ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ବବିଦ୍ୟାଳୟର ଶୈକ୍ଷିକ ବ୍ୟବସ୍ଥାର ଉନ୍ନତି କେବେ !

Spread the love

ବାରିପଦା,୧୯.୦୧.୨୦୨୧(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- ଦୀର୍ଘ ୨୨ବର୍ଷ ପରେ ରାଜ୍ୟ ସରକାର ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ  କରି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ  ନାମିତ କରିଛନ୍ତି । ମହାରଜା ଶ୍ରୀଷ୍ଟମ ଚନ୍ଦ୍ରଙ୍କ ୧୫୦ତମ ଜୟନ୍ତୀ ବର୍ଷରେ ଏହା ନବୋହଳର ଅନ୍ୟତମ ନିର୍ମାତା ମୟୂରଭଞ୍ଜ ମହାରାଜାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ବୋଲି ବୁଦ୍ଧିଜୀବୀ ମାନେ ହୃଦବୋଧ କରିବା ସହ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରି ପ୍ରଶଂସା କରିଛନ୍ତି । ମାତ୍ର ବିଶ୍ୱ ବିଦ୍ୟାଳୟର କେବଳ ନାମକରଣ ପରିବର୍ତ୍ତନ କରି ସରକାରୀ ଦଳ ଯେଭଳି ଭାବେ ବାହାବା ନେଉଛନ୍ତି ଏବଂ ତାକୁ ଆୟୁଧ କରି ଆଗାମୀଦିନରେ ପୌର ନିର୍ବାଚନ‌ ବୈତରଣୀ ପାରି ହେବାକୁ ଚେଷ୍ଟା କରୁଛନ୍ତି ତାକୁ ବୁଦ୍ଧିଜୀବୀ‌ ମହଲ ନାପସନ୍ଦ କରିଛନ୍ତି । କେବଳ ନାମ ପରିବର୍ତ୍ତନ ପର୍ଯ୍ୟାପ୍ତ ନୁହେଁ ବିଶ୍ବବିଦ୍ୟାଳୟର ବ୍ୟବସ୍ଥାଗତ ପରିବର୍ତ୍ତନ ଏକାନ୍ତ ଜରୁରୀ ବୋଲି ମୟୂରଭଞ୍ଜ ବୁଦ୍ଧିଜୀବୀ ମାନେ ଦାବିପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ  କରିଛନ୍ତି । ବୁଦ୍ଧିଜୀବୀମାନେ ଏହାର ଶୈକ୍ଷିକ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ନିବେଦନ କରିଛନ୍ତି । ବିଶ୍ବବିଦ୍ୟାଳୟର ମୁଖ୍ୟ ପରିସର ଶ୍ରୀରାମଚନ୍ଦ୍ର ବିହାରଠାରେ ୨୩ ଟି ସ୍ନାତକୋତ୍ତର ବିଭାଗ ଯଥା ବାୟୋଟକ୍ନୋଲୋଜି, ବୋଟାନୀ, କମେଷ୍ଟ୍ରି,କମ୍ପ୍ୟୁଟର ଆପ୍ଲିକେସନ, ଇକୋନୋମିକ୍ସ, ଫିଜିକ୍ସ, ଜୁଲୋଜି, ସାନ୍ତାଳୀ ପରି ଆଠଟି ସରକାରୀ ନିୟମିତ ବିଭାଗ ଥିବା ବେଳେ‌ ଆନଥ୍ରୋପୋଲୋଜି ଏଣ୍ଡ ଟ୍ରାଇବାଲ ଷ୍ଟଡିଜ, ଏଜୁକେଶନ, ଇଂରାଜୀ, ବିଜିସ ଆଡମିନିଷ୍ଟ୍ରେସନ, ସୋସିଆଲ  ଓବାର୍କ, ରିମୋଟ ସାଇନ୍ସ ଏଣ୍ଡ ଜିଆଇଏସ, ଓବାଇଲ୍ ଲାଇଫ ଏଣ୍ଡ ବାୟୋ କଞ୍ଜରଭେସନ, ମ୍ୟାଥମେଟିକ୍ସ, ଲାଇବ୍ରେରୀ ଆଣ୍ଡ ଇନଫରମେଶନସାଇନ୍ସ , ଓଡିଆ, ହିନ୍ଦୀ, କଂପ୍ୟୁଟର ସାଇନ୍ସ, ଯୋଗ ଆଣ୍ଡ ନେଚରପ୍ୟାଥ, ସଂସ୍କୃତ, ଇଣ୍ଠି ଗୁଡ୍ ବିଏଡ ଏଣ୍ଡ ଏମଏଡ ବିଭାଗ ଗୁଡିକ ସେଲଫ ଫାଇନାସିଂ ପାଠ୍ୟକ୍ରମ ଭାବରେ ରହିଛି । ଏହି ସେଲଫ ଫାଇନାନ୍‌ସିଂ ବିଭାଗ ଗୁଡିକ ମଧ୍ୟରୁ ୯ ଟି ବିଭାଗ ଆନଥ୍ରୋପୋଲୋଜି ଏଣ୍ଡ ଟ୍ରାଇବାଲ ଷ୍ଟଡିଜ୍, ଏଜୁକେଶନ, ବିଜିନେସ ଆଡମିନି ଷ୍ଟେସନ , ସୋସିଆଲ ଓବାର୍କ, ଓବାଇଲପ ଲାଇଫ ଏଣ୍ଡ ବାୟୋକଞ୍ଜରଭେସନ, ଇଂରାଜୀ, ଗଣିତ, ଓଡ଼ିଆ ଓ ଇଣ୍ଟିଗ୍ରେଟେଡ ବିଏଡ ଓ ଏମଏଡ ବିଭାଗକୁ ସରକାରୀ ନିୟମିତ ବିଭାଗରେ ପରିଣତ କରିବା ପାଇଁ ୨୦୧୮ ମସିହାରେ ଓଡିଶା ସରକାର ପଚାଶରୁ ଉଦ୍ଧବ ନିୟମିତ ଶିକ୍ଷକ ପଦବୀ ପାଇଁ ମଞ୍ଜୁର ପ୍ରଦାନ କରିଥିଲେ ମଧ୍ୟ କିନ୍ତୁ ଦୁଇ ବର୍ଷରୁ ଅଧିକ କାଳ ହୋ ସରକାରୀ ବିଭାଗୀୟ ଅବହେଳାରୁ ଏହି ପଦବୀ ଗୁଡ଼ିକ ପୂରଣ ହୋଇନାହିଁ । କରୋନା ମହାମାରୀର ଦାରୁଣ ବିପର୍ଯ୍ୟୟ ସମୟରେ ମଧ୍ୟ ପିଲାମାନେ ସେଲଫ ଫାଇନାସିଂ ବିଭାଗ ଗୁଡିକରେ ୨୦ରୁ ୩୦ ହଜାର ଟଙ୍କା ଦେଇ ନାମ ଲେଖାଇବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ବୁଦ୍ଧିଜୀବୀ ମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ସେଲ୍ଫ ଫାଇନାନ୍‌ସିଂ ବିଭାଗ ଗୁଡିକରେ ପିଲାମାନେ ଏମଫିଲ୍ ଓ ପିଏଚଡି ପାଠପଢାରୁ ମଧ୍ୟ ବଞ୍ଚିତ ହେଉଥିବାଉଲ୍ଲେଖ ରହିଛି। ଏହାଛଡା ବିଶ୍ବବିଦ୍ୟାଳୟର ମୁଖ୍ୟ ପରିସରରେ ଇତିହାସ, ରାଜନୀତି ବିଜ୍ଞାନ, ଭୂଗୋଳ, ମନସ୍ତତର୍, ଦର୍ଶନ, ବଣିଜ୍ୟ ପରି ବିଭର ମାନ ଖେଇଯର ନ ଥୁବ ବଲେ ଇଂରାଜୀ ବିଭାଗକୁ ସରକାରୀ କରିବା ପାଇଁ ଦିଆଯାଇଥିବା ୪ ଗୋଟି ନିୟମିତ ଶିକ୍ଷକ ପଦବୀକୁ ସରକାର ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ କେନ୍ଦୁଝରକୁ ପ୍ରଦାନ କରି ମୟୁରଭଞ୍ଜିବାସୀଙ୍କୁ ପ୍ରତାରିତ କରିଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି । ବିଶ୍ୱବିଦ୍ୟାଳୟରେ ଗୋଟିଏ ମାତ୍ର ଛାତ୍ରନିବାସ ବାରୁ ଅନେକ ଦୂରଦୂରାନ୍ତରୁ ଆସୁଥିବା ପିଲାମାନେ ଛତ୍ରନିବାସରେ ସିଟ୍ ନପାଇ ବଞ୍ଚିତ ହେଉଛନ୍ତି। ତେଣୁ ନୂତନ ଛତ୍ରନିବାସ ନିର୍ମାଣ କରିବାର ଆବଶ୍ୟକତା ରହିଛି ବୋଲି ଦବିପତ୍ରରେ ଉଲ୍ଲେଖ ରହିଛି । ମୟୂରଭଞ୍ଜି ବୁଦ୍ଧିଜୀବୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରପଲ ପ୍ରଫେସର ଗଣେଶୀଲାଲ, ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁବାସ ମାରଣ୍ଡି, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର  ବସାକୁ ପ୍ରଦାନ କରାଯାଇଛି ବୋଲି ଅଧ୍ୟାପକ ରୁପ୍ ପଟ୍ଟନାୟକ, ସୁନୀଲ ଜେନା, ମୟୁରଭଞ୍ଜ ସିଟିଜେନ ଫୋରମର ସଭାପତି ପୂର୍ଣ୍ଣଚନ୍ଦ୍ର ବୁଗୁଡ଼େଇ, ବିଜୟ କୁମାର ସାହୁ, ମାନସ ଦଳେଇ, ସୁମତ ମଲ୍ଲିକ, ଗଣେଷ ବହେରା, ଜଗନ୍ନାଥ ଦେ, ଗଣେଶ ସିଂ ପ୍ରମୁଖ ସୂଚନା ଦେଇଛନ୍ତି ।

Related Posts

About The Author

Add Comment