ବାରିପଦା ୦୫/୦୭ (ସନ୍ଧାନ ନିଉଜ) ;- ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକର ବାରିଆ ପଞ୍ଚାୟତ ବାରିଆ ଗାଁରେ ମାଓବାଦୀଙ୍କ ପୋଷ୍ଟର ମରା ହୋଇଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ନାଲି କାଳିରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖାଯାଇଛି । ଯାହାକୁ ନେଇ ଲୋକଙ୍କ ଭିତରେ କୋକୁଆ ଭୟ ଦେଖାଯାଇଛି । ପୋଷ୍ଟରରେ ଉଲ୍ଲେଖ କରାଯାଇଛି ଯେ, ଆମ୍ଭେ ଗ୍ରାମରେ ପ୍ରବେଶ କରି ସାରିଛୁ । ତୁମ୍ଭେ ଗ୍ରାମକୁ ଖାଲି କର, ନହେଲେ ଆମ ସର୍ତ୍ତରେ ରାଜି ହୋଇଯାଅ । ୨ ତାରିଖ ସୁଦ୍ଧା ୧୦ ଲକ୍ଷ ଟଙ୍କା ନଚେତ ୧୦୦ କ୍ଵିଣ୍ଟାଲ ଚାଉଳ ଦିଅ । ଆମର ଏ ଲେଖକୁ କେହି ମଜା ଭାବିବେ ନାହିଁ । ଦିନେ ଦୁଇଦିନ ମଧ୍ୟରେ ଆମେ ଏମିତି କିଛି କାମ କରି ଦେଖାଇବୁ ଯାହାକୁ ଦେଖିଲେ ବିଶ୍ୱାସ କରିବେ । ଏପରି ଘଟଣା ଶୁକୃଳି ଅଞ୍ଚଳରେ ପ୍ରଥମ ହୋଇଥିବା ଗ୍ରାମବାସୀ କହିଛନ୍ତି । ଅନ୍ୟ ପକ୍ଷରେ ଏହା ମାଓ ପୋଷ୍ଟର ନା ଅନ୍ୟକେହି ମନ୍ଦ ଉଦ୍ଦେଶ୍ୟ ରଖି ଏପରି ମାରିଛି ତାହାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଚାଲିଛି ବୋଲି ରରୁଆଁ ଥାନା ଅଧିକାରୀ ଦିବ୍ୟକାନ୍ତି ଲାକ୍ରା କହିଛନ୍ତି ।
ଲିଙ୍ଗରାଜ ପଣ୍ଡା, ବାରିପଦା
ମାଓବାଦୀଙ୍କ ପୋଷ୍ଟରକୁ ନେଇ କୋକୁଆ ଭୟ
|
July 5, 2020 |