ରାଉରକେଲା୦୧/୧୦ (ସନ୍ଧାନ ନିଉଜ),: ଷ୍ଟିଲ୍ ସିଟି ରାଉରକେଲାରେ ଅଘଟଣ । ସୁନୀଲ ଗୁପ୍ତା ନାମକ ୧୧ ବର୍ଷର ଶିଶୁ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ନିଜ ବଡ଼ ଭାଇ ସହ ରାଉରକେଲାର ଗାନ୍ଧୀ ରୋଡ଼ ମାଛିଲି ମାର୍କେଟ ଅଞ୍ଚଳରେ ରହୁଥିବା ମାଉସୀ ଘରକୁ ବୁଲିବାକୁ ଆସିଥିଲେ ଦୁଇ ଭାଇ । ତେବେ ୪ ଦିନ ହେଲାଣି ସୁନୀଲ ନିଖୋଜ ଅଛନ୍ତି । ପରିବାର ଲୋକ ବହୁ ଖୋଜାଖୋଜି କରିବା ସତ୍ତ୍ୱେ ମଧ୍ୟ ସୁନୀଲକୁ ପାଇନଥିଲେ । ନିଖୋଜ ହୋଇଥିବା ଶିଶୁଟିର ଘର ହେଉଛି ଗୁଜୁରାଟର ସୁରଟରେ ।ଶିଶୁଟି ଗତ ୪ଦିନ ଧରି ନିଖୋଜ ରହିଥିବାବେଳେ ପରିବାର ଲୋକେ ଏନେଇ ସ୍ଥାନୀୟ ପ୍ଲାଣ୍ଟ ସାଇଟ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ପରେ ପୋଲିସ ଏହି ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ରଖିଛି ।
ମାଉସୀ ଘରକୁ ବୁଲିବାକୁ ଆସି ଶିଶୁ ନିଖୋଜ,ଥାନାରେ ଏତଲା
|
October 1, 2019 |
