ବ୍ରହ୍ମପୁର ୧୭/୧୨ (ସନ୍ଧାନ ନିୟୁଜ) ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ସୋମବାର ପୂର୍ବାହ୍ନରେ ବ୍ରହ୍ମପୁର ବଡମେଡିକାଲ ସମ୍ମୁଖରେ ୭୩ତମ ଘଣ୍ଟ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ା ଏହି ପରିପ୍ରେକ୍ଷୀରେ ଦସ୍ତଖତ ସମ୍ବଳିତ ଏକ ସ୍ମାରକ ପତ୍ର ବଡମେଡିକାଲ ଅଧିକ୍ଷକ ଡାକ୍ତର ଚରଣ ପଣ୍ଡା ଏବଂ ମେଡିକାଲ କଲେଜ ଅଧକ୍ଷ ଡାକ୍ତର ରାଧା ମାଧବ ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଛି ା ୨୪ଘଣ୍ଟିଆ ରେଡିଓ ଡାଇଗ୍ନୋସିସ୍ ବିଭାଗ, ଆଞ୍ଚଳିକ ନିଦାନ କେନ୍ଦ୍ର (ଆରଡିସି) ଓ ପାଥୋଲୋଜି ବିଭାଗ ଚାଲୁ କରି ସମସ୍ତ ରୋଗୀଙ୍କୁ ପରୀକ୍ଷା କରାଇବା ସହିତ ତୁରନ୍ତ ରିପୋର୍ଟ ପ୍ରଦାନ କରିବା ଦାବି କରାଯାଇ ଘଣ୍ଟ ପିଟି ପ୍ରତିବାଦ ଜଣାଇଥିଲେ ା ସେହିପରି ଦୀର୍ଘ ଦିନରୁ ବନ୍ଦ ରହିଥିବା ସିଟି ସ୍କାନ୍ ମେସିନ କାଯର୍ୟକ୍ଷମ କରିବାକୁ ଦାବୀ କରାଯାଇଥିଲା ା ଅନ୍ୟପକ୍ଷରେ ରୋଗୀ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଥିବା ବଡମେଡିକାଲ ଅଧିକ୍ଷକ ଡାକ୍ତର ପଣ୍ଡା କହିଛନ୍ତିା ମଞ୍ଚ ସଂଯୋଜକ ଅବନୀ କୁମାର ଗୟାଙ୍କ ନେତୃତ୍ୱରେ ଉକ୍ତ ଆନ୍ଦୋଳନରେ ଉସଭାପତି ବଂଶୀଧର ଭୂୟାଁ, ବିନୋଦ ଗମାଙ୍ଗ, ଅଭିନାଶ ଭୂୟାଁ, ମନୋଜ କୁମାର ତରାଇ, ମହେଶ୍ୱର ବାଡ୍ଯଯା, ମାଗୁଣୀ ନାହାକ ପ୍ରମୁଖ ଉପସ୍ଥିତ ଥିଲେ ା
Report- Tutu


