ମସ୍ତିଷ୍କ ଆଘାତରେ ସାମ୍ବାଦିକଙ୍କ ଅକାଳ ବିୟୋଗ

Spread the love

ଚଣ୍ଡିଖୋଲ, ୧୨/୦୩/୨୦୨୨ (ସନ୍ଧାନ ନିଉଜ) – ସୁଙ୍ଗୁଡ଼ା ଗ୍ରାମପଂଚାୟତ ଅନ୍ତର୍ଗତ ନିଶିମଳା ଗ୍ରାମର ଯୁବ ସାମ୍ବାଦିକ ହେମନ୍ତ କୁମାର ଜେନା(୫୧) ମସ୍ତିଷ୍କ ଆଘାତ ଯୋଗୁଁ ତାଙ୍କର ବିୟୋଗ ଘଟିଛି । ସ୍ୱର୍ଗତ ଜେନା ନିଜ ଘରେ ଶୋଇଥିବା ସମୟରେ ଅଚେତ୍ ହୋଇ ପଡ଼ିଯାଇଥିଲେ । ତାଙ୍କୁ ସଂଗେ ସଂଗେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ପଠା ଯାଇଥିଲା । ଦୀର୍ଘ ୩ ଦିନ ହେବ ମୃତ୍ୟୁ ସହ ସେ ସଂଗ୍ରାମ କରୁଥିବା ଶ୍ରୀ ଜେନା ମୃତୁ୍ୟ ନିକଟରେ ହାରି ଯାଇଥିଲେ । ସ୍ୱର୍ଗତ ଜେନା ଦୀର୍ଘଦିନ ହେଲା ଦୈନିକ ସମ୍ବାଦ ପତ୍ର, ଦୈନିକ ଆଶା, ଆମରି କଥା, ସିଂହାସନ ଓ ପାଖିକ ସମ୍ବାଦପତ୍ର କଳିଙ୍ଗ ପ୍ରଭାର ପ୍ରତିନିଧି ଭାବେ ଯାଜପୁର ଜିଲାରେ ବେଶ୍ ପରିଚିତ ଥିଲେ । ଜଣେ ମେଳାପି, ବନ୍ଧୁ ବସôଳ, ପରୋପକାରୀ ଓ ସମାଜସେବୀ ଭାବରେ ଲୋକମାନଙ୍କର ବହୁ ଉପକାର କରିଥିଲେ । ଆଜି ତାଙ୍କର ମର ଶରୀର ଚଣ୍ଡିଖୋଲ ଛକରେ ପଂହଚିଲା ପରେ ଚଣ୍ଡିଖୋଲ ପ୍ରେସ୍ କ୍ଳବ୍ ତରଫରୁ ସଂପାଦକ ଦିଲିପ୍ କୁମାର ମହାନ୍ତି, ପ୍ରସନ୍ନ କୁମାର ବିଶ୍ୱାଳ, ମୋହନ ଖିଲାର, ସେକ୍ ସବିରୁଦ୍ଦିନ୍, ପ୍ରଶାନ୍ତ କୁମାର ଜେନା ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କ ଅକାଳ ବିୟୋଗରେ ପ୍ରେସ୍ କ୍ଲବ୍ର ସଭାପତି ପ୍ରଦୀପ୍ତ କୁମାର ପରିଡ଼ା, ସାମ୍ବାଦିକ ନରେନ୍ଦ୍ର କୁମାର ରାଉତ, ଶିବରାମ ସାହୁ, ହେମେଶ୍ କୁମାର ଜେନା, ଭାରତ ଭୂଷଣ ପଣ୍ଡା, ସଂଜୟ କୁମାର ସ୍ୱାଇଁ, ମସିର ଆଲାମ୍, ଘନଶ୍ୟାମ ଗୋଚ୍ଛାୟତ, ସମରେନ୍ଦ୍ର ମହାଲା, ହେମନ୍ତ କୁମାର ଦାସ, ମହେଶ୍ୱର ରାଉତ, ଦୀନବନ୍ଧୁ ନାୟକ, ସୁଲତାନ୍ ସଇଫୁଲା ଖାନ୍, ପ୍ରତାପ କେଶରୀ ରାଉତରାୟ, ପ୍ରତାପ କୁମାର ଗୋଚ୍ଛାୟତ, ସୁରେନ୍ଦ୍ର ସାମଲ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି

Related Posts

About The Author

Add Comment