ମନ ମାନିଲା ନାଇଁ: ମୁଖ୍ୟମନ୍ତ୍ରୀ ଉଦଘାଟନ ଓ ଶିଳାନ୍ୟାସ କରିଥିବା ପ୍ରକଳ୍ପକୁୁ ଦ୍ୱିତୀୟବାର ଉଦଘାଟନ କଲେ ବିଧାୟକ

Spread the love

ଚଣ୍ଡିଖୋଲ,୧୦/୩, (ସନ୍ଧାନ ନିୟୁଜ)-ଦୀର୍ଘ ବର୍ଷ ଧରି ବାଇଶି ମୌଜା ଗେଙ୍ଗୁଟି ନଦୀ ଉପରେ ସେତୁ ନିର୍ମାଣ ପାଇଁ ପ୍ରାୟସ ଜାରି ରହିବା ପରେ ୨୦୧୯ ମସିହାରେ ଏହା ସମ୍ପୁର୍ଣ୍ଣ ହୋଇଛି । ୧୯୮୫ ମସିହାରେ ଏହି ସେତୁ ନିାର୍ମଣ କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଭିତିପ୍ରସ୍ଥର ସ୍ଥାପନ କରିଥିଲେ । ଏହାପରେ ୧୯୯୨ ମସିହାରେ ପୂର୍ତ ବିଭାଗର ମନ୍ତ୍ରୀ ନଳୀନୀକାନ୍ତ ମହାନ୍ତି ଏକ ଭବ୍ୟ ସମାରୋହ କରି ଏହି ସେତୁର ଦ୍ୱିତୀୟବାର ଭୀତିପ୍ରସ୍ଥର ସ୍ତାପନ କରିବା ସହ ନିର୍ମାଣ ପାଇଁ ୨ କୋଟି ଟଙ୍କା ବ୍ୟୟ ବରାଦ ରଖିଥିଲେ । ୨୭ ବର୍ଷ ପରେ ଏହି ସେତୁର ନିର୍ମାଣ ପାଇଁ ରାଜ୍ୟ ରାଜ୍ୟ କୋଷରୁ ପ୍ରାୟ ୨୭କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ବରାଦରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏହି ସେତୁର ଶୁଭ ଉଦଘାଟନ ପାଇଁ ମାର୍ଚ୍ଚ ୨ ତାରିଖ ଚଣ୍ଡିଖୋଲସ୍ଥିତ ସୁଙ୍ଗୁଡା ଖେଳ ପଡିଆଠାରେ ସରକାରୀ ସ୍ତରରେ ଏହାର କାର୍ଯ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର କମଳରେ ହୋଇଯାଇଥିଲା । ଏଠାରେ ଏହି ଅବସରରେ ଆୟୋଜିତ ସଭାକୁ ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ରଖିଥିବା ବେଳେ ସ୍ଥାନୀୟ ବିଧାୟକ ଶ୍ରୀ ଶତପଥିଙ୍କ ଆଡକୁ ଅନେଇ ନଥିଲେ । କିମ୍ବା ତାଙ୍କ ନାମ ଧରି ନଥିଲେ ସଭା ସ୍ଥଳ ନିକଟରେ ଲଗାଯାଇଥିବା ଫଳକରେ କେବଳ ମୁଖ୍ୟମନ୍ତ୍ରୀଙ୍କ ନାମ ଥିବା ଦେଖାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଏଭଳୀ କାର୍ଯ୍ୟକୁ ବିଧାୟକ ସହଜରେ ଗ୍ରହଣ କରିପାରି ନଥିଲେ । ଗତ ଶୁକ୍ରବାର ଦିନ ସେତୁର ଉଭୟ ପଟରେ ବିଧାୟକ ତାଙ୍କ ନାମସହ ଜିଲ୍ଲା ପରିଷଦ ସଭ୍ୟ, ରାଧାଦେଇପୁର ଓ ଅରଖପୁର ଗ୍ରାମ ପଂଚାୟତର ସରପଂଚ ସମିତିସଭ୍ୟଙ୍କ ନାମ ଉଲ୍ଲେଖ ଥାଇ ଆଉଥରେ ଉଦଘାଟନ କରାଯାଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମ ସମୟରେ ବିଭାଗୀୟ କୌଣସି ଅଧିକାରୀ ଉପସ୍ଥିତ ନଥିଲେ । ସେହିପରି ସୋଲର ଠାରୁ ଉପୁଳା ଗ୍ରାମ ଉନ୍ନୟନ ରାସ୍ତା, ବନ୍ଦାଳୋ-ଏଣ୍ଡରପଦା ରାସ୍ତା, ଭୁଲୁକା-ଅରେଇକଣା ରାସ୍ତା, ଶାସନପୁରୁଷୋତମପୁର-ଖୋସାଲିପୁର ରାସ୍ତାକୁ ନିଜେ ଫଳକ ଲଗାଇ ଦ୍ୱତୀୟବାର ବିଧାୟକ ବାହାବା ନେବାକୁ ଉଦ୍ୟମ କରୁଛନ୍ତି । ଏଭଳି କାର୍ଯ୍ୟ କରିବା ପଛରେ ରହସ୍ୟ କଣ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ ନା ଶସ୍ତା ରାଜନୀତି ତାହା ସାଧାରଣରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

Report- P jena

 

Related Posts

About The Author

Add Comment