ମମିତା ମେହେର ହତ୍ୟା ମାମଲା:ଦାୟିତ୍ୱରେ ଅବହେଳା କାରଣୁ ସସ୍‌ପେଣ୍ଡ ହେଲେ କେ.ଗାଁ ଥାନା ପୋଲିସ୍ ଅଧିକାରୀ

Spread the love
ଭୁବନେଶ୍ୱର, ୨୧/୧୦ (ସନ୍ଧାନ ନିଉଜ) ମମିତା ମେହେର ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯାହାଫଳରେ କେ.ଗାଁ ଥାନା ପୋଲିସ୍ ଅଧିକାରୀ ଡ଼ମୁ ପରିଜା ସସ୍‌ପେଣ୍ଡ ହୋଇଛନ୍ତି । ତାଙ୍କ ଦାୟିତ୍ୱରେ ଅବହେଳା ପାଇଁ ଥାନା ଅଧିକାରୀ ସସପେଣ୍ଡ ହୋଇଛନ୍ତି ।

ଏନେଇ ସୁଚନା ଦେଇଛନ୍ତି କଳାହାଣ୍ଡି ଏସପି ଶ୍ରବଣ ବିବେକ । ମମିତା ନିଖୋଜ ହେବା ଘଟଣାରେ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପତ୍ର ନରଖିବା କାରଣରୁ ତାଙ୍କୁ ସସ୍‌ପେଣ୍ଡ କରାଯାଇଛି । ସେପଟେ ଓଡ଼ିଶା ହାଇକୋର୍ଟରେ ପହଁଚିଲା ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା।

ଘଟଣାରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ମାମଲା ରୁଜୁ କଲା ଭାରତୀୟ ବିକାଶ ପରିଷଦ। ସିବିଆଇ କିମ୍ବା ଅନ୍ୟ କୌଣସି ସ୍ୱାଧିନ ତଦନ୍ତ କାରୀ ସଂସ୍ଥା ଦ୍ୱାରା ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତକଙ୍କତ ପରିବାରକୁ ୫୦ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବାକୁ ଦାବି ହୋଇଛି।

Related Posts

About The Author

Add Comment