ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ମହିଳାଙ୍କ ଜୀବନ ଗଲା

Spread the love

ଭଦ୍ରକ, ୦୮.୦୨.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣେ ମୃତ ଏବଂ ଜଣେ ଗୁରୁତର।ଚାନ୍ଦବାଲି ରାଜ୍ୟ ରାଜପଥ ସରକାର ନଗର ନିକଟରେ ହାଇଓ୍ବା ପଛପଟୁ ପିଟିଲା ସ୍କୁଟି।ଭଦ୍ରକ ଡାକ୍ତରଖାନାରେ ଗୁରୁତରଙ୍କୁ ଭର୍ତ୍ତି କରାଯାଇଛି। ହେଲେ ଭଦ୍ରକ ବାସୁଦେବପୁର ଅଞ୍ଚଳରେ ମୃତ ମହିଳାଙ୍କ ଘର। ମିଳିଥିବା ସୂଚନା ମୁତାବକ, ସ୍କୁଟିରେ ୨ ଜଣ ଯାଉଥିଲେ। ଦ୍ରୁତଗତିରେ ଆସୁଥିବା ହାଇଓ୍ବା ପଛପଟୁ ସ୍କୁଟି ବାଡେଇଥିଲା। ଘଟଣାସ୍ଥଳରେ ବାଇକ ଆରୋହୀ ଗୁରୁତର ହୋଇଥିବା ବେଳେ ସ୍କୁଟି ପଛରେ ବସିଥିବା ମହିଳାଙ୍କ ମୃତ୍ୟୁ ହୋଇଛି। ଏ ନେଇ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକେ ଭଦ୍ରକ-ଚାନ୍ଦବାଲି ରାଜପଥକୁ ଅବରୋଧ କରିଥିଲେ। ଫଳରେ ଉଭୟପଟୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଭଦ୍ରକ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।

Related Posts

About The Author

Add Comment