ଯାଜପୁର, ୦୫/୦୭/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ ଜାରକା ବିଟ୍ ହାଉସରେ ଜଣେ ପୋଲିସ କର୍ମଚାରୀ ଜଣେ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ବିବାହ କରିବାକୁ ରାଜିନହେବାରୁ, ମହିଳାଙ୍କୁ ଧମକ ଚମକ ଦେବା ସହିତ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଚି । ଘଟଣାରୁ ପ୍ରକାଶ ଯେ, ଜାରକା ବିଟ୍ ହାଉସରେ କାର୍ଯ୍ୟ କରୁଥିବା ଓଏଫଏଫ ଓଡ଼ିଶା ପୋଲିସ ବିଭାଗରେ ଜାରକା ବିଟ୍ ହାଉସରେ କାର୍ଯ୍ୟକରୁଥିବା ବେଳେ, ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଅରଡ଼ାପାଳ ଖୁଂଟାପଶି ଗ୍ରାମର ଭାଷା କୁସୁଙ୍କ ପୁଅ ଶ୍ୟାମସୁନ୍ଦର କିସୁ(୩୫) ଓଏଫଏଫ ଭାବେ କାର୍ଯ୍ୟରତ ଥିବାବେଳେ, ଜାରାକା ବିଟ୍ ହାଉସରେ କାର୍ଯ୍ୟକରୁଥିବା ବେଳେ, ଏକ ଜୈନିକ ମହିଳାଙ୍କୁ ପ୍ରେମ କରିବସିଥିଲେ । ଏହି ମହିଳାଙ୍କର ୫ବର୍ଷର ପୁଅ ଥିବା ଜଣାଯାଇଚି । ଶ୍ୟମସୁନ୍ଦର କିସୁ ବାହାହେବାର ପ୍ରଲୋଭନ ଦେଖାଇ ଏହି ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ବେଳେ, ମହିଲା ଜଣାକ ବିଭାଘର ହେବାପାଇଁ ଜିଦ ଧରିବାରୁ ଶ୍ୟାମସୁନ୍ଦର ସମୟ ଗଡ଼ାଇ ଚାଲିଥିଲେ । ଏହି ମହିଳାଙ୍କୁ ଶ୍ୟାମସୁନ୍ଦର ଅବିବାହିତ କହିଥିବା ବେଳେ, ଏହି ମହିଳାଙ୍କ ସହିତ ଶ୍ୟାମସୁନ୍ଦରଙ୍କର ବିଭାଘର ଘଟଣାକୁ ନେଇ ତିକ୍ତତା ଲାଗିରହିଥିଲା । ଆସୋସ୍ଥି ଫାଉଣ୍ଡେସନ ମାଧ୍ୟମରେ ଶ୍ୟାମସୁନ୍ଦରଙ୍କୁ ଡକାଯିବା ସହିତ ସମାଧାନ କରାଯାଇଥିଲା । ଶ୍ୟାମସୁନ୍ଦର ଏହି ମହିଳାଙ୍କୁ ବିବାହ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହା ମଧ୍ୟରେ ଶ୍ୟାମସୁନ୍ଦର କିସୁ ଯାଜପୁର ହେଡ଼ କ୍ୱାଟରକୁ ବଦଳୀ ହୋଇଆସିଥିଲେ । ଶ୍ୟାମସୁନ୍ଦରଙ୍କୁ ନପାଇ ମହିଳା ଜଣଙ୍କ ଅରଡ଼ାପାଳକୁ ଯାଇଥିବା ବେଳେ, ସେଠାରେ ଶ୍ୟାମସୁନ୍ଦର ବିଭାହୋଇଥିବା ଜାଣିବାକୁ ପାଇଥିଲେ । ଏହାର କୌଣସି ସମାଧାନ ନହେବାରୁ ଏହି ଅସହାୟ ମହିଳା ଜଣଙ୍କ ଗତ ଶିନବାର ଦିନ ଶ୍ୟାମସୁନ୍ଦରଙ୍କ ନାମରେ ଧର୍ମଶାଳା ଥାନାରେ ଅଭିଯୋଗ କରିବାରୁ ଧର୍ମଶାଳା ଆଇଆଇସି ସରୋଜ କୁମାର ସହାୁ ଘଟଣାରେ ତଦନ୍ତ କରି ଆସମୀ ଶ୍ୟାମସୁନ୍ଦରଙ୍କୁ ଥାନାରେ ଅଟକ ରଖାଯାଇଥିବା ସୂଚନା ମିଳିଚି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖି ପୋଲିସ କର୍ମଚାରୀ ଗିରଫ
|
July 5, 2021 |


