ମାଣତ୍ରୀ,13.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ମାଣତ୍ରୀ ମିନି ଷ୍ଟାଡିୟମ୍ ପାଲଟିଛିମଦୁଆଙ୍କ ଆଡ଼ାସ୍ଥଳୀ ମାଣତ୍ରୀ ଏସିସି କ୍ଲବ ପକ୍ଷରୁମିନିଷ୍ଟାଡିୟମକୁ ସଫା ସୁତୁରା କରାଯିବା ପାଇଁ କ୍ଲବପକ୍ଷରୁ କିଛି ଖେଳାଳିଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ।ଫଳରେ ପିଲା ମାନେ ବାରମ୍ବାର ପଡ଼ିଆକୁ ସଫା ସୁତୁରାକରିଆସୁଥିଲେ ମଧ୍ୟ କିଛି ଅସାମାଜିକ ବ୍ୟକ୍ତିଙ୍କ ଏଠାରେଆଜ୍ଜା ଜମୁଛି । ଯାହା ଦ୍ଵାରା ପଡ଼ିଆର ପରିବେଶ ନଷ୍ଟହେଉଛି ଖେଳ ପଡ଼ିଆ ଭିତରେ ଖେଳ କୁଦ କରୁଥିବାଖୋଳାଳି ମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସୂଚନାଅନୁଯାୟୀ, ଷ୍ଟାଡିୟମରେ ମଦ ବୋତଲଗଡୁଥିବାର ପରିଲକ୍ଷିତ ହେଉଛଏହାକୁ ବୁଦ୍ଧିଜୀବୀମହଲରେ ନିନ୍ଦା କରାଯାଇଛି । ଏହି ମିନିଷ୍ଟାଡିୟମଟିମାତ୍ର ୨୦ମିଟର ଦୂରରେ ରହିଛି ମାଣତ୍ରୀ ସରକାରୀ ବିଦେଶୀ ମଦ ଦୋକାନ ପଡ଼ିଆରେ ପ୍ରତି ସନ୍ଧ୍ୟାରେମଦୁଆଙ୍କ ଆସର ଜମିବାର ଲାଗୁଛି ଖେଳ ପଡ଼ିଆରେକୋଣ ଅନୁକୋଣରେ ମଦ ବୋତଲ ସହ ପ୍ଲାଷ୍ଟିକ୍ ଗ୍ରାସଗଡୁଥିବା ଦେଖୁବାକୁ ମିଳୁଛି ଫଳରେ ପରିବେଶ ଦୂଷିତହେବା ସହ ଭଙ୍ଗା କାଚ ବୋତଲ ବିପଦ ସୃଷ୍ଟି କରୁଛି ।ଷ୍ଟାଡିୟମର ଅଳ୍ପ ଦୂରରେ ମାଣତ୍ରୀ ବଜାର, କଲେଜ,ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରହିଛି ପଡ଼ିଆର ମାତ୍ର ୧୦୦ମିଟରଦୂରରେ ରହିଛି ମାଣତ୍ରୀ ପୁଲିସ ଫାଣ୍ଡି ମିନିଷ୍ଟାଡିୟମକୁପାଚେରିକୁ ଲାଗି କିଛି ପରିବାର ଗୃହ ନିର୍ମାଣ କରିରହିଛନ୍ତି । ଉକ୍ତ ପରିବାର ସଦସ୍ୟ ରଜନୀକାନ୍ତ ମହାପାତ୍ର,ଜିତିରାମ ବିନ୍ଧାଣୀ, ପୃ ଜେନା, ମନୁ ଜେନା, ରାମେଶ୍ଵରଜେନା ସହିତ ଅନେକ ପରିପାର ଉକ୍ତ ଷ୍ଟାଡିୟମରସନ୍ଧ୍ୟା ବେଳର ପରିସ୍ଥିତି ବିଷୟରେ ଅଭିଯୋଗଆଣିଛନ୍ତି । କରୋନା ମହାମାରୀ ପାଇଁ ସ୍କୁଲ, କଲେଜ ବନ୍ଦପଡିଛି ନଚେତ ମାଣତ୍ରୀରେ ଥିବା ୧୦ଟି ସ୍କୁଲ,ଗୋଟିଏକଲେଜର ଛାତ୍ରଛାତ୍ରୀ ମାନେ ବିଭିନ୍ନ ସମୟରେ କ୍ରୀଡ଼ାପ୍ରତିଯୋଗିତା, ସଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସମସ୍ତଜାତୀୟ ଉତ୍ସବ ସ୍ଵାଧୀନତା ଦିବସ,ସାଧାରଣତନ୍ତ୍ର ଦିବସଆଦି ଏଠାରେ ହୋଇଥାଏ । ଆସନ୍ତା ଜାନୁଆରୀ ମାସରେସ୍କୁଲ ଖୋଲିବାର ସରକାର ଯୋଜନା କରିଛନ୍ତି ସ୍କୁଲଖୋଲିଲେ ଛାତ୍ରଛାତ୍ରୀ ଏବଂ ପଡ଼ିଆରେ ଖେଳାଳି ମାନେଅସୁରକ୍ଷିତ ମଣିବେ ତେବେ ତା ପୂର୍ବରୁ ମାଣତ୍ରୀମିନିଷ୍ଟାଡ଼ି ୟମରେ ସନ୍ଧ୍ୟା ସମୟରେ ମଦୁଆଙ୍କ ପ୍ରବେଶସହିତ ବୋତଲ ଭାଙ୍ଗୁ ଥିବା ବ୍ୟକ୍ତିଙ୍କ ଉପରେ ରୋକଲଗାଇବା ପାଇଁ ପ୍ରଶାସନକୁ ସଜାଗ ହେବା ପାଇଁଆତ୍ର, ପଡିବ ଏହା ହେବା ଦ୍ବାରା ସ୍ଥାନୀୟ ଅଳରେଶ୍ଵର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସ୍ଥାନୀୟ ପୁଲିସଓ ଏଥିପ୍ରତି ଧ୍ୟାନ ଦେଇ ଷ୍ଟାଡିୟମରେ ମଦୁଆଙ୍କ ପ୍ରବେଶଯୋଗ ଉପରେ ରୋକ ଲଗାଇବା ପାଇଁ ଦାବି ହେଉଛି ।
ମାଣତ୍ରୀ ମିନି ଷ୍ଟାଡିୟମ୍ ପାଲଟିଛି ମଦୁଆଙ୍କ ଆଡ଼ାସ୍ଥଳୀ
|
December 13, 2020 |


