ମାକ୍ସ କିଣା ଦୁର୍ନୀତି ପ୍ରସଙ୍ଗରେ ମୁହଁ ଖୋଲିଲା ଯାଜପୁର ଜିଲ୍ଲା କଂଗ୍ରେସ; ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ

Spread the love

ଯାଜପୁର, ୧୧/୬ (ସନ୍ଧାନ ନିୟୁଜ) – ଓଡ଼ିଶା ସରକାରଙ୍କର କୋଭିଡ଼-୧୯ ମହାମାରୀ ସମୟରେ ମାସ୍କ କିଣାରେ ଯେଉଁ ମହାଦୁର୍ନୀତି ଲୋକଲୋଚନକୁ ଆସିଛି ତାହାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିବା ସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ଜିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ରାଉତଙ୍କ ନେତୃତ୍ୱରେ ୬ ଦାବୀ ସମ୍ବଳିତ ଦାବୀପତ୍ର ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା । ଓଡ଼ିଶା ଔଷଧ ନିଗମରେ ଯେଉଁ ମହାଘୋଟାଲା ଓ ମହାଦୁର୍ନୀତିର ଗନ୍ଧ ଜଳଜଳ ହୋଇ ପଦାକୁ ଦିଶୁଛି ତାକୁ ଚାପି ଦେବାପାଇଁ ମୁଖ୍ୟମନ୍ତ୍ରୀ କୋଭିଡ଼-୧୯ ପାଇଁ ସ୍ୱତନ୍ତ୍ରଭାବେ ଖର୍ଚ୍ଚ କରିଥିବା ସ୍ୱାସ୍ଥ୍ୟ ପରାମର୍ଶଦାତା ଉଚ୍ଚ କ୍ଷମତାସମ୍ପନ୍ନ ବୋର୍ଡ଼କୁ ଭାଙ୍ଗିଦେବା ସହ ଔଷଧ ନିଗମର ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ହେମନ୍ତ ଶର୍ମାଙ୍କୁ ଏହି ଦାୟିତ୍ୱରୁ ହଟାଇ ଦେଇଛନ୍ତି । ତାମିଲନାଡ଼ୁର ଏକ କମ୍ପାନୀଠାରୁ ଅନ୍ୟ ରାଜ୍ୟମାନେ ଉକ୍ତ ମାସ୍କ ଟ୮.୪୭%, ଟ୭.୮୮%, ଟ୭.୫୦%, ଟ୨.୪୦% ଆଉ ୧.୩୪ ପଇସାରେ କିଣିଥିବାବେଳେ ଓଡ଼ିଶା ସରକାର ଟ. ୧୬.୦୦ରେ ୩୦ ଲକ୍ଷ ମାସ୍କ କିଣିଛନ୍ତି । ପୁନଶ୍ଚ କେନ୍ଦ୍ର ସରକାରଙ୍କ ଇ-ପୋଟାଲ ଗାଇଡ଼ଲାଇନକୁ ବେଖାତିର କରି ସିଧାସଳଖ ଏହି ମାସ୍କ କିଣାରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଛି । ଟେଷ୍ଟିଂ କିଟ୍ରେ ମଧ୍ୟ ମେସର୍ସ ଇନକେସ୍ ମେଡ଼ିକେୟାର ସଂସ୍ଥାଠାରୁ ତା୨୧.୪.୨୦୨୦ରେ ଟ.୧୩୨୧.୦୦ରେ କିଣାଯାଇଥିବାବେଳେ ଅନ୍ୟଏକ କମ୍ପାନୀ ରବିନ୍ଦ୍ର ସର୍ଜରୀସ୍ ଘରୋଇ ସଂସ୍ଥା ପାଖକୁ ତା ଟ.୧୧୨୫ ଏବଂ ଆଉ ଏକ କମ୍ପାନୀ ଆକସେସ୍ ମେଡ଼ିକମ୍ ଘରୋଇ ସଂସ୍ଥା ପାଖରୁ ତା ୧୧.୫.୨୦୨୦ରିଖରେ ଟ. ୯.୮୦ରେ ଏହି ଟେଷ୍ଟିଂ କିଟ୍ କିଣାଯାଇଥିବାରୁ ଏଥିରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି । ରିଅଲ ଟାଇମ୍ ପିସିଆର ମେସିଲ ୧୨.୯୪ଲକ୍ଷ ଟଙ୍କାରେ କିଣାଯାଇଥିବାବେଳେ ଏହାର ପ୍ରକୃତ ମୂଲ୍ୟ ୪.୫ ଲକ୍ଷ ଟଙ୍କା ଏବଂ ୫ ଶହ ଟଙ୍କାର ସ୍କ୍ରିନିଂ କିଟ୍କୁ ୧୩୪୦ ଟଙ୍କାରେ କିଣାଯାଇଛି । କୋଭିଡ଼-୧୯ର ପ୍ରକୃତ ଯୋଦ୍ଧା ଡାକ୍ତର, ନର୍ସ ଓ ପାରାମେଡ଼ିକାଲ ୱାର୍କରମାନଙ୍କୁ ନିମ୍ନମାନର ପିସିଇ କିଟ୍ ଯୋଗାଇ ସେମାନଙ୍କୁ ବିପଦ ମଧ୍ୟକୁ ଠେଲିଦେବା ସହିତ କୋଭିଡ଼ ଗାଇଡ଼ଲାଇନ ମୁତାବକ ଏଗୁଡ଼ିକର ମାନ ସିପେଟ୍ ଭଳି ଦକ୍ଷ ସଂସ୍ଥାଦ୍ୱାରା ଯାଞ୍ଚ କରାଯାଇନାହିଁ । ଆଇସିଏମ୍ଆର ରାପିଡ଼୍ ଟେଷ୍ଟିଂକୁ ବାରଣ କରିବା ସତ୍ତ୍ୱେ ଔଷଧ ନିଗମ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ୧୨ କୋଟି ଟଙ୍କା ଅଗ୍ରୀମ ଦେବାର ରହସ୍ୟ ଏପର୍ଯ୍ୟନ୍ତ ଉନ୍ମୋଚନ ହେଲାନାହିଁ । ସେହି ଟଙ୍କା ଓଡ଼ିଶା ସରକାରଙ୍କ ତହବିଲକୁ ଫେରିଲା କି ନାହିଁ ତାହା ଓଡ଼ିଶାବାସୀ ଜାଣିପାରିଲେ ନାହିଁ । ରାଜ୍ୟ ଭିତରେ ଥିବା ଏମ୍ଏସ୍ଏମ୍ଇ ସଂସ୍ଥାଠାରୁ ଔଷଧ ନିଗମ ୨୦% ଜିନିଷ କିଣିବା ବାଧ୍ୟତାମୂଳକ ଥିବାବେଳେ ଗୋଟିଏ ଟଙ୍କାର ଅର୍ଡ଼ର ମଧ୍ୟ ଓଡ଼ିଶାର ଏହି କମ୍ପାନୀ ପାଇନଥିବା ମହାଦୁର୍ନୀତିର ରହସ୍ୟକୁ ଦୃଢ଼ୀଭୂତ କରୁଛି । ସ୍ୱଚ୍ଛ ଡିଣ୍ଡିମ ପିଟୁଥିବା ବିଜେଡ଼ି ସରକାର ନବୀନ ପଟ୍ଟନାୟକ କୋଭିଡ଼-୧୯ ମହାମାରୀ ସମୟରେ ଓଡ଼ିଶାବାସୀଙ୍କ କୋଟି କୋଟି ଟଙ୍କା ଟ୍ୟାକ୍ସ ଟଙ୍କା ସରକାରୀ ଅଧିକାରୀଙ୍କ ଦ୍ୱାରା ଲୁଟ୍ କରାଇବା ସମ୍ପର୍କରେ ହାଇକୋର୍ଟ ବିଚାରପତି ଦ୍ୱାରା ନିରପେକ୍ଷ ତଦନ୍ତ କରାଇବା ପାଇଁ କଂଗ୍ରେସ ଦଳ ତରଫରୁ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ନିକଟରେ ଦାବୀ କରାଯାଇଛି । ଜିଲ୍ଲା କଂଗ୍ରେସ ତରଫରୁ ଯାଜପୁର ବିଧାନସଭାର କଂଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦ, ବିଞ୍ଝାରପୁର ନିର୍ବାଚନମଣ୍ଡଳୀର ମନୋରଞ୍ଜନ ଦାସ, ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡ଼ା, ବରୀ ବିଧାନସଭା ପ୍ରାର୍ଥୀ ଉମେଶ ଜେନା, ବଡ଼ଚଣା ବିଧାନସଭା ପ୍ରାର୍ଥୀ ଅଜୟ ସାମଲ, ପିସିସି ସମ୍ପାଦକ ସୁଶାନ୍ତ ତ୍ରୀପାଠୀ, ପିସିସି ସମ୍ପାଦକ ଭାସ୍କର ମହାନ୍ତି, ପିସିସି ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ମାନସ ରଞ୍ଜନ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିଷ୍ଣୁଚରଣ ରାଉତ, ବଳଭଦ୍ର ଦାସ, ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ନିର୍ମଳା ମଲ୍ଲିକ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ରୀତାଶ୍ରୀ ମହାନ୍ତି, ପିସିସି ମହିଳା କଂଗ୍ରେସ କୋଷାଧ୍ୟକ୍ଷା ପ୍ରତିମା କର, ନଗର କଂଗ୍ରେସ ସଭାପତି ନାରାୟଣ ସାମନ୍ତ, ପୂର୍ବତନ ସଭାପତି ଦିଲ୍ଲୀପ ଦାଶ, ଜିଲ୍ଲା ଦଳିତ ସେଲ ସଭାପତି ଦୁର୍ଯେ୍ୟାଧନ ବେହେରା, ଉପସଭାପତି ବିଭୂତି ମହାପାତ୍ର, ସାଧାରଣ ସମ୍ପାଦକ ହୃଷିକେଶ ପତି, ଉପସଭାପତି ରାଜୀବ ମହାପାତ୍ର, ଅବଦୁଲ ସଲିମ, ଅନୀଲ ମହାନ୍ତି, ବିଦ୍ୟାଧର ବାରିକ, ସଂଗ୍ରାମ ଜେନା, ଅରଜିତ ନାୟକ, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ ବେହେରା, ସାଧାରଣ ସମ୍ପାଦକ ଅକ୍ଷୟ ଶତପଥି, ଭରତ ଜେନା, ରଘୁନାଥ ସାହୁ, ପୂର୍ଣ୍ଣଚନ୍ଦ୍ର ଜେନା, ଗଦାଧର ଦାସ, ବିଳାସ ରାଉତରାୟ, ବିଜୟ ମହାପାତ୍ର ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।

Related Posts

About The Author

Add Comment