ଯାଜପୁର, ୦୩/୦୯/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ମାତୃହତ୍ୟା କରିଥିବା ଅଭିଯୋଗରେ ପୁଅ-ବୋହୁକୁ ମାନ୍ୟବର କୋର୍ଟ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ, ଯାଜପୁର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ୨୦୧୮ ମସିହା ଯାଜପୁର ଜିଲ୍ଲା ବରୀ ରାମଚନ୍ଦପୁର ଥାନା ଅନ୍ତର୍ଗତ ବରୀ ଆଙ୍କୁଳି ସାହିର ମେଘି ନାମରେ ଏକ ମହିଳାଙ୍କୁ ତାଙ୍କ ପୁଅ-ବୋହୁ ନିର୍ମମ ଭାବରେ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡର ମାମଲା ମାନ୍ୟବର କୋର୍ଟ ଯାଜପୁର ଦୌରଜଜ ଶ୍ରୀକାନ୍ତ ମିଶ୍ର ଆସାମୀ ପୁଅ-ବୋହୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ ହଜାର ଟଙ୍କା ଜୋରିମାନା ଦେବାପାଇଁ ରାୟ ପ୍ରକାଶ କରିଥିଲେ । ୧୧-୦୬-୨୦୧୮ ଦିନ ୩ଟା ସମୟରେ ପାରିବାରିକ ଗଣ୍ଡଗୋଳ ଘଟିବାରୁ ଏହି ଗ୍ରାମର ରାଜେନ୍ଦ୍ର ଜେନା(୩୩) ତାଙ୍କ ପତ୍ନୀ ମଞ୍ଜୁଲତା ଜେନା(୨୮) ଏକ କଟୁରୀରେ ନିଜ ମା ମେଘିଙ୍କୁ ହତ୍ୟା କରିଥିଲେ । ବରୀ ଥାନାରେ ମେଘିର ଝୀଅ ଶୁକାନ୍ତି ମଲିକ ଏତଲା କରିବା ପରେ ବରୀ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଏକ ହତ୍ୟାମାମଲା ରୁଜୁ କରିବା ସହିତ କେସ୍ ନଂ ୮୨/୨୦୧୮ ଦଫା ୩୦୨, ୩୪ ଆଇପିସି ଧାରାରେ ମାମଲା ରୁଜୁ କରାଯାଇ ସ୍ୱାମୀ ସ୍ତ୍ରୀଙ୍କୁ କୋର୍ଟ ଚାଲାଣ କରିଥିଲେ । ମାନ୍ୟବର କୋର୍ଟ ୧୭ ଜଣ ସାଖି ମାନଙ୍କ ବୟାନକୁ ଭିତ୍ତିକରି ଆସାମୀ ରାଜେନ୍ଦ୍ର ବୋହୁ ମଞ୍ଜୁଲତାଙ୍କୁ ଆଜିବନ କାରାଦଣ୍ଡ ଶୁଣାଣି କରିଥିଲେ । ଅଧିକ ଏକ ମାସ ଦଣ୍ଡାଦେଶର ରାୟ ପ୍ରକାଶ କରିବା ସହିତ ଏହି କେସକୁ ସରକାରୀ ଓକିଲ ଗଦାଧର ସାହୁ ପରିଚାଳଣା କରିଥିଲେ ।
ମାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୁଅ-ବୋହୁ କାରାଦଣ୍ଡ ଭୋଗିଲେ
|
September 3, 2021 |


