ସୁନ୍ଦରଗଡ ତା:୨୬/୨/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ ) ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ ହୁଏ ମହାଶିବରାତ୍ରି। ଭଗବାନ ଶିବଙ୍କୁ ବ୍ରତ ମଧ୍ୟରେ ଶିବରାତ୍ରି ବ୍ରତ ଅତ୍ୟନ୍ତ ସିଦ୍ଧିଦାୟକ। ଦେବ ଦେବ ମହାଦେବଙ୍କ ଦ୍ବାରା ବିଶ୍ୱ ସୃଷ୍ଟି ବୋଲି ବିଶ୍ବାସ ରହିଛି। ଏହି ଦିନ ଯିଏ ମହା ପ୍ରଭୁଙ୍କ ଶିବଲିଙ୍ଗ ରେ ଦୁଧ, ଅର୍ଘ୍ୟ,ବେଲପତ୍ର,ଧତୁରାଫୁଲ ଅର୍ପଣ କରେ ତାର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି କୁହାଯାଏ । ସବଡେଗା ମାନେଶ୍ୱର ଶିବ ମନ୍ଦିର ପୂଜା କମିଟି ଦ୍ବାରା ମହା ଶିବରାତ୍ରି ଦିନ ଅଷ୍ଟ ପ୍ରହର ନାମ ଯଜ୍ଞ ର ପ୍ରାରମ୍ଭରେ ସକାଳ ୬ଟା ୩୦ ମିନିଟ ରେ ପ୍ରଭୁନାମ ଆରମ୍ଭ ହୋଇଥିଲା ।ଆସିଥିବା ସମସ୍ତ କୀର୍ତ୍ତନ ମଣ୍ଡଳୀ ସମସ୍ତେ ମିଶି ଏହି ଅଷ୍ଟ ପ୍ରହର ମହାଯଜ୍ଞ ର ଶୁଭାରମ୍ଭ କରିଥିଲେ । ପରେ ପରେ ପ୍ରତ୍ୟେକ କୀର୍ତ୍ତନ ମଣ୍ଡଳୀ କମିଟିର ଶୃଙ୍ଖଳିତ ନିୟମ ଅନୁଯାୟୀ ପ୍ରଭୁ ନାମ ନେବା ସହିତ ଭକ୍ତମାନେ ଆତ୍ମବିଭୋର ହୋଇପଡିଥିବା ଦେଖିବାକୁ ମିଳିଥିଲା । ଏଥିରେ ଅଞ୍ଚଳର ଯାଇସର୍,କୁସମମୁରା, ମାଳିଡିହି, ସବଡେଗା ର ଚାରୋଟି କୀର୍ତ୍ତନ ମଣ୍ଡଳୀ ଦ୍ଵିତୀୟ ଦିନରେ ଅଂଶ ଗ୍ରହଣ କରିଥିବା କମିଟି ପକ୍ଷରୁ ସୂଚନା ରହିଛି । ଦିନ ୧୨ଟା ସମୟରେ ପ୍ରତ୍ୟେକ ଭକ୍ତ ଆନନ୍ଦ ବଜାରରେ ଅନ୍ନ ପ୍ରସାଦ ସେବନ କରିଥିଲେ ।ସନ୍ଧ୍ୟା ସମୟରେ ଜଜମାନ ପ୍ରଫୁଲ୍ଲ ନାଏକ ଓ ତାଙ୍କ ଧର୍ମ ପତ୍ନୀଙ୍କ ସହ ଆଳତୀ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଅଞ୍ଚଳବାସି ତଥା ଅନେକ ଭକ୍ତ ମଣ୍ଡଳୀ ଆନନ୍ଦ ବଜାରରେ ସମସ୍ତେ ମିଶି ପ୍ରସାଦ ସେବନ କରିଥିଲେ । ମାନେଶ୍ୱର ଶିବ ମନ୍ଦିର କମିଟିର ସମସ୍ତ ସଦସ୍ୟଙ୍କ ସହ ଯୋଗରେ କାର୍ଯ୍ୟ ବିନା ବାଧା ବିଘ୍ନ ଚାଲିଥିବାର ଦେଖିବାକୁ ମିଳିଥିଲା ।