ଯାଜପୁର, କଟକ, ୨୧/୧୨/୨୦୨୦ (ସନ୍ଧାନ ନିଉଜ)- ଦିନେ ଯାହା ଯାଜପୁର ବାସୀଙ୍କ ପାଇଁ ସ୍ୱପ୍ନ ଥିଲା ତାହା ଆଜି ସଫଳ ହୋଇଛି , ଯାଜପୁର ବିଧାୟକ ବବି ବାବୁଙ୍କ ପାଇଁ । ଜନ୍ମ ଭୁମୀ ପାଇଁ ଏମିତି ବେଳେ ବେଳେ ସୁ ସମୟ ଆସିଥାଏ । ମାଆ କୋଳରେ ସୁ ପୁରୁଷ ମାନେ ଜନ୍ମ ନିଅନ୍ତି । ଜନ୍ମ ମାଟିର ବିକାଶ ଲାଗି ସମସ୍ତ ପ୍ରକାର ଚେଷ୍ଟା କରି ସଫଳତା ଲଭନ୍ତି । ସେହି ପରି ଜଣେ ଉଦିୟମାନ ଯୁବକ ତଥା ଯାଜପୁର ମାଆ ବିରଜାଙ୍କ ମାଟିର ସୁଯୋଗ୍ୟ ସନ୍ତାନ ସ୍ୱର୍ଗତ ଅଶୋକ ଦାସ ସୁପୁତ୍ର ପ୍ରଣବ ପ୍ରକାଶ ଦାସ ( ବବି ବାବୁ ) । ତାଙ୍କ ପ୍ରଚେଷ୍ଠାରେ ଯାଜପୁରରେ ଆଜି ଯେଉଁ ମେଡିକାଲ କଲେଜ ପ୍ରତିଷ୍ଠା ହେବାକୁ ଯାଉଛି , ତାହା ଯାଜପୁର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଯିବ ବୋଲି ବିଦଗ୍ଧ କବି ଅଭିମନୁ୍ୟ ସାମନ୍ତ ସିଂହାରଙ୍କ ସ୍ମୃତି ଚାରଣ କରୁଥିବା ତାଙ୍କ ଜନ୍ମ ପୀଠର ବିଦଗ୍ଧା ଅନୁଷ୍ଠାନ ପ୍ରକାଶ କରିଛି । । ସାରା ରାଜ୍ୟରେ ଯାଜପୁର ନୂଆ ରୂପରେ ସଜେଇ ହୋଇ ତାହାର ସୁନାମ ବାଜଣା ବଜାଉଛି । ଏହା କେବଳ ବବି ବାବୁ ଚାହିଁଥିଲେ ହୋଇ ଥାଆନ୍ତା ତାହା ନୁହଁ , ରାଜ୍ୟ ମୁଖିଆ ବରେଣ୍ୟ ନବୀନ ପଟ୍ଟନାୟକଙ୍କ ତାଙ୍କ ପ୍ରତି ବିଶ୍ୱାସ , ଭରସା ତଥା ଭଲପାଇବାର ପ୍ରତିଛବି ମାତ୍ର । ତେବେ ଏହି ମେଡିକାଲ କଲେଜ କୁ ଓଡିଶାର ଅନନ୍ୟ ବରପୁତ୍ର ତଥା ଯାଜପୁର ମାଟିର ଅନନ୍ୟ ସାରସ୍ୱତ ସାଧକ ବିଦଗ୍ଧ କବି ଅଭିମନୁ୍ୟ ସାମନ୍ତ ସିଂହାରଙ୍କ ନାମରେ ନାମିତ ହେବାର କଥା ପୂର୍ବରୁ ବହୁ ଗଣ ମାଧ୍ୟମରେ ପ୍ରଚାରିତ ହେଉଥିଲା । ସେଥି ପାଇଁ ସାରା ଜିଲ୍ଲାରୁ ବବି ବାବୁଙ୍କ ଉଦେ୍ଦ୍ୟଶ୍ୟରେ ପ୍ରସଂସାର ସୁଅ ଛୁଟିଥିଲା । ଏହା ମଧ୍ୟ ବାସ୍ତବରେ ଅନନ୍ୟ ନିଷ୍ପତ୍ତିଥିଲା । ତାହା କାର୍ଯ୍ୟକାରୀ କରିବାକୁ ମାଆ ବିରଜାଙ୍କର ଆଶିର୍ବାଦ ପୁତ୍ର ବବି ବାବୁଙ୍କୁ ବିଦଗ୍ଧା ର ନିଦେ୍ର୍ଦଶକ ଶରତ କୁମାର ଜେନା ନିବେଦନ କରିଛନ୍ତି । ତାହା ବିଦଗ୍ଦ କବିଙ୍କ ପ୍ରତି ହେବ ତାଙ୍କର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଅଭିମନୁ୍ୟ ସାହିତ୍ୟ ପରିଷଦ, ସହିଦ ମେନାଜ କର ଯୁବ ସଂଗଠନ, ନିରଂଜନା ଅନୁଷ୍ଠାନ, ଜଗା ଶିଶୁ ସାହିତ୍ୟ ସଂସଦ, ବଜରଙ୍ଗ ଯୁବ ପରିଷଦ , ସଧନ ସେସବା ଟ୍ରଷ୍ଟ, ଅବସରପ୍ରାପ୍ତ କର୍ମଚାରୀ ସଂଘ,ବରୀ, ଆଦି ଅନୁଷ୍ଠାନ ସହିତ ବହୁ ବୁଦ୍ଧିଜିବୀ ନିଜର ମତ ପ୍ରକାଶ କରି ଯାଜପୁର ର ସୁ ଯୋଗ୍ୟ ସନ୍ତାନ ବବି ବାବୁଙ୍କୁ ନିବେଦନ କରିଛନ୍ତି ।
ମାଆ ବିରଜାଙ୍କର ଆଶିର୍ବାଦର ପୁତ୍ର ବବି ବାବୁଙ୍କୁ କୃତଜ୍ଞତା ମେଡିକାର କଲେଜ କବି ଅଭିମନୁ୍ୟ ସାମନ୍ତ ସିଂହାରଙ୍କ ନାମରେ ନାମିତ କରିବାକୁ ବିଦଗ୍ଧାର ଅନୁରୋଧ
|
December 21, 2020 |