ଯାଜପୁର,୨୧/୦୧ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକର ଜେନାପୁର ଥାନା ଅନ୍ତର୍ଗତ ମର୍ଯ୍ୟାଦାପୁରଠାରେ ଅନୁଷ୍ଠିତ ହେଉଥିବା ମା ହିଙ୍ଗୁଳ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଛି । ଫାଇନାଲ ମ୍ୟାଚରେ ମା କନ୍ତେଇଶୁଣୀ କ୍ରିକେଟ ଟିମ ରାମପୁର କଇଥାକୁ ହରାଇ ଅନନ୍ତଗୋପାଳ କ୍ରିକେଟ କ୍ଲବ ତଇଲା ସାହି ଚମ୍ପିୟନ ହୋଇଛି । ଟସ ଜିଣି ତଇଲାସାହି ପ୍ରଥମେ ବ୍ୟାଟିଂ କରି ୧୮ ଓଭରରେ ୭ ଉଇକେଟ ହରାଇ ୧୬୩ ରନ ସଂଗ୍ରହ କରିଥିଲା । ତଇଲାସାହିର ଚଗୁଲା ବେହେରା ଏବଂ ସରୋଜ ସାହୁ ଯଥାକ୍ରମେ ୪୨ ରନ ଏବଂ ୨୩ ରନ ସଂଗ୍ରହ କରିଥିବା ବେଳେ ରାମପୁରକଇଥାର ତୋଫାନ ବଳ ଏବଂ ସଂଗ୍ରାମ ସାହୁ ତିନୋଟି ଲେଖା ଉଇକେଟ ଅକ୍ତିଆର କରିଥିଲେ । ଏହାର ଜବାବରେ ରାମପୁର କଇଥା ୧୨ ଓଭରରେ ସମସ୍ତ ଉଇକେଟ ହରାଇ ୮୭ ରନ ସଂଗ୍ରହ କରିଥିଲେ । ରାମପୁର କଇଥାର ଅନୀଲ ବାଉଳ ୪ ଟି ଉଇକେଟ ଅକ୍ତିଆର କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ରାମପୁର କଇଥାର ରାମଚନ୍ଦ୍ର ଜେନା ମ୍ୟାନ ଅଫ ଦି ସିରିଜ ପୁରସ୍କାର ହାସଲ କରିଥିଲେ । ଧର୍ମଶାଳାର ବି.ଜେ.ଡି ନେତା ସତୀଶ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ । ଯେତେ କଷ୍ଟକର ହେଲେ ବି ବ୍ୟକ୍ତି ଓ ରାଷ୍ଟ୍ରର ବୃହତର ସ୍ୱାର୍ଥ ପାଇଁ ଯୁବ ସମାଜ ଭ୍ରଷ୍ଟାଚାର ବିରୋଧରେ ଲଢେଇ କରି ନିଜର ଗରିମା ରକ୍ଷା କରିବାକୁ ନିବେଦନ କରିଥିଲେ । ପୁରସ୍କାର ବିତରଣ ଉସôବର ଆଲୋଚନାରେ ସମାଜସେବୀ ଲକ୍ଷ୍ମୀଧରସାହୁ, କାର୍ତିକ ସ୍ୱାଇଁ, ଘନଶ୍ୟାମ ପାତ୍ର, ଉଦୟ ସାହୁ, ସୁଚିତ୍ର ଭଦ୍ର, ପ୍ରଶାନ୍ତ ଭଦ୍ର , ବୁଲୁ ସାହୁ ପ୍ରମୁଖ ଯୋଗଦେଇ ଥିଲେ । ବିଚିତ୍ର ଭଦ୍ର ଏବଂ ହେମନ୍ତ ସାହୁ ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିଲେ । ଭରତ ପରିଡା ପ୍ରାରମ୍ବିକ ସୂଚନା ଏବଂ ରାକେଶ ମଲିକ ଧନ୍ୟବାଦ ପ୍ରଦାନ କରିଥିଲେ ।
Report- K Swain, Jenapur