ମାଣତ୍ରୀ,୨୧/୧୨/୨୦୨୦(ସନ୍ଧାନ ନିଉଜ୍ ଲିଙ୍ଗରାଜ ପଣ୍ଡା): ଛାତ ଫାଟି ଆଁ କରିଛି ଛେଲାଢେଲା କଂକ୍ରିଟ୍ ଗଳି ପଡୁଛି । କବାଟ ଝରକା ଭାଙ୍ଗି ଗଲାଣି । କାନ୍ଥରେ ମଧ୍ୟ ଫାଟ ସୃଷ୍ଟି ହୋଇଛି । ଅନାବନା ଲତା ସବୁ ଏହି କାନ୍ଥରେ ମାଡ଼ି କରି ରହିଛି । ଏଭଳି ଦୁର୍ବଳ ଅବସ୍ଥାରେ ରହିଛି ମାଣତ୍ରୀଠାରେ ଥିବା ପୁଲିସ୍ ବିଟ୍ ହାଉସ୍ । କେତେବେଳେ ଯେ ଏହି ୬୩ ବର୍ଷ ହେଲା ମରାମତି ହୋଇନି ଅସୁରକ୍ଷିତ ମଣୁଛନ୍ତି ପୁଲିସ୍ କର୍ମଚାରୀ ବିଟ୍ ହାଉସ୍ଟି ଭୁଶୁଡ଼ି ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏଠାରେ କାର୍ଯ୍ୟରତ କର୍ମଚାରୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଦୀର୍ଘଦିନ ଧରି ଏଭଳି ଅବ୍ୟବସ୍ଥା ଲାଗି ରହି ଥି ଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣକି ମା ମରାମତି କେହି ଧ୍ୟାନ ଦେଉନାହାନ୍ତି । ବୈଶିଙ୍ଗା ଥାନା ଅଧୀନସ୍ଥ ମାଣତ୍ରୀଠାରେ ରାସ୍ତାକଡ଼ରେ ରହିଛି ଏହି ପୁଲିସ୍ ବିଟ୍ ହାଉସ୍ । ୧୯୫୭ ମସିହାରେ ଏହି ଗୁ ହଟି ନିର୍ମାଣ ହୋଇଥିଲା । ଆଜକୁ ୬୩ ବର୍ଷ ବିତିଗଲାଣି, କିନ୍ତୁ ଏହାର ମରାମତି ଦିଗରେ ପ୍ରଶାସନ ଗୁରୁତ୍ବ ଦେଉ ନାହିଁ । ଯେଉଁଥି ପାଇଁ ଏହି ଗୃହଟି ଏବେ ଅତି ବିପଦସଂକୁଳ ଅବସ୍ଥାରେ ରହିଛି । ସରକାରୀ ନିୟମ ଅନୁଯାୟୀ ଭଙ୍ଗା ଦଦରା ଘରେ କୌଣସି ସରକାରୀ ଅଫିସ୍ ନ ଚଲାଇବାର ନିୟମ ରହିଛି । କିନ୍ତୁ ଏଠାରେ ତାହାର ବ୍ୟତିକ୍ରମ ଦେଖାଦେଇଛି । ଅସୁରକ୍ଷିତ ଅବସ୍ଥାରେ ଏଠାରେ ପୁଲିସ ବିଟ୍ ହାଉସ୍ ଚାଲିଥିବା ଦେଖିବାକୁ ମିଳିଛି । ସୁରକ୍ଷା କାର୍ଯ୍ୟରେ ନିୟୋଜି ତ ପୁ ଲି ସମାନେ ଏଠାରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ସୂଚନାଯୋଗ୍ୟ, ମାଣତ୍ରୀଠାରେ ଥିବା ପୁଲିସ୍ ବିଟ୍ ହାଉସ୍ ସମ୍ମୁଖ ରାସ୍ତା ଦେଇ ପ୍ରତିଦିନ ବିଧାୟକ, ସାଂସଦ, ମନ୍ତ୍ରୀ ଯାତାୟାତ କରୁଛନ୍ତି । କିନ୍ତୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବିହାଉସର ମରାମତି ଦିଗରେ ସେମାନେ ତିଳେ ମାତ୍ର ଆନ୍ତରିକତା ପ୍ରଦର୍ଶନ କରୁ ନ ଥିବାରୁ ଆଜି ଯାଏଁ ଅବହେଳିତ ହୋଇପଡ଼ିଛି ଉକ୍ତ ବିଟ୍ ହାଉସ୍ । ଏହି ବିଟ୍ ହାଉସ୍ରେ ଏଆଇ ନିର୍ମଳ ପୃଷ୍ଣ ଦାୟିତ୍ବରେ ଥିବା ବେଳେ ୪ ଜଣ କନେଷ୍ଟବଳ ବ୍ରଜବନ୍ଧୁ ଦାସ, ହାଡ଼ିବନ୍ଧୁ ସ୍ୱାଇଁ, ବୈଦ୍ୟନାଥ ଟୁଡୁ, ଛତିଶ ପାତ୍ର ପ୍ରମୁଖ କାର୍ଯ୍ୟରତ ଅଛନ୍ତି । ଏହି ୫ ଜଣ ପୁଲିସ କର୍ମଚାରୀ ଫଟା ଛାତ ତଳେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ବିଟ୍ ହାଉସ୍ କୁ ଆସୁଥିବା ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କ ପାଇଁ ମଧ୍ୟ ଏହା ବିପଦ ସୃଷ୍ଟି କରିବା ନେଇ ଶଙ୍କା ସୃଷ୍ଟି ହୋଇଛି । କୌଣସି ଅଘଟଣ ଘଟିବା ପୂର୍ବରୁ ବିହାଉସ୍ ନିର୍ମାଣ ଦିଗରେ ଧ୍ୟାନ ଦେବା ପାଇଁ ଦାବି ହେଉଛି ।
ମାଣତ୍ରୀ ପୁଲିସ ବିଟ୍ ହାଉସ ବିପଦ ସଙ୍କୁଳ
|
December 21, 2020 |


