ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ

Spread the love

ଧର୍ମଶାଳା, ୨୫/୧୧ (ସନ୍ଧାନ ନିୟୁଜ) ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ବଡବଜାରର ଏକ ଔଷଧ ଦୋକାନ ସମ୍ମୁଖରୁ ଆଜି ସଂଧ୍ୟାରେ ଜଣେ ମହିଳାଙ୍କ ବେକରୁ ଏକ ମଙ୍ଗଳସୂତ୍ର ଲୁଟ୍ ହୋଇଯାଇଛି । ଜେନାପୁର ପଞ୍ଚାୟତ ଦଇପୁର ଗ୍ରାମର ଅଇଁଠୁ ସାହୁଙ୍କ ପରିବାର ଏକ କାରରେ ଜାରକା ବଜାର ଆସିଥିଲେ । ଔଷଧ ଦୋକାନରୁ ଔଷଧ ନେଇ ତାଙ୍କ ମା’ କାରରେ ବସିବାକୁ ଯାଉଥିବାବେଳେ ଜଣେ ଦୁର୍ବୃତ୍ତ ହଠାତ୍ ତାଙ୍କ ବେକରୁ ମଙ୍ଗଳ ସୂତ୍ର ଝାମ୍ପି ନେଇଥିଲେ । ଏହାଦେଖି ସେ ଚିକ୍ରାର କରିଥିଲେ ହେଁ ଦୁର୍ବୃତ୍ତ ଷ୍ଟାର୍ଟ ହୋଇ ରହିଥିବା ବାଇକ୍ ପଛରେ ବସି ନାକପୋଲ ଆଡକୁ ଚମ୍ପଟ ମାରିଥିଲେ । ଉପସ୍ଥିତ ଲୋକମାନେ ଲୁଟେରା ଦ୍ୱୟଙ୍କୁ ଧରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ଖବର ପାଇ ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି । ହେଲେ ଲୁଟେରାଙ୍କ ସଂପର୍କରେ କୌଣସି ସୁରାକ୍ ମିଳିନାହିଁ । ଏ ନେଇ ଅଇଁଠୁ ଧର୍ମଶାଳା ଥାନାରେ ଏତଲା ଦେଇଥିବା ଜଣାପଡିଛି । ବାରମ୍ବାର ଜାରକା ଅଞ୍ଚଳରେ ଚୋରି ରାହାଜାନି ଲୁଟ୍ ହେଉଥିଲା ବେଳେ ଜାରକା ବିଟ୍ ହାଉସ୍ ପୁଲିସ୍ ଅଧିକାରୀ ପଦବୀ କିଛିଦିନ ହେଲା ଖାଲି ପଡିଛି । ଫଳରେ ଜାରକା ଭଳି ଏକ ବ୍ୟସ୍ତବହୁଳ ବ୍ୟବସାୟିକ ପେଣ୍ଠସ୍ଥଳୀ ଏବେ ଲୁଟେରାମାନଙ୍କ ଚରାଭୂଇଁ ପାଲଟିଛି । ପୁଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Report- Santosh Rout

Related Posts

About The Author

Add Comment