ଢେଙ୍କାନାଳ, (ସନ୍ଧାନ ନିୟୁଜ/ମାନସ ରାଉତ) ଶନିବାର ଦିନ ଢେଙ୍କାନାଳ ଜିଲ୍ଲା ମହିଳା ମହାବିଦ୍ୟାଳୟରେ ବିଶ୍ୱ ସଂସ୍କୃତ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ବିନିତା ଆଚାର୍ଯ୍ୟଙ୍କ ସଭାପତିତ୍ୱ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ବିଦ୍ବାନ ଡ/ ପ୍ରଦିପ କୁମାର ମିଶ୍ର ଯୋଗଦେଇ ସଂସ୍କୃତ ଭାଷର ବିଶ୍ୱବ୍ୟାପି ବ୍ୟବହାର ଉପରେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବେ ଇ-ଟେକ୍ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ତଥା ଲବ୍ଧପ୍ରତିଷ୍ଠିତ ବିଦ୍ବାନ ଡା.ପ୍ରମୋଦ କୁମାର ଦାଶ ଯୋଗଦେଇ ସଂସ୍କୃତ ଭାଷାର ସାର୍ବଜନୀନତା ଓ ସଂସ୍କୃତ ଭାଷାର ସରଳତା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟରପ୍ରଶାସନିକ ଅଧ୍ୟକ୍ଷ ଡା. ରାମଚନ୍ଦ୍ର ମଲ୍ଲ କୁଞ୍ଚିକା ଭାଷଣ ଦେଇ ସଂସ୍କୃତ ଭାଷାର ଉପଯୋଗିତା ଉପରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଉଧବ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ , ପ୍ରାଣିବିଜ୍ଞାନ ଅଧ୍ୟାପିକା ଲିନା ଗନ୍ତାୟତ ଯୋଗଦେଇ କାର୍ଯ୍ୟକ୍ରମର ଔପଚାରିକତାକୁ ନିର୍ଦେଶିତ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଶୈକ୍ଷିକ ଏବଂ ସଂସ୍କୃତିକ କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହାକୁ ଅଧ୍ୟାପକ ସୌମରଂଜନ ମହାପାତ୍ର ସଂଚାଳନ କରିଥିବା ବେଳେ ମହାବିଦ୍ୟାଳୟର ଇଂରାଜି ଅଧ୍ୟାପିକା ଅନିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ମହିଳା ମହାବିଦ୍ୟାଳୟରେ ବିଶ୍ୱ ସଂସ୍କୃତ ଦିବସ ପାଳିତ
|
August 17, 2019 |