ଚାନ୍ଦବାଲି (ସନ୍ଧାନ ନିୟୁଜ):ସୁପ୍ତ ହୋଇଗଲାଣି ଚୋରା କୋଇଲା ଧରିବା ପ୍ରସଙ୍ଗ । ତେଣୁ ମନ୍ତେଇ ନଦୀକୂଳରେ ନୂଆ କୋଇଲା ଖଣି ସୃଷ୍ଟି ହେବାରେ ଲାଗିଛି । ଚଳନ୍ତା ଗାଡିରୁ କୋଇଲା ଲୁଟ୍ ଏକ ନିତିଦିନିଆ ଧନ୍ଦା ହେଲାଣି । ଏହାକୁ କେତେଜଣ ବେଉଷା କଲେଣି । ଏଣୁ ଧାମରା ବନ୍ଦର ରେଳପଥ ଇଲାକାରେ କିଛି କୋଇଲା କଢାଳି ଲକ୍ଷପତି ହେଲେଣି । ଚାକିରି କରିବା ଲାଳସା ଛାଡି କୋଇଲା ଚୋରିକୁ ବେପାରରେ ପରିଣତ କରୁଛନ୍ତି ବେକାରୀ ଯୁବକ । ଚୋରି କୋଇଲାକୁ ନେଇ ନିଜ ବାଡିରେ କୋଇଲା ଡିପୋ କଲେଣି । କେବଳ ଡିପୋ ନୁହେଁ ଲୁହା ପଥର ଖଣି ଭଳି ନିଜ ବାଡି,ନଦୀ କୂଳ ଓ ପଦାରେ ଖଣି ଖୋଳି କୋଇଲାକୁ ପୋତି ରଖିଛନ୍ତି । ନୂଆ ନୂଆ କେଇଲା ଖଣି ତିଆରି ହେଲାଣି । ୨୦୧୪ ରେ ଏହି କୋଇଲା ଖଣିକୁ ଠାବ କରି ତକôାଳିନ ବାଶଁଡା ଥାନାଧିକାରୀ ୩ ଦିନ
ମଧ୍ୟରେ ୩ ହଜାର ମେଟ୍ରିକ ଟନ କୋଇଲା ଉଦ୍ଧାର କରିଥିଲେ । ୪ ବର୍ଷ ପରେ ପୁଣି କୋଇଲା ଖଣି ସଂଖ୍ୟା ବୃଦ୍ଧି
ପାଇଛି । ଏହି କୋଇଲା ଡିପୋ ଓ ଖଣିକୁ ଦେଖାଇ ବେପାରିଙ୍କ ଠାରୁ ଆଗୁଆ ଅଗ୍ରିମ ଟଙ୍କା ଆଣୁଛନ୍ତି ଡିପୋ ମାଲିକ । ଭାଦ୍ରବ ନିଗିଡା ପରେ ସରିଛି ବର୍ଷା ଋତୁ । କୋଇଳା ବେପାରିଙ୍କ ଆସିଛି ବେପାର ବେଳା । ୩୫ ଚେରା କୋଇଲା ବେପାରୀ ପୂରା ପ୍ରସ୍ତୁତ ବୋଲି କୁହାଯାଉଛି । ବାଁଉଶ ଥାନା ଇଲାକାରେ ୧୬ ପଂଚାୟତ,ଧାମରା ସାମୁଦ୍ରିକ ଥାନା ଅଧିନରେ ଗୋଟିଏ ପଂଚାୟତ ଅଛି । ଏହିପରି ମୋଟ ୧୭ ପଂଚାୟତରେ ପ୍ରାୟ ୩୫ ଜଣ ଚୋରା କୋଇଲା ବେପାରୀ ବେପାର କରୁଛନ୍ତି । ଏମାନେ ମାସିକିଆ ଚାନ୍ଦାରେ ବେପାର କରୁଥିବା ଆଲୋଚନା ହେଉଛି । ଗାଡି ପିଛା ମାସକୁ ୨୦ ହଜାର ଟଙ୍କା ହାତଗୁଞା ଦେଉଛନ୍ତି । ଏହି ଚେରା କାରବାରକୁ ଠିକରୂପେ ଚଳାଇବାକୁ ଲୋକାଲ ଗୁଣ୍ଡା ପୋଷା ହୋଇଛନ୍ତି । ଏମାନେ ରାତିରେ ଗାଡି ପାରକରି ଦେବାକୁ ବେପାରୀ ସହିତ ମୂଲଚାଲ କରିଛନ୍ତି ।