ଭୋଗରାଇ,୧୨/୦୮/୨୦୨୦ (ସନ୍ଧାନ ନିଉଜ) ଭୋଗରାଇ -ଜଳେଶ୍ବର ଚନ୍ଦନେଶ୍ବର ୫୭ନମ୍ବର ରାଜ୍ଯ ରାଜପଥର ବାଣୀଦା ଛକରେ ଛିଡା ହୋଇଥିବା ଏକ ଡମ୍ଫରକୁ ପଛପଟୁ ପିଟି ହେଲା ମଟର ସାଇକେଲ । ମଟର ସାଇକେଲରେ ବସିଥିବା ଶ୍ବଶୁର ପ୍ରଶାନ୍ତ ସାହୁ ଘଟଣା ସ୍ଥଳରେ ଗୁରୁତର ଅବସ୍ଥା ରେ ତାଙ୍କୁ ସ୍ଥାନୀୟ ଅଂଚଳ ବାସୀ ମାନଙ୍କ ସାହାଯ୍ୟ ରେ ଜଳେଶ୍ୱର ଜିକେ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲା ବେଳେ ବାଇକ ଚାଳକ ଜ୍ବାଇଁ ନିରୋଜ କୁମାର ଦେଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ଉଭୟଙ୍କ ଘର ଭୋଗରାଇ ଥାନା ଅନ୍ତର୍ଗତ ଭୋଗରାଇ ଗ୍ରାମରେ ବୋଲି ପ୍ରାଥମିକ ସୂଚନା ରୁ ଜଣା ପଡିଛି ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଏବଂ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି | Report- Lingaraj Panda




