହୁରିମଧ୍ୟ ସେମାନେ କିଛି ବାବୁଙ୍କୁ ଟଙ୍କା ବଳରେ ନିଜ ପକେଟରେ ରଖି ଏପରି ସମାଜ ବିରୋଧୀ କାର୍ଯ୍ୟ କରି ଚାଲିଛନ୍ତି ବୋଲି ବୁଦ୍ଧିଜୀବୀ ନହଲରେ ଆଲୋଚନା ହେଇଛି । ଏମାନଙ୍କୁ ଯଦି ରୋକାନଯାଏ ତେବେ ଆଗାମୀ ପିଢି ପାହାଡ କାହାକୁ କହନ୍ତି ଚିହ୍ନି ପାରିବେ ନାହିଁ ଏହା ସତ୍ୟ ।

Related Posts

About The Author

Add Comment