ମାଓନୀତି ଆର୍ଦଶ କାହା ପାଇଁ: କଣ ଛୋଟ କର୍ମଚାରୀ ନା ଦେଶ ଏବଂ ସମାଜକୁ ଲୁଟୁଥିବା ନେତାମନ୍ତ୍ରୀ ପାଇଁ?
ମାଓନୀତି ଆର୍ଦଶ କାହା ପାଇଁ: କଣ ଛୋଟ କର୍ମଚାରୀ ନା ଦେଶ ଏବଂ ସମାଜକୁ ଲୁଟୁଥିବା ନେତାମନ୍ତ୍ରୀ ପାଇଁ?
Manas Kumar Rout |
April 18, 2019 |

ଭୂବନେଶ୍ୱର, ୧୮/୪ (ସନ୍ଧାନ ନିୟୁଜ) ଯେଉଁ ଗରିବ ମାନଙ୍କୁ ଶୋଷଣ ମୁକ୍ତ କରିବା ଏବଂ ସେମାନଙ୍କ ବିକାଶ କରିବା ଲକ୍ଷ୍ୟନେଇ ଆରମ୍ଭ ହୋଇଥିବା ମାଓବାଦିଙ୍କ ନିତୀ ଆଦର୍ଶ ଧିରେ ଧିରେ କୁଳଷିତ ହେବାକୁ ଲାଗିଛି । ବିକାଶ ଏବଂ ଗରିବ ମାନଙ୍କର ସବାଙ୍ଗିୀନ ଉନ୍ନତି କରିବା ପାଇଁ ଆହ୍ୱାନ ଦେଇ ଅସ୍ତ୍ରଧରି ଲଢ଼ାଇ ଜାରି ରଖିଥିବା ମାଓବାଦୀ ମାନେ ନିଜର ମୌଳିକ ଲକ୍ଷ୍ୟଠାରୁ ଦୁରେଇ ଯାଉଛନ୍ତି । ରାଜ୍ୟର ଅନେକ ଲୋକ ମାଓବାଦୀଙ୍କ ଲକ୍ଷ୍ୟ ଏବଂ ସେମାନଙ୍କ ଉଦ୍ୟାମକୁ ପ୍ରଂଶାସା କରୁଥିବା ବେଳେ ତାଙ୍କର ଏଭଳି କେତେକ କାର୍ଯ୍ୟକଳାପ ତାଙ୍କୁ ଅପଦସ୍ତ କରିବାରେ ଲାଗିଛି । ଦିନଥିଲା ମାଓ ସେ ତୁଙ୍ଗ ଏବଂ ସର୍ବହରାରା ବିପ୍ଳବରୁ ସୃଷ୍ଟି ହୋଇଥିବା ଏହି ନୀତି ଆଜି ନିଜର ସାଧନା କରିବାରେ ବିଫଳ । ଦେଶକୁ ଏବଂ ସମାଜକୁ ମାତ୍ର କେତକ ବଡ ବଡ ବି୍ୟରୋକ୍ରାଟ ଏବଂ ନେତା ମନ୍ତ୍ରୀ ମାନେ ଲୁଟୁ ଥିବା ବେଳେ ସେମାନଙ୍କ ବରୋଧରେ ତିଷ୍ଟି ନପାରି ସାଧରଣ ଛୋଟ ଛୋଟ କର୍ମଚାରୀଙ୍କୁ ମାରି ନିଜର ଲକ୍ଷ୍ୟ ସାଧିତ ହୋଇଥିବା ବିଚାର କରୁଛନ୍ତି । ଯଦି ମାଓବାଦୀ ମାନେ ଏଭଳି କାର୍ଯ୍ୟରେ ଲିପ୍ତ ରହିବେ ତେବେ ଆଗମୀ ଦିନରେ ନିଜର ଲୋକ ତାଙ୍କର ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରିବା ସାର ହେବ । ନିର୍ବାଚନ ପରୀପ୍ରେକ୍ଷୀରେ ପୋଲିଂ ସୁପରଭାଇଜର ତଥା ପଂଚାୟତ ରାଜ ବିଭାଗର ସାଧରଣ କର୍ମଚାରୀ ଗ୍ରାମ ରୋଜଗାର ସେବକା ସଂଯୁକ୍ତ ଦିଗାଲଙ୍କୁ ହତ୍ୟା କରିବା କେତେଦୂର ଟିକ୍ ତାହା ସେମାନେ ବିଚାର କରିବା ଆବଶ୍ୟକ ।ର୍ନିବାଚନ ଭଣ୍ଡୁର କରିବା ପାଇଁ ଅନ୍ୟ ଉପାୟ ବାହାର ନକରି ସାଧରଣ ପୋଲିଂ କର୍ମଚାରୀଙ୍କୁ ହତ୍ୟା କରିବା ଘଟଣାକୁ ନେଇ ସମର୍ଗ ରାଜ୍ୟରେ ମାଓବାଦୀଙ୍କ ବିପକ୍ଷରେ ଅସନ୍ତୋଷ ତ୍ରୀବ ହୋଇଛି । ଫଳରେ ଏହି ଘଟଣା ତାଙ୍କୁ ବହୁମୂଲ୍ୟ ଦେବାକୁ ପଡିପାରେ ବୋଲି ଆଲୋଚନା ହେଉଥିବା ବେଳେ ଅତ୍ୟନ୍ତ ମାଓବାଦୀମାନେ କୌଣସି ଛୋଟ ଛୋଟ କର୍ମଚାରୀଙ୍କୁ ହତ୍ୟା କରିବା ପଚେଷ୍ଟାରୁ ଦୂରେଇ ରୁହନ୍ତ ବୋଲି ସାଧରଣରେ ପ୍ରକାଶ
Related Posts
About The Author