ଭୁବନେଶ୍ୱର,(ସନ୍ଧାନ ନ୍ୟୁଜ୍) : ଭାରତୀୟ ଷ୍ଟେଟ ବ୍ୟାଙ୍କ ବୁଧବାର ନିର୍ବାଚନୀ ବଣ୍ଡ ମାମଲାରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି । ଏଥିରେ ୨୦୨୪ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ କିଣା ଯାଇଥିବା ନିର୍ବାଚନୀ ବଣ୍ଡର ବିବରଣ ସାମିଲ । ଏସବିଆଇ ଦ୍ୱାରା ଉପଲବ୍ଧ ତଥ୍ୟ ଅନୁଯାୟୀ, ୨୦୧୯ ଏପ୍ରିଲ ୧ରୁ ଏପ୍ରିଲ ୧୧ ସୁଦ୍ଧା ମୋଟ୍ ୩୩୪୬ ବଣ୍ଡ କିଣା ଯାଇଛି । ଏଥିରୁ ୧୬୦୯ ବଣ୍ଡ ନଗଦ ଆକାରରେ ମିଳିଛି । ଅର୍ଥାତ ମାତ୍ର ୧୧ ଦିନରେ ୩୩୦୦ରୁ ଅଧିକ ନିର୍ବାଚନୀ ବଣ୍ଡ ରାଜନୈତିକ ପାର୍ଟି ମିଳିଛି ।ଏସବିଆଇ ଦ୍ୱାରା ପ୍ରଦତ ସୂଚନା ଅନୁଯାୟୀ, ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଫେବୃଆରୀ ୧୫ ସୁଦ୍ଧା ମୋଟ୍ ୧୮,୮୭୧ ନିର୍ବାଚନୀ ବଣ୍ଡ କିଣା ଯାଇଥିଲା । ଏହା ସହିତ ୨୦,୪୨୧ ବଣ୍ଡ କ୍ୟାସ୍ ଆକାରରେ ମିଳିଛି । ଏହା ପୂର୍ବରୁ ଏସବିଆଇ ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ମଙ୍ଗଳବାର ସନ୍ଧ୍ୟାରେ ନିର୍ବାଚନ ଆୟୋଗଙ୍କୁ ସେହି ସଂଗଠନର ବିବରଣୀ ପ୍ରଦାନ କରିଛି, ଯାହାଙ୍କ ବଣ୍ଡ ରାଜନୈତିକ ପାର୍ଟିକୁ ମିଳିଛି । ସୁପ୍ରିମକୋର୍ଟ ସୋମବାର ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ନିର୍ବାଚନ ଆୟୋଗ ନିକଟରେ ନିର୍ବାଚଣ୍ଡର ବିବରଣୀ ପ୍ରଦାନ କରିବାକୁ ଏସବିଆଇକୁ ଆଦେଶ ଦେଇଥିଲେ ।ନିର୍ବାଚନ ଆୟୋଗ ମଧ୍ୟ ଜଣାଇଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ୨୦୨୪ ଫେବୃଆରୀ ୧୫ ଓ ମାର୍ଚ୍ଚ ୧୧ର ଆଦେଶକ୍ରମେ ଏସବିଆଇ ଦ୍ୱାରା ଆମକୁ ନିର୍ବାଚନୀ ବଣ୍ଡ ସଂପର୍କିତ ବିବରଣୀ ମିଳିଛି । ସୁପ୍ରିମକୋର୍ଟ ଆୟୋଗଙ୍କୁ ଏହି ଆଦେଶ ମଧ୍ୟ ଦେଇଛନ୍ତି ଯେ, ବ୍ୟାଙ୍କ ଦ୍ୱାରା ପ୍ରଦତ ତଥ୍ୟକୁ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ନିଜର ୱେବସାଇଟରେ ପ୍ରକାଶିତ କରିବାକୁ ପଡିବ ।ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ଫେବୃଆରୀ ୧୫ରେ ଏକ ଐତିହାସିକ ରାୟ ଶୁଣାଇ କେନ୍ଦ୍ର ସରକାରଙ୍କ ନିର୍ବାଚନୀ ବଣ୍ଡ ଯୋଜନାକୁ ରଦ୍ଦ କରି ଏହାକୁ ଅସାମ୍ବିଧାନିକ ଘୋଷଣା କରିଥିଲେ । ଏହା ସହିତ ନିର୍ବାଚନ ଆୟୋଗଙ୍କୁ ଦାନଦାତାଙ୍କ ଦ୍ୱାରା ଦାନ କରାଯାଇଥିବା ଅର୍ଥ ରାଶିର ଖୁଲାସା କରିବାକୁ ଆଦେଶ ଦେଇଥିଲେ ।
ମାତ୍ର ୧୧ ଦିନରେ ବିକ୍ରି ହୋଇଗଲା ୩୩୦୦ରୁ ଅଧିକ ନିର୍ବାଚନୀ ବଣ୍ଡ, ସୁପ୍ରିମକୋର୍ଟରେ ଏସବିଆଇର ସତ୍ୟପାଠ ଦାଖଲ
|
March 13, 2024 |