ମମିତା ମେହେର ଘଟଣା, ସିବିଆଇ ତଦନ୍ତ ଦାବିରେ ଆସନ୍ତାକାଲି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା

Spread the love
କଳାହାଣ୍ଡି, ୧୯/୧୦/୨୦୨୧ (ସନ୍ଧାନ ନିଉଜ) : ଆସନ୍ତାକାଲି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି । ମହାଲିଙ୍ଗ ସନ୍‌ସାଇନ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା । କାର୍ଯ୍ୟାନୁଷ୍ଠାନ ଦାବିରେ ଆସନ୍ତାକାଲି କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । କଳାହାଣ୍ଡି ଜିଲ୍ଲା ବିଜେପି ଶାଖା ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।  ସେହିପରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି କଳାହାଣ୍ଡି ଜିଲ୍ଲା ବିଜେପି ଶାଖା । ସିବିଆଇ ତଦନ୍ତ କରି ଦୋଷୀଙ୍କୁ ଧରିବା ପାଇଂ ବିଜେପି ପକ୍ଷରୁ ଦାବି କରାଯାଇଛି । ମମିତା ମେହେର ମାମଲାରେ ବଢ଼ିଲା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ। ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମହାଲିଙ୍ଗ ସନ୍ସାଇନ୍ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଆଜି ଧରା ପଡ଼ିବା ପୂର୍ବରୁ ଦୁଇ ଦିନ ତଳେ ପୋଲିସ୍ ବାରାକରୁ ଚଂପଟ୍ ମାରିବା ଓ ମନ୍ତ୍ରୀଙ୍କ ସହ ତାଙ୍କ ନିବିଡ଼ତା ପଦାକୁ ଆସିବା ପରେ କ୍ୟାପଟେନଙ୍କ ଇସ୍ତଫା ଦାବିକୁ ଜୋରଦାର୍ କରିଛନ୍ତି ବିରୋଧୀ। ଏପରିକି ମନ୍ତ୍ରୀଙ୍କ ଘରକୁ ଅଣ୍ଡା ମାଡ଼ କରିଛି ଛାତ୍ର କଂଗ୍ରେସ୍ । ବିଧାୟକ ସନ୍ତୋଷ ସିଂ ସାଲୁଜା ଗୋବିନ୍ଦଙ୍କୁ ଓଡ଼ିଶାର ରାମ୍ ରହିମ୍ ବୋଲି କହିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।

Related Posts

About The Author

Add Comment