ମାଣତ୍ରୀର ପର୍ୟ୍ୟଟନ ବିକାଶ ଦାବି:- କୀର୍ତ୍ତିରାଜିର ତାଲିକା ମାଗିଲେ ମନ୍ତ୍ରୀ

Spread the love

ବାରିପଦା ବେତନଟୀ୫/୭/୨୦ (ଆପ୍ର) ;- ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନ ଅଧୀନ ପ୍ରସିଦ୍ଧ ହରିହର ପୀଠ ବାବ କଖାରୁଆ ବୈଦ୍ୟନାଥ ବିଜେ ମାଣତ୍ରୀର ସାମଗ୍ରୀକ ଉନ୍ନତିର ଆବଶ୍ୟକତା ରହିଛି । ପ୍ରାକୃତିକ ବୈଭବରେ ପରିପୂର୍ଣ୍ଣ ହୋଇଥିବା ଏହି କ୍ଷେତ୍ରକୁ ଉଦଳା , ବାରିପଦା, ବଡସାହି, ବେତନଟୀ ସବୁ ଦିଗରୁ ଗମନାଗମନ ରହିଛି । ମାଣତ୍ରୀ ଜାଗର ଯାତ୍ରା ଉତ୍ତର ଓଡ଼ିଶାରେ ଖ୍ୟାତନାମା ଓ ଲୋକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇ ରହିଛି । ଏହି କ୍ଷେତ୍ର ପ୍ରତି ପର୍ୟ୍ୟଟନକଙ୍କୁ ଆକୃଷ୍ଟ। କରିବା ଭଳି ମନ୍ଦିର ଆଖପାଖରେ କିଛି ବୃହତ୍ତ ପ୍ରକଳ୍ପ କାର୍ୟ୍ୟକାରୀ ହେବା ଆବଶ୍ୟକ । ସମ୍ପ୍ରତି କୋରନା ପ୍ରତିବନ୍ଧକ ହେତୁ ଏହାର ସେବାୟତଙ୍କ ଠାରୁ ଆରମ୍ଭ କରି ଟହଲିଆ, ପରିଚ୍ଛା ସମସ୍ତଙ୍କ ବୃତ୍ତିରେ ପ୍ରଭାବ ପଡିଛି।ଲକଡାଉନ୍ ଓ ପ୍ରତିବନ୍ଧକ ହଟିଲେ ପର୍ୟ୍ୟଟନର ବିକାଶ ହୋଇ ପାରିବ । ବାହାରୁ ଆସୁ ଥିବା ପର୍ୟ୍ୟଟକ ମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେଲେ ଏହାର ଖ୍ୟାତି ଯେତିକି ରହିଛି ତାହା ଚଉଗୁଣାକୁ ବୃଦ୍ଧି ପାଇବ ବୋଲି ବିଜେଡ଼ି ଯୁବ ନେତା ବୃନ୍ଦାବନ ଦାସ ଦାବି କରିଛନ୍ତି। ରାଜ୍ୟ ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହିଙ୍କ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରର ସୁଯୋଗ ନେଇ ବୃନ୍ଦାବନ ମାଣତ୍ରୀ ହରିହର କ୍ଷେତ୍ରକୁ କେମିତି ଆହୁରି ଆକର୍ଷଣୀୟ କରି ହେବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଫେରିଛନ୍ତି । ବୃନ୍ଦାବନଙ୍କ ସହିତ ମାନସ ମିଶ୍ର , ସନାତନ ସାହୁ , ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଅନ୍ୟ ବିଜେଡି ନେତୃବୃନ୍ଦ ଜ୍ୟୋତିପ୍ରକାଶଙ୍କୁ ଭେଟିଥିଲେ । ମନ୍ତ୍ରୀ ଜ୍ୟୋତିପ୍ରକାଶ ସମଗ୍ର ବଡସାହି ବିଧାନ ସଭା କ୍ଷେତ୍ରରେ ଥିବା ଐତିହ୍ୟ ମଣ୍ଡିତ କାର୍ତ୍ତିରାଜି ବାବଦରେ ବୃନ୍ଦାବନଙ୍କ ସହିତ ଆଲୋଚନା କରି ଥିଲେ । ପୁରାତନ କୀର୍ତ୍ତିରାଜି ଗୁଡିକ ଚିହ୍ନଟ କରି ସେଗୁଡିକର ପୁନଃରୁଦ୍ଧାର ହେବା ଆବଶ୍ୟକ ବୋଲି ମନ୍ତ୍ରୀ ଜ୍ୟୋତିପ୍ରକାଶ ମତ ଦେଇଥିଲେ । ଶ୍ରୀ ଦାସ ବିଜେଡି ନେତୃବୃନ୍ଦଙ୍କର ଏହି ଦାବିକୁ ଅଗ୍ରାଧିକାର ସହିତ ବିଚାର କରିବେ ବୋଲି ମନ୍ତ୍ରୀ ମତ ଦେଇ ଥିଲେ । ଅନ୍ୟ ପକ୍ଷରେ ମୟୁରଭଞ୍ଜ ବଡସାହି ବିଧାନସଭା କ୍ଷେତ୍ରର ସମସ୍ତ ଐତିହ୍ୟ ସମ୍ପନ୍ନ ଓ ପୁରାତନ କୀର୍ତ୍ତିରାଜି ଗୁଡିକର ଏକ ତାଲିକା ପ୍ରସ୍ତୁତ କରି ଦେବାକୁ ମନ୍ତ୍ରୀ ଜ୍ୟୋତିପ୍ରକାଶ ବୃନ୍ଦାବନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଲିଙ୍ଗରାଜ ପଣ୍ଡା, ବାରିପଦ

Related Posts

About The Author

Add Comment