ମାଙ୍କଡାପଥର ଚୋରା ଚାଲାଣ ଅଭିଯୋଗରେ ଜଣେ ଗିରଫ: ୩ ପାୱାର ଟିଲର ଜବତ

Spread the love

ଚଣ୍ଡିଖୋଲ, ୨୮/୦୬ (ସନ୍ଧାନ ନିଉଜ) ମାଙ୍କଡାପଥର ଚୋରାଚାଲାଣ ଅଭିଯୋଗରେ ବୈରୀ ପୁଲିସ ଆଜି ଜଣକୁ ଗିରଫ କରିବା ସହ ତାଙ୍କ ନିକଟରୁ ୩ଗୋଟି ପାୱାରଟିଲରକୁ ପୁଲିସ ଜବତ କରିଛି । ସୂଚନାଥାଉକି ବଡଚଣା ବ୍ଲକ ପଶ୍ଚିମାଞ୍ଚଳରେ ଦିର୍ଘଦିନ ଧରି ବେଆଇନ ମାଙ୍କଡାପଥର ଚୋରା ଚାଲାଣ ହେଉଥିବା ନେଇ ବିଜେପି ନେତା ଅମର ନାୟକ ପ୍ରଶାସନ ନିକଟରେ ଦାବୀ କରି ଆସୁଥିଲେ । ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ମାଫିଆ ମାନେ ଦିନରାତି ଏକ କରି ଏହି ଚୋରାଚାଲାଣ ଚଳାଇ ଆସୁଥିଲେ । ଗତ ୨୫ତାରିଖ ରାତିରେ କାଇମାଟିଆ ପଂଚାୟତର ଅଭୟପୁର ଗ୍ରାମ ନିକଟରେ ଚୋରା ମାଙ୍କଡାପଥର ବୋଝେଇ ଟ୍ରକଟି ଓଲଟି ଜଣେ ଶ୍ରମିକର ଜୀବନ ଯାଇଥିଲା । ବିଜେପି ନେତା ଶ୍ରୀ ନାୟକ ଓ ତାଙ୍କ ବହୁ ସମର୍ଥକ ଘଟଣାସ୍ଥଳରେ ପହଞ୍ଚି ମୃତ ଶ୍ରମିକଙ୍କ କ୍ଷତିପୁରଣ ଦାବୀରେ ରାସ୍ତା ଉପରେ ବସିରହିଥିଲେ । ବୈରୀ ପୁଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ପ୍ରଦାନ କରିଥିଲେ । ପୁଲିସ ପକ୍ଷରୁ ଏହାର ତଦନ୍ତ କରାଯାଇ ଖୁବଶିଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏହି ଘଟଣାରେ ପୁଲିସ ତଦନ୍ତ ଜାରୀ ରଖିଥିଲା । ଗତକାଲି ବିଳମ୍ବିତ ରାତିରେ ବରୁଣିଆ ଗ୍ରାମର ବିଜୟାନନ୍ଦ ପଣ୍ଡାଙ୍କ ଫାର୍ମହାଉସ ଉପରେ ଚଢାଉକରି ୩ଗୋଟି ପାୱାର ଟିଲରକୁ ଜବତ କରିବା ସହ ବିଜୟଙ୍କୁ କେସ ନମ୍ବର ୭୫/୨୦ ଆଇପିସି ୩୭୯,୨୧ଏମ.ଏମ ଡି ଆର ଆକ୍ଟରେ ଗିରଫ କରିଛି ।Report- Manas Rout

Related Posts

About The Author

Add Comment