ମାଓ ନେତା ସବ୍ୟସାଚୀ ପଣ୍ଡା ଦୋଷୀ ସାବ୍ୟସ୍ତ: ଆଜୀବନ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ

Spread the love

ବ୍ରହ୍ମପୁର, ୧୯/୫ (ସନ୍ଧାନ ନିୟୁଜ) ମାଓ ନେତା ସବ୍ୟସାଚୀ ପଣ୍ଡା ଦୋଷୀ ସାବ୍ୟସ୍ତ। ଵ୍ରହ୍ମପୁର ବଡବଜାର ଥାନା ଅଞ୍ଚଳର ଦେଶବେହେରା ସାହି ନିକଟରେ ଏକ ଭଡା ଘରୁ୨୦୧୪ ମସିହା ଜୁଲାଇ ୧୮ତାରିଖରେ ଧରା ପଡ଼ିଥିଲେ। ବିଚାରାଧୀନ ବନ୍ଦୀ ଭାବେ ସେ ବ୍ରହ୍ମପୁର ଜେଲରେ ରହିଆସୁଛନ୍ତି। ସେ ସମ୍ପୁକ୍ତ ଥିବା ମାମଲାର ବିଚାର କରି ଆଜି ଅତିରିକ୍ତ ଜିଲ୍ଲା ଜଜ-୧ ସବ୍ୟସାଚୀଙ୍କୁ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ଆଜୀବନ କାରା ଦଣ୍ଡାଦେଶ ହୋଇଛି।

ମାଓନେତା ସବ୍ୟସାଚୀଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜାରିମାନା ଆଦେଶ ହୋଇଛି। ତାଙ୍କ ବିରୁଦ୍ଧରେ ୧୩୪ ଟି ମାମଲା ମଧ୍ୟରୁ ୫୧ ଟି ରେ ସବ୍ୟସାଚୀ ନିର୍ଦୋଷରେ ଖଲାସ ହୋଇଥିବା ବେଳେ ଏହି ଵ୍ରହ୍ମପୁରରେ ଧରା ପଡିବା ମାମଲାରେ ଆଜୀବନ କାରାଦଣ୍ଡାଦେଶ ହୋଇଛି।

Related Posts

About The Author

Add Comment