ମଶାଣୀକୁ ଯିବାପାଇଁ ରାସ୍ତା ନାହିଁ

Spread the love

ସୁନ୍ଦରଗଡ ତା:-୨୭/୮/୨୦୨୩( ସନ୍ଧାନ ନିଉଜ/ ରାଜୁ ପଟେଲ )ସରକାର ଲୋକଙ୍କ ସୁବିଧାପାଇଁ ଶବ ଦାହ କରିବାକୁ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଅନେକ ସମୟରେ ଅନେକ ମଶାଣୀକୁ ଯିବାପାଇଁ ରାସ୍ତା ନାହିଁ । ତା ସହିତ ଲୋକେ ଯୋଉ ରାସ୍ତାରେ ଲୋକେ ଶବ ଚାଲି ନେଇଯିବା ଉପଯୋଗୀ ନାହିଁ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ସବଡେଗା ଗ୍ରାମରେ । ଏହି ଗ୍ରାମ ବ୍ଲକ ଥାଇ ମଧ୍ୟ ପ୍ରଶାସନ ଚେଇଁ ସୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତା ସାଜିଛି ଯମର ଦ୍ୱାର । ଏବେ ବର୍ଷା ଦିନରେ ଲୋକେ ଶବ ସତ୍କାର କରିବାକୁ ଯାଇ ନିଜେ ଦୁର୍ଘଟଣାଗ୍ରସ୍ତ ହେଉଥିବା ଜନମହଲରେ ପ୍ରକାଶ ପାଉଛି ।ଏହା ମୁଖ୍ୟ ରାଜ୍ୟରାଜପଥ ୨୪ ନିକଟରେ ଥାଇମଧ୍ୟ ପ୍ରଶାସନ ଦୃଷ୍ଟି ନ ଦେବା ଚିନ୍ତାର ବିଷୟ ପାଲଟିଛି । ଯଦି ମଶାଣୀକୁ ଉପଯୁକ୍ତ ରାସ୍ତା ନ ଥାଇ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଉଛି ।

Related Posts

About The Author

Add Comment