ରସୁଲପୁର,୧/୪ (ସନ୍ଧାନ ନିୟୁଜ) କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତର ଗଙ୍ଗାଧରପୁର ଗ୍ରାମରେ ପୁଣି ଏକ ଦୁଷ୍କର୍ମ ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ଶିରୋନାମା ପାଲଟିଛି । ନିଜର ଯୌନ ଲାଳସାକୁ ଚରିତାର୍ଥ କରିବା ପାଇଁ ଦୂର ସଂପର୍କୀୟ ଭାଉଜ ଉପରେ ପାପ ଦୃଷ୍ଟି ପକାଇବା ସହ ଦୁଷ୍କର୍ମ କରିବା ଅଭିଯୋଗରେ ସେହି ଗାଁର ଜୈନକ ଯୁବକ ବୃନ୍ଦାବନ ମହାନ୍ତି(୩୫)କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।
ଘଟଣାରୁ ପ୍ରକାଶ ବୃନ୍ଦାବନ ତାର ଦୂର ସଂପର୍କୀୟ ଭାଉଜ ସହ ଶାରିରୀକ ସଂପର୍କ ରଖିବା ପାଇଁ ବହୁବାର ଚେଷ୍ଟା କରିଥିଲା । ଏପରି କି ହୋଲି ଉତ୍ସବ ଅବସରରେ ସେ ମହିଳାକୁ ଏକୁଟିଆ ପାଇ ତା ସହ ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିଲା । ଏ ସଂପର୍କରେ କାହାକୁ ନ କହିବା ପାଇଁ ଧମକ ବି ଦେଇଥିଲା । ହେଲେ ଉକ୍ତ ଘଟଣା ଘଟିବାର ମାତ୍ର ୧୦ ଦିନ ପରେ ଅର୍ଥାତ ରବିବାର ରାତି ପ୍ରାୟତଃ ୧୦ଟା ସମୟରେ ଯୁବକ ଜଣକ ମହିଳାଙ୍କ ଘରକୁ ଯାଇଥିଲା । ମହିଳା ଜଣକ ଉକ୍ତ ଯୁବକକୁ ହଠାତ୍ ଘର ଭିତରେ ଦେଖି ଚିକ୍ରାର କରିଥିଲା । ମହିଳାର ପାଟି ଶୁଣି ପରିବାର ଲୋକେ ଘଟଣାସ୍ଥଳରେ ପହଁଚି ଯୁବକକୁ କାବୁ କରି ନେଇଥିଲେ । ଏ ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଯୁବକକୁ ନିଜ ହେପାଜତକୁ ନେଇ ପଚରା ଉଚୁରା ଜାରି ରଖିଥିଲା । ଘଟଣା ସଂପର୍କରେ ସତ୍ୟାସତ ଥିବା ଜାଣି ପୋଲିସ ପକ୍ଷରୁ ଏ ନେଇ ଆଜି ଏ ସଂପର୍କରେ ଥାନାରେ କେସ୍ ନଂ-୮୬/୧୯ରେ ଏକ ମାମଲା ରୁଜୁ କରିବା ସହ ଧାରା ୩୭୬ ଲାଗୁ କରିଛି ।
ସବ୍ ଇନ୍ସପେକ୍ଟର ଅନିତା ପ୍ରଧାନ ମାମଲାର ତଦନ୍ତ କରୁଛନ୍ତି । ପ୍ରକାଶଥାଉ କି ଏହି ପଂଚାୟତରେ ଗତ କିଛି ମାସ ତଳେ ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ ହୋଇଥିଲା । ପୋଲିସ ପକ୍ଷରୁ ଅଭିଯୁୟକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏହି ଘଟଣା ସାଧାରଣ ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଏକ ଦୁଷ୍କର୍ମ ଘଟଣା ପଂଚାୟତର ଛବିକୁ ସମଗ୍ର ଥାନା ଅଂଚଳରେ ଖରାପ କରୁଛି ବୋଲି କୁହାଯାଉଛି । ଏହି ପଂଚାୟତରେ ବିଭିନ୍ନ୍ ସମୟରେ ଗଣ୍ଡଗୋଳ ମାଡପିଟ୍, ଦୁଷ୍କର୍ମ ଭଳି ମାମାଲା ବାରମ୍ବା ଘଟୁଛି ଯାହାକି ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି ବୋଲି କୁହାଯାଉଛି ।
Report by- Jagamohan Rout