ମହାରଥୀଙ୍କ ଜାମିନ୍ ଆବେଦନ ଶୁଣାଣି ୨୭ ତାରିଖକୁ ଘୁଞ୍ଚିଲା

Spread the love

ଭୁବନେଶ୍ୱର, ୨୪/୪ (ସନ୍ଧାନ ନିୟୁଜ) ନିର୍ବାଚନ ଫ୍ଲାଇଂ ସ୍କ୍ଵାଡର ମାଜିଷ୍ଟ୍ରେଟଙ୍କ ଉପରେ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଗିରଫ ହୋଇ ପରେ ଜେଲ୍ ଯାଇଥିବା ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କର ଜାମିନ୍ ଆବେଦନର ଶୁଣାଣି ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ମାମଲାର କେଶ ଡାଏରୀ ଓ ଇଞ୍ଜୋରୀ ରିପୋଟ ଆସି ନଥିବାରୁ ତଦନ୍ତ ଲାଗି ତଦନ୍ତକାରୀ ଅଧିକାରୀ ଅଧିକ ସମୟ ମାଗିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଅଦାଲତ ପୁଲିସକୁ ଶନିବାର ସୁଦ୍ଧା କେସ୍ ଡାଏରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅଦାଲତ ଭୁବନେଶ୍ୱର ଝାଡ଼ପଡ଼ା ଜେଲ୍ କର୍ତ୍ତୃପକ୍ଷଙ୍କୁ ମହାରଥୀଙ୍କର ସ୍ୱାସ୍ଥାବସ୍ଥା ନେଇ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଊଲ୍ଲେଖଯୋଗ୍ୟ କି, ୨୨ ତାରିଖରେ ପିପିଲିରୁ ଗିରଫ ହେଲା ପରେ ମହାରଥୀଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ସେଠାରେ ତାଙ୍କର ଜାମିନ ଆବେଦନ ଶୁଣାଣିକୁ ୨୪ ତାରିଖ ପର୍ୟ୍ୟନ୍ତ ଘୁଞ୍ଚା ଦିଆଯାଇଥିଲା। ଏହାପରେ ପ୍ରଦୀପ ମହାରଥୀ ଭୁବନେଶ୍ୱର ଝାରପଡ଼ା ଜେଲ୍କୁ ଚାଲି ଯାଇଥିଲେ। ପରେ ତାଙ୍କର ସ୍ୱାସ୍ଥାବସ୍ଥା ବିଗିଡ଼ିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ଆଜି ପୁଣି ତାଙ୍କୁ ଭୁବନେଶ୍ୱର ଅଦାଲତରେ ହାଜର କରାଯାଇଥିଲା ଏବଂ ମହାରଥୀଙ୍କ ଓକିଲ ଜାମିନ୍ ଆବେଦନ କରିଥିଲେ। ଅଦାଲତ ଏହାର ଶୁଣାଣିକୁ ୨୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି।

Related Posts

About The Author

Add Comment