ମାଦକ ଦ୍ରବ୍ୟ ନିୟନ୍ତ୍ରଣ କର୍ମଶାଳା ଅନୁଷ୍ଠିତ

Spread the love

ଯାଜପୁର, ୨୭/୧୦/୨୦୨୧ (ସନ୍ଧାନ ନିଉଜ) : ନିଶା ବା ମାଦକ ଦ୍ରବ୍ୟ ଏକ ନୀରବ ହତ୍ୟାକାରୀ । ଏହା କବଳରେ ପଡୁଥିବା ବ୍ୟକ୍ତିମାନେ ନିଜ ଜାଣତ ବା ଅଜାଣତରେ ଅକାଳ ମୃତୁ୍ୟକୁ ଆମନ୍ତ୍ରଣ କରିଥାନ୍ତି ବୋଲି ବକ୍ତାମାନେ ମତ ବ୍ୟକ୍ତ କରିଚ୍ଥନ୍ତି । ବୁଧବାର ପୂର୍ବାହ୍ନରେ ଜାତୀୟ ଟବାକୋ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆଧାରରେ ଜିଲ୍ଳ୍ା ସ୍ୱାସ୍ଥ୍ୟ ସମିତି , ଯାଜପୁର ପକ୍ଷରୁ ଟବାକୋ ନିୟନ୍ତ୍ରଣର ଆଇନ ବ୍ୟବସ୍ଥା ସଂପର୍କରେ ଏକ ଦିବସୀୟ କର୍ମଶାଳା ଜିଲ୍ଳ୍ା ମୁଖ୍ୟ ଚିକିସôାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍ା ମୁଖ୍ୟ ଚିକିସôା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିରଞ୍ଚି ନାରାୟଣ ବାରିକ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ମାଦକ ଦ୍ରବ୍ୟର ଅପକାରିତା ସଂପର୍କରେ ଅନେକ ସଚେତନତା କାର୍ଯ୍ୟକ୍ରମ ପ୍ରଣୟନ କରିଚ୍ଥନ୍ତି । ତେବେ ଜନ ସାଧାରଣ ଏହାର ଅପକାରିତାକୁ ହୃଦୟଙ୍ଗମ କଲେ ଏହାର ସୁପଂଳ ମିଳି ପାରିବ ବୋଲି ସେ କହିଥିଲେ । ଅତିରିକ୍ତ ଜିଲ୍ଳ୍ା ମୁଖ୍ୟ ଚିକିସôାଧିକାରୀ ଡା. ସୁଧାଂଶୁ ଶେଖର ବଳ ଦିନକୁ ଦିନ ମାଦକ ଦ୍ରବ୍ୟର ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସମାଜ ପ୍ରତି କ୍ଷତିକରଣ । ଆଇନରେ ଅନେକ ବ୍ୟବସ୍ଥା ରହିଚ୍ଥି । ଏହାକୁ ପ୍ରତ୍ୟେକ ଅନୁପାଳନ ସହ ମୂଲ୍ୟବାନ ଜୀବନ ରକ୍ଷା କରିବାକୁ ସେ ମତ ଦେଇଥିଲେ । ରାଜ୍ୟ ବିଷୟ ବିଶାରଦ ଭାବେ ଯୋଗ ଦେଇ ଡା. ଗିରିଜା ଶଙ୍କର ମିଶ୍ର ମାଦକ ଦ୍ରବ୍ୟ ବ୍ୟବହାର, ବିଜ୍ଞାପନ, ପିଲା ମାନଙ୍କ ଉପରେ ପ୍ରଭାବ ଇତ୍ୟାଦି ସଂପର୍କରେ ଆଇନରେ ଥିବା ବ୍ୟବସ୍ଥା ଆର୍ଥିକ ଦଣ୍ଡ ଓ ଜେଲ ବ୍ୟବସ୍ଥା ଇତ୍ୟାଦି ସଂପର୍କରେ ବିଷଦ ଭାବେ ଅବଗତ କରାଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏ.ଡି.ଏମ୍.ଓ. ଡା. ଅନୁପ କୁମାର ନାଥଶର୍ମା, ଏଡିପିଏଚ୍ଓ(ପରିବାର କଲ୍ୟାଣ) ଡା. ଶିବାଶୀଷ ମହାରଣା, ଡା. ପ୍ରଦୀପ୍ତ ସାହୁ, ଡା. ଦେବରାଜ ହିଂସଡାଲେ, ଏପିଡୋମୋଲୋଜିଷ୍ଟ ଡା. ପାର୍ଥ ସାରଥୀ ମିଶ୍ର ପ୍ରମୁଖ ଯୋଗଦେଇ ମାଦକ ଦ୍ରବ୍ୟ ସେବନ ଦ୍ୱାରା କର୍କଟ, ପୁଂସ୍ପୁଂସ୍ ନଷ୍ଟ ଇତ୍ୟାଦି ଦୁରାରୋଗ୍ୟ ରୋଗ ସଂପର୍କରେ ବିଷଦ ତଥ୍ୟ ଉପସ୍ଥାପନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତାପସ କୁମାର ମହାପାତ୍ର, ଶୁଭେନ୍ଦୁ କୁମାର ଭୋଇ, ବ୍ରହ୍ମାନନ୍ଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

About The Author

Add Comment