ରସୁଲପୁର, ୨୫/୨(ସନ୍ଧାନ ନିଉଜ/ ଜଗମୋହନ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଂଚାୟତ ବେତଣ୍ଡା ଗ୍ରାମରେ ମହୁମାଛି ଆକ୍ରମଣରେ ଗାଁ ଚଉକିଆ ସଦାନନ୍ଦ ମଳିକ(୪୬)ଙ୍କ ସମେତ ଅମର କୁମାର ସ୍ୱାଇଁ(୪୫) ଓ ମିନକେତନ ନାୟକ(୭୦) ୩ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତକମାନେ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି ।
ପ୍ରକାଶଥାଉ କି ବେତଣ୍ଡା ସ୍କୁଲ୍ ନିକଟରେ ଥିବା ଏକ ଦୋକାନ ଘର ପଛ ପାଶ୍ୱର୍ରେ ହୋଇଥିବା ଏକ ମହୁଫେଣାକୁ କେହି ଜଣେ ଅଜଣାବ୍ୟକ୍ତି ଟେକା ମାରି ଭାଙ୍ଗି ଦେଇଥିଲେ । ଫଳରେ ମହୁମାଛିମାନେ ଆକ୍ରଣାତ୍ମକ ଭାବରେ ସ୍ଥାନୀୟ ଅଂଚଳରେ ଉଡି ବୁଲିଥିଲେ । ସେହି ବାଟ ଦେଇ ଯାତାୟତ କରୁଥିବା ଲୋକଙ୍କୁ ମହୁମାଛି ଆକ୍ରମଣ କରିଥିଲେ । ଆକ୍ରମଣରୁ ବାଇକ୍ ଚାଳକ ବି ବାଦ ପଡିନଥିଲେ । ଅମର ବାଇକରେ ଯାଉଥିବା ସମୟରେ ମହୁମାଛି ଆକ୍ରମଣରୁ ରକ୍ଷାପାଇବା ପାଇଁ ବାଇକ୍ ଛାଡି ଦୌଡି ଯାଇ ଏକ ପୋଖରୀ ପାଣିରେ ପଶି ଯାଇଥିଲେ । ମାତ୍ର ଆକ୍ରମଣରୁ ବର୍ତ୍ତି ପାରିନଥିଲେ । ସେହପରି ଅନ୍ୟ ୨ଜଣ ମଧ୍ୟ ମହୁମାଛି ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ । ମହୁ ମାଛି ଭୟରେ ଉକ୍ତ ରାସ୍ତା ଦେଇ ଜନସାଧାରଣ ଯାତାୟତ କରିବା ବନ୍ଦ କରିଦେଇଛନ୍ତି ।
ମହୁମାଛି ଆକ୍ରମଣରେ ଗାଁ ଚଉକିଆ ସମେତ ୩ ଗୁରୁତର
|
February 25, 2019 |
