ବାରିପଦା, ୧୧/୧୦(ସନ୍ଧାନ ନ୍ୟୁଜ୍) :- କର୍ତ୍ତବ୍ୟରତ ଅବସ୍ଥାରେ ବିଶୋଇ ଥାନାର ମହିଳା ପୁଲିସ କର୍ମଚାରୀ ମଞ୍ଜୁଲତାଙ୍କ ଆକ୍ରମଣକୁ ମୟୁରଭଞ୍ଜ ଜିଲ୍ଲା ପୁଲିସ ହାବିଲଦାର -କନେଷ୍ଟବଳ ସଂଘର ପୂର୍ବତନ ସଭାପତି ପ୍ରମୋଦ କୁମାର ଦାସ ଦୃଢ଼ ନିନ୍ଦା କରିଛନ୍ତି । ଗତକାଲି ବିଶୋଇ ହାଟରେ ବେଆଇନ ମଦ ବିକ୍ରି ବନ୍ଦ କରିବାକୁ ଯାଇଥିବା ବେଳେ ମଞ୍ଜୁଲତାଙ୍କୁ ମଦ ବିକୁଥିବା ମହିଳା ଆକ୍ରମଣ କରିଥିଲେ। କିଛି ଅସାମାଜିକ ଏବଂ ଅସାଧୁ ବ୍ୟକ୍ତିଙ୍କ ମିଳିତ ଚକ୍ରାନ୍ତରେ ଏପରି ଆକ୍ରମଣ ରଚାଯାଇଥିବା ଶ୍ରୀ ଦାସ ଅଭିଯୋଗ କରିଛନ୍ତି । ଏହାଦ୍ଵାରା ଜିଲ୍ଲାରେ କରୋନା ଭଳି ମହାମାରୀ ସମୟରେ କବ୍ୟରତ ପ୍ରାୟ ୧୨ଶହ କନେଷ୍ଟବଳ, ହାବିଲ୍ଦାର ମାନସିକ ଭାବେ ନିରୁତ୍ସାହିତ ହୋଇପଡ଼ିଛନ୍ତି । ଆକ୍ରମଣର ଶିକାର ହୋଇଥିବା ମଲତା ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀଭାବେ ଜଣାଶୁଣା ଅତିତରେ ବାରିପଦାରୁ ହୋଇଥିବା ଶିଶୁ ଚୋରି ମାମଲା ହେଉ ବା ରାତ୍ରୀକାଳୀନ ପାଟ୍ରୋଲିଂ ସବୁଠି ସେ ଉକୃଷ୍ଟତା ପ୍ରଦର୍ଶନ କରିଛନ୍ତି। ତେଣୁ ତାଙ୍କ ଉପରେ ଏପରି ନିନ୍ଦନୀୟ ଆକ୍ରମଣରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଆଜି ଶ୍ରୀ ଦାସ ଏବଂ ଅନ୍ୟ ପୁଲିସ କର୍ମଚାରୀ ମଞ୍ଜୁଲତାଙ୍କୁ ଭେଟିବା ସହିତ ସବୁପ୍ରକାର ସମର୍ଥନ ଯୋଗାଇଦେବାର ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ମଦ ବିକ୍ରି ଉପରେ ଚଢ଼ଉ ବେଳେ ଅଧିକ ପୁଲିସ ବଳ ଯୋଗାଇଦେବାକୁ ସେ ଦାବି କରିଛନ୍ତି।
ମହିଳା ପୁଲିସ୍ଙ୍କୁ ଆକ୍ରମଣର ଦୃଢ଼ ନିନ୍ଦା
|
October 12, 2020 |


