ମହାବାରୁଣୀରେ ପିତୃପୁରୁଷ ମାନଙ୍କୁ ପିଣ୍ଡଦାନ କଲେ

Spread the love

ଯାଜପୁର ସଦର,ସନ୍ଧାନ ନିୟୁଜ: ଯାଜପୁର ଠାରେ ପୂର୍ଣ୍ଣତୋୟା ବୈତରଣୀରେ ପିତୃପୁରଷ ମାନଙ୍କୁ ଦଶମେଧଘାଟରେ ପିଣ୍ଡ ଦେବାପାଇଁ ଏହି ବର୍ଷ ଯୋଗ ପଡ଼ିଥିଲା । ମାହାବାରୁଣୀ ସ୍ନାନଯୋଗ ଅନେକ ବର୍ଷ ତଳେ, ଏହି ଯୋଗ ପଡ଼ିଥିବାରୁ ଆଜି ସକାଳୁ ଶ୍ରଦ୍ଧାଳୁ ଭକ୍ତ ମାନେ ପୂର୍ଣ୍ଣତୋୟା ବୈତରଣୀ ବୁଡ଼ ପକାଇ ନିଜ ନିଜର ପିତୃପୁରଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିଲେ । ଏହାପରେ ବୈତରଣୀ ନଦୀକୂଲରେ ରହିତବା ସପ୍ତମାତୃକା ଏବଂ ପ୍ରଭୂ ଜଗନ୍ନାଥଙ୍କୁ ଏବଂ ବରାହାଙ୍କୁ ଦର୍ଶନ କରିଥିଲେ । ଲକ୍ଷାଧିକ ଭକ୍ତଭିଡ଼କୁ ଆଖିଆଗରେ ରଖି ଯାଜପୁର ପୌରପାଳିକା ପକ୍ଷରୁ ପୁରୁଷ ଏବଂ ମହିଳା ମାନଙ୍କ ଅସ୍ଥାୟୀ ବସ୍ତ୍ର ପରିଧାନ କକ୍ଷ ଅସ୍ଥାୟୀ ପାଇଖାନା ନିର୍ମାଣ କରାଯିବା ସହିତ ନଦୀ ପଠାରେ ବ୍ୟରିକେଟ ବିଶ୍‌ୁଦ୍ଧ ପାନୀୟ ଜଳ ବ୍ୟବସ୍‌ଥା କରାଯାଇଥିବାର ଦେଖିବାକୁ ମିଳିଥିଲା । ଯାଜପୁର ଜିଲ୍ଲା ପ୍ରସାସନ ପକ୍ଷରୁ ତିନୋଟି ସୂଚନା କେନ୍ଦ୍ର ଜରୁରୀକାଳିନ ପରିସ୍ଥିତି ପାଇଁ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀ ମାନଙ୍କୁ ନେଇ ସ୍ୱାସ୍ଥ୍ୟ ଶିବିର କରାଯାଇଥିବା ବେଳେ, ୪ ଟି ଆମ୍ବୁଲାନ୍ସ ମହଜୁତ ରଖାଯାଇଥିଲା । ତିନୋଟି ଓଡ୍ରାଫ୍ଟ ଟିମ ମୁତୟନ କରାଯିବା ସହିତ ସହର ମଧ୍ୟରେ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରି ବାହାର ଜିଲ୍ଲାରୁ ଆସିଥିବା ଗାଡ଼ି ଗୁଡ଼ିକୁ ଅସ୍ଥାୟୀ ଷ୍ଟାଣ୍ଡର ବ୍ୟବସ୍ଥା ଓ ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯାଇଥିବାର ଦେଖାଯାଇଥିଲା । ସେହିପରି ଯାଜପୁର ଜିଲ୍ଲା ସ୍ୱାର୍ଡ ଗାଡ଼ି ପକ୍ଷରୁ ଭିଡ଼କୁ ନିୟନ୍ତ୍ରଣ କରାଯିବା ପାଇଁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଦହି ସର୍ବତ ଏବଂ ପାଣୀ ବୋତଲ ଯୋଗାଇ ଦିଆଯାଇଥିଲା । ଅସହ୍ୟ ରୁଦ୍ରତାପ ସାଙ୍ଗକୁ ପ୍ରଚଣ୍ଡ ଖରାରୁ ରକ୍ଷା ପାଇଁବା ପାଇଁ ଗରିଆପୁର ଶ୍ୟାମାକାଳି ପୂଜା କମିଟି ହାବିଳ ବଜାର ଲକ୍ଷ୍ମୀନାରାୟଣ ପୂଜା କମିଟି ପକ୍ଷରୁ ରାସ୍ତରେ ଯାଉଥିବା ଭକ୍ତ ମାନଙ୍କୁ ଦହି ସର୍ବତ ବଣ୍ଟନ କରାଯାଇଥିଲା । ସେହିପରି ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବାହାରୁ ଆସିଥିବା ଭକ୍ତମାନଙ୍କର କୌଣସି ଅସୁବିଧା ନହେବ ସେଥିପାଇଁ ବିଭିନ୍ ପଦକ୍ଷେପ ନେବା ସହିତ ଏଠାରେ ସୂଚନା ଯୋଗ୍ୟ ଯେ, ସକାଳ ୬ଟା ମିନିଟରୁ ଦିନ ୧୨ଟା ୫୭ ମିନିଟ ପର୍ଯ୍ୟନ୍ତ ରହିଥିବା ବେଳେ, ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଆଜି ବୈତରଣୀ ନଦୀର ଦଶମେଧଘାଟ ଠାରେ ଲକ୍ଷ୍ୟାଧିକ ଭକ୍ତ ମାନଙ୍କ ସମାଗମ ହୋଇଥିବା ବେଳେ, କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ଦେଖିବାକୁ ମିଳିଥିଲା ।

Related Posts

About The Author

Add Comment