କୋରାପୁଟ ; ତା୧୮-୧୧(ସନ୍ଧାନ ନିୟୁଜ) : ଓଡିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ,ଏପିପିଆଇ ଓ ପିଏଚଆରଏସର ମିଳିତ ସହାୟତାରେ ଆରମ୍ଭ ହୋଇଥିବା କ୍ରେସ କୋରାପୁଟ ବ୍ଲକ ଅନ୍ତର୍ଗତ ମାନବାରଠାରେ ଉଦଘାଟିତ ହୋଇଯାଇଛି ।୭ ମାସରୁ ୩ ବର୍ଷର ଶିଶୁମାନଙ୍କୁ ଦିନକୁ ୭ ରୁ ୮ ଘ. ପର୍ଯ୍ୟନ୍ତ ରଖାଯାଇ ସେମାନଙ୍କର ଖାଦ୍ୟପେୟର ଯତ୍ନ ନିଆଯିବା ସହ ଶାରୀରିକ ଓ ମାନସିକ ବିକାଶ ଏବଂ ବିଭିନ୍ନ ରୋଗରୁ ଦୂରେଇ ରଖିବା ପାଇଁ ଅଧିକା ଧ୍ୟାନ ଦିଆଯିବ ବୋଲି ଜଣାପଡିଛି ।ପରୀକ୍ଷାମୂଳକ ଭାବେ କୋରାପୁଟ ସଦରବ୍ଲକରେ ୧୫ ଟି ଓ ଦଶମନ୍ତପୁର ବ୍ଲକରେ ୧୫ ଟି ଶିଶୁଗୃହ ଖୋଲାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଉର୍ମିଳା ସିଂ ପ୍ରକାଶ କରିଛନ୍ତି ।ମାନବାରଠାରେ ଆମ ଶିଶୁଗୃହକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଉର୍ମିଳା ସିଂ ଆନୁଷ୍ଟାନିକଭାବେ ଉଦଗାଟନ କରିଥିଲେ ।ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଓ କାର୍ଯ୍ୟକାରୀତା ପାଇଁ ସେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।ଏହି କାର୍ଯ୍ୟକ୍ରମରେ କୋରାପୁଟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁଷମା ମହାପାତ୍ର , ଜିଲ୍ଲା ପୋଷଣ ପରିଚାଳିକା ମମତା ମହାନ୍ତି , ମିଶନଶକ୍ତି ଜିଲ୍ଲା ସଂଯୋଜିକା ବିନୋଦିନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପିଏଚଆରଏସର କର୍ମକର୍ତାମାନେ ଯୋଗଦେଇ ପରିଚାଳନା କରିଥିଲେ ।
ତାଜା ଖବର
- ହୋଲିଖେଳ ସାରି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବ୍ରାହ୍ମଣୀ ନଦୀରେ ବୁଡି ନାବାଳକର ମୃତ୍ୟୁ,
- ପବନସୁତ ହନୁମାନ ପୂଜା କମିଟି ପକ୍ଷରୁ ହୋଲି ମହୋତ୍ସବ ପାଳିତ
- କୁରୁମକେଲ ଗ୍ରାମରେ ଦୋଳଯାତ୍ରା ଓ ହୋଲି ମହୋତ୍ସବ
- ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ନୀଳାଚଳ ଇସ୍ପାତ ନିଗମ ଦ୍ଵାରା ପ୍ରତିଷ୍ଠାତା ଜାମସେଟଜୀ ନୁସରୱାନଜୀ ଟାଟାଙ୍କ ୧୮୭ତମ ଜନ୍ମ ଜୟନ୍ତୀ ପାଳିତ
- ୪୫ତମ ବିଶ୍ୱଶାନ୍ତି ଗୀତାଯଜ୍ଞ ଉଦଯାପିତ
- ଜେନାପୁର ମା’ହିଙ୍ଗୁଳା ଦେବୀଙ୍କ ଉତ୍ସବ ନିମନ୍ତେ ପ୍ରସ୍ତୁତି
- ବହୁ ପୁରାତନ ରାଧାକାନ୍ତ ମେଲଣ ଅନୁଷ୍ଟିତ ହେବାକୁ ଯାଉଚି
- ଜମି ବିବାଦ ଘଟଣାରେ ତହସିଲ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀ ଧାରଣା ଦେଲେ
- ମା ଭଗବତୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦ୍ଯାପନି ଦିବସ ଅନୁଷ୍ଟିତ
- ଯଜ୍ଞ ଅବସରରେ କାହ୍ନା ଭଜନ ସଂଧ୍ୟା ଅନୁଷ୍ଟିତ



