ମାଙ୍କୁ ଦେଲେ ଭକ୍ତ ମେଲାଣୀ ପୁଣି ଆସିବେ ଆରବର୍ଷକୁ

Spread the love

ଯାଜପୁର ସଦର, ୨୭ା୧୦: ଯାଜପୁର ଜିଲ୍ଲାର ବିଭିନ୍ନ ପଂଚାୟତରେ ସାରଦୀୟ ଦୂର୍ଗାପୂାଜ ଅନୁଷ୍ଟିତ କରାଯାଇଥିବା ବେଳେ, ସାରଦୀୟ ଦୂର୍ଗାପୂଜା ୫ ଦିନ ଧରି ପାଳନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଥାନା ମାନଙ୍କରେ ମାଙ୍କର ମେଢ଼ କରାଯାଇଥିବା ବେଳେ, ବିଭିନ୍ନ ଥାନାର ଥାନା ଅଧିକାରୀଙ୍କ ନେତୃତ୍ୱରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବା ପାଇଁ ପୋଲିସ ମୁତୟତ କରାଯାଇଥିଲା । ହଜାର ହଜାର ଭକ୍ତ ମାନଙ୍କ ସମାଗମକୁ ଆଖି ଆଗରେ ରଖି ବ୍ୟବସ୍ଥା କରାଯାଇଥିବା ବେଳେ, ବାତ୍ୟା ଆଶଙ୍କାକୁ ନେଇ ଭକ୍ତ ମାନଙ୍କ ମନରେ ଆଶଙ୍କା ଦେଖାଦେଇଥିଲା । ଷଷ୍ଠୀ ଠାରୁ ଆରମ୍ଭ କରି ଦଶମୀ ପର୍ଯ୍ୟନ୍ତ ଝିପିଝିପି ବର୍ଷା ହେଉଥିବା ବେଳେ, ବର୍ଷାକୁ ଖାତିର ନକରି ମାଙ୍କୁ ଦର୍ଶଣ କରିବା ପାଇଁ ଗହଳି ଲାଗି ରହିଥିଲା । ବିଭିନ୍ନ ପୂଜା କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଜିଲ୍ଲାରେ ମାଙ୍କର ସାରଦୀୟ ଦୂର୍ଗାପୁଜା ୫ଦିନ ଧରି ପାଳନ ହୋଇଯାଇଥିବା ବେଳେ, ବିରିଷ୍ଠ ପଣ୍ଡିତ ମାନଙ୍କୁ ନେଇ ମାଙ୍କ ନିତି ନିୟମ ଅନୁଯାୟୀ ପୂଜା କାର୍ଯ୍ୟ କରାଯାଇଥିଲା । ବିଭିନ୍ନ ଆଲୋକମାଳାରେ ପୂଜା ମଣ୍ଡପ ଗୁଡ଼ିକ ସଜାଯାଇ ଶୋଭାଯାଉଥିବା ବେଳେ, ମାଙ୍କର ମୃଣ୍ମୟ ମୃର୍ତ୍ତି ଗୁଡ଼ିକୁ ବିସର୍ଜନ କରାଯାଇଥିବା ବେଳ, ମାଙ୍କୁ ମେଲାଣି ଦେବା ଲାଗି ଅଶୃଳ ନୟନରେ ମାଙ୍କୁ ବିଦାୟ ଦେବା ସହିତ ବିଭିନ୍ନ ପୂଜା କମିଟିର ମେଢ଼ ଗୁଡ଼ିକୁ ଦଶରା ପଡ଼ିଆକୁ ଅଣାଯାଇ ବିଭିନ୍ନ ଦନୀ ପୋଖରୀ ମାନଙ୍କରେ ଉଦ୍‌ଜପାନ କରାଯାଇଥିଲା । ଏହ ଅବସରରେ ଶ୍ରଦ୍ଧାଳୁ ଭକ୍ତ ମାନେ ମାଙ୍କୁ ବିଦାୟ ଦେଇ ପୁଣି ମା ଆସିବେ ଆରବର୍ଷକୁ ।

Related Posts

About The Author

Add Comment