ମାତିଛନ୍ତି ବାଲି ମାଫିଆ; ବାଲିପାଟଣା ଗ୍ରାମ ବ୍ରାହ୍ମଣୀ ନଦୀ ପଠାରୁ ବେଧଡକ ଚାଲିଛି ଚୋରା ବାଲି ଚାଲାଣ

Spread the love
ଯାଜପୁର, ୦୫/୦୨ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ରସଲପୁର ବ୍ଲକ ର ବାଲିପାଟଣା ଗ୍ରାମ ରେ ଅନେକ ଦିନ ହେବ ମାତିଛନ୍ତି ବାଲି ମାଫିଆ ବ୍ରହ୍ମମଣି ନଦୀ ପଠା ରୁ ଵେଧକ ଚାଲିଛି ବାଲି ଚୋରା ଚାଲାଣ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛି ପ୍ରଶାସନ  ଏହି ଚୋରା ବାଲି ଚାଲାଣ କୁ ରୋକ ଲଗେଇବା ପାଇଁ  ବାଲିପାଟଣା ଗ୍ରାମ ବାସି ବାରମ୍ବାର ପ୍ରଶାସନ କୁ ଅଭିଯୋଗ କରିଥିଲେ ପ୍ରଶାସନ ସବୁ ଜାଣି ମଧ୍ୟ୍ୟ ଚୁପ !ବାଲିପାଟଣା ଗ୍ରାମର ମୁଖ୍ୟ ବନ୍ଧ ରାସ୍ତା ରେ ଏହି  ବାଲି ଚାଲାଣ ଟ୍ରାକ୍ଟର  ବେପରୁଆ ଗାଡି ଚାଳନା ଓ  ବେଆଇନ ଭାବେ ନଦୀଶଯ୍ୟାରୁ ବାଲି ଉଠାଇ ବିକ୍ରି କରିବା କିଛି ଲୋକଙ୍କର ନିଶା ପାଲଟି ଯାଇଛି। ଏପଯେ କେଉଁଠି ନଦୀ କୂଳ ଖାଉଛି ତ କେଉଁଠି ଗୋଷ୍ଠୀ ସଙ୍ଘର୍ଷ ଭଳି ଘଟଣା ଘଟୁଛି। ମାତ୍ର ଏସବୁକୁ ରାଜସ୍ବ ବିଭାଗ ଆଖି ବୁଜିଦେଇଛି। ଫଳରେ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି ଘଟଣା ରସୁଲପୁର  ବ୍ଲକ, ଅତଲାପୁର  ପଞ୍ଚାୟତର ବାଲିପାଟଣା ଗାଁରେ ଦେଖିବାକୁ ମିଳିଛି। ଏହି ଗାଁ ପାଖ ଦେଇ ଯାଇଛି ବ୍ରାହ୍ମଣୀ ନଦୀ। ଅଞ୍ଚଳର କିଛି ବାଲି ମାଫିଆ ଦିନରାତି ବାଲି ଉଠାଇ ଚାଲିଛନ୍ତି। ଗାଁ ଦାଣ୍ଡରେ ଟ୍ରାକ୍ଟର, ପିକ୍ଅପ, ମିନିଟ୍ରକ ଆଦି ବାଲି ବୋହିବା କାମରେ ଲାଗିଥିବାରୁ ସାଧାରଣ ଲୋକଙ୍କ ଯାତାୟାତ ପ୍ରଭାବିତ ହେଉଛି। ଗାଁ ଦାଣ୍ଡରେ ଛୋଟ ଛୋଟ ବିଦ୍ୟାଳୟ ପିଲାଙ୍କର ଜୀବନ ପ୍ରତି ବିପଦ ଦେଖାଦେଉଛି। ବାଲି ଉଠାଣକୁ ନେଇ ଗ୍ରାମବାସୀ ଓ ମାଫିଆଙ୍କ ମଧ୍ୟରେ ବିବାଦ ମଧ୍ୟ ଦେଖାଦେଉଛି। ତେଣୁ ବାଲି ଉଠାଣ ବନ୍ଦ କରିବା ପାଇଁ ଗ୍ରାମବାସୀ ଦାବି କରିଆସୁଛନ୍ତି। ଏନେଇ ସେମାନେ ଆରଆଇ, ତହସିଲଦାର ଏମିତିକି ଥାନାରେ ମଧ୍ୟ ଲିଖି ଜଣାଇ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ରଖିଛନ୍ତି। ଅପରପକ୍ଷରେ ନଦୀ ଗର୍ଭରୁ ବ୍ୟାପକ ବାଲି ଉଠାଯାଉଥିବାରୁ ନଦୀର ଗତିପଥ ପରିବର୍ତନ ହୋଇ ଗାଁ ଆଡ଼କୁ ମାଡ଼ିବା ଏବଂ ବିଲବାଡ଼ି ପ୍ରଭାବିତ ଆଶଙ୍କା ରହିଛି। ପ୍ରଶାସନ ତୁରନ୍ତ ଚୋରା ବାଲି ଉଠାଣ ଏବଂ ଚାଲାଣ ବିରୋଧରେ କଠୋର ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Related Posts

About The Author

Add Comment