ବାରିପଦା, ୨୨.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):-ସ୍ଥାନୀୟ ୧୭ ନମ୍ବର ୱାର୍ଡ ନୂଆସାହି ଅଂଚଳର ଜଣେ ବିବାହିତା ମହିଳାଙ୍କୁ ବାହାରେ ଚାକିରି କରୁଥିବା ତାଙ୍କ ସ୍ବାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଆଜି ପୂର୍ବାହ୍ନ ସାଢେ ୮ଟା ସମୟରେ ୧୦ରୁ ୧୫ ଜଣ ଯୁବକ ତାଙ୍କ ଘର ଭିତରେ ଜୋର ଜବରଦସ୍ତ ପଶିଥିଲେ ଏବଂ ତାଙ୍କୁ ଘର ମଧ୍ୟରୁ ଟଣାଓଟରା କରି ଘର ବାହାରକୁ ଆଣିବା ସହିତ ପିଟାମରା ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଜୀବନରୁ ମାରି ଦେବା ଆଦି ଧମକ ଦେଇଥିବାର ବାରିପଦା ଟାଉନ ଥାନାରେ ପୀଡିତା ମହିଳାଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଏ ସଂପର୍କରେ ବାରିପଦା ଟାଉନ ଥାନାରେ ୭୪/୨୧ ନମ୍ବରର ଏକ ମାମଲା ୪୪୮, ୩୫୪, ୩୨୩, ୨୯୪, ୫୦୬ ଓ ୩୪ ଦଫାରେ ଆଜି ରୁକୁ ହୋଇଥିବା ସହିତ ପୁଲିସ ଏଏସଆଇ ପ୍ରଣତୀ ସିଂଙ୍କ ଦ୍ୱାରା ତଦନ୍ତ ଚାଲିଛି । ଉକ୍ତ ଅଂଚଳରେ ବେଆଇନ ମଦ କାରବାର ସଂପର୍କରେ ଖବର ଦେଇଥିବା ଘଟଣାକୁ କେନ୍ଦ୍ର କରି ଅଭିଯୁକ୍ତମାନଙ୍କ ଦ୍ଵାରା ପ୍ରତିଶୋଧ ପରାୟଣ ହୋଇଥିବାର ପୁଲିସ ସୂତ୍ରରୁ ପ୍ରକାଶ।
ମହିଳାଙ୍କୁ ଟଣାଓଟରା ସହ ପିଟାମରା ଅଭିଯୋଗ
|
January 22, 2021 |