ଗାଡି ପିଛା ପ୍ରତି ରାତିକୁ ଏମାନେ ୫୦୦ ଟଙ୍କା ନେବାକୁ ଅଲିଖିତ ରାଜିନାମା ହୋଇଛି । ଅଫିସିଆଲି ପ୍ରୋବ୍ଲେମ୍ ପାଇଁ ତିନି ରାଜନେତା ଦାୟିତ୍ୱ ତୁଲାଇବାକୁ ଭିତିରି କଥା ଦେଇଛନ୍ତି । ଏହି ୧୭ ପଂଚାୟତରେ ମୋଟ ୧୭୯ଟି ଗାଁ ଅଛି । ଏଥିରୁ ପ୍ରାୟ ୧୦୦ଟି ଗାଁର କିଛି ଲୋକ ଏହି । କୋଇଲା ବେପାରରେ ଲାଗି ପଡିଛନ୍ତି । ବର୍ଷକୁ ୮ ମାସ ଏହି ଧନ୍ଦା କରି ପେଟ ପୋଷୁଛନ୍ତି । ଚଳନ୍ତା ରେଳ ଗାଡିରୁ କୋଇଲା ଲୁଟ୍ କରିବାରେ ସପରିବାର ଭାଗ ନେଉଛନ୍ତି । ଆଉ କେତେକ ସ୍ଥାନରେ ବନ୍ଧୁ ବାନ୍ଧବଙ୍କୁ ଡାକି ରୋଜଗାର କରିବା ଶିଖାଉଛନ୍ତି । ଏହି କୋଇଲା କାଢିବା ସମୟରେ ୩ ବର୍ଷ ମଧ୍ୟରେ ଅକାଳରେ ୧୦ ଜଣଙ୍କର ଜୀବନ ଯାଇଛି । ଏମାନଙ୍କୁ ମଧ୍ୟ ବାଧ୍ୟରେ କ୍ଷତି ପୂରଣ ଦିଆଯାଉଛି । ନଚେତ ମୃତକଙ୍କ ପରିବାର ରେଳ ପଥରେ ଧାରରା ଦେଉଥିବାର ନଜର ରହିଛି । ପ୍ରତି ବର୍ଷ ନଭେମ୍ବର ଜୁନ ମାସ ଯାଏଁ ଏହି ବେପାର ଚାଲୁଛି । ୩୫ ଚୋରା ବେପାରୀ ମାସକୁ ଜଣକରି ୨୦ ହଜାର ଟଙ୍କା ଦେଉଛନ୍ତି । ଏହି ମୋଟ ୭ ଲକ୍ଷ ଟଙ୍କା ଦୁଇଜଣ ରାଜନେତାଙ୍କ ହାତକୁ ଆସୁଛି । ଏମାନେ କାହାକୁ କେକେ ଦେଉଛନ୍ତି ତାହା ସେମାନଙ୍କୁ ଜଣା । ନିଜେ ମଧ୍ୟ ଏହି ଟଙ୍କାରେ ଭାଗିଦରା ହେବାର ଶୁଣାଯାଉଛି । କୋଇଲା ଚୋରୀ କେସରେ କେହି ଥାନାକୁ ଗରେ ଏମାନେ ମଧ୍ୟସ୍ତ ହେବାର ଉଦାହରଣ ଅଛି । ଏହି ଘଟଣା ମୂଲଚାଲ ହୋଇ ନପାରିଲେ ଥାନାରେ ମୋକଦ୍ଦମା କରାଯାଏ । ଏମାନଙ୍କୁ ଜେଲରୁ ବେଲ୍ ଆଣିବା ପାଇଁ ଜନୈକ ନେତା ପୂରା ଦମରେ ଲାଗିପଡନ୍ତି । ଏଥିରେ ତାଙ୍କର କି ଲାଭ ଥାଏ ତାହା ଗହନ ପାଠ । ରେଳପଥ ପାଶ୍ୱର୍ରେ ୫ ମାସ ଧରି କୋଇଲା ଡିପୋ କରାଯାଉଛି । ରାତିରେ ଏହି ଡିପୋକୁ ଜଗିବା ପାଇଁ ପାଳିକରି ଜଗୁଆଳି ନିଯୁକ୍ତି କରାଯାଉଛି । ଏହି ଧାମରା ଇଲାକାରେ ଜଣେ ମାଛ ବେପାରୀ ମାଛ ଗାଡିରେ କୋଇଲା ଚୋରା ଚାଲାଣ କରୁଛନ୍ତି । ସେ କରଞ୍ଜମାଳର ମୁନିପଦାରେ ନାମକୁ ମାତ୍ର ମାଛ ଅଡର କରିଛନ୍ତି । ବିଶ୍ୱକର୍ମା ପୂଜାରେ କିଛି କୋଇଲା କଢାଳିଙ୍କୁ ସେ ନିମନ୍ତ୍ରଣ କରିଥିଲେ । ଦୁର୍ଗା ପୂଜା,ଦୀପାବଳି ଭେଟି ଏମାନଙ୍କୁ ସେ ଦେଇସାରିଛନ୍ତି । ଗତ ବର୍ଷ ପରି ଏବର୍ଷ ବେପାର ଭଲରେ କରିବାକୁ ଗୁରୁମନ୍ତ୍ର ଦେଇଛନ୍ତି । ନୂଆ ତାଲିକାରେ ବେପାର କରିବାକୁ ସେ ଏମାନଙ୍କୁ ପରାମର୍ଶ ଦେଇଥିବା ଜଣେ କୋଇଲା କଢାଳି କହିଛନ୍ତି । ସେହିପରି ଏହି ଚୋରା ବେପାର କରି କିଛି ପାନ ଦୋକାନୀ,ପରିବା ଦୋକାନୀ,ଅର୍ଦ୍ଧ ଶିକ୍ଷିତ ବେକାରୀ ମାଲାମାଲ ହେଉଛନ୍ତି । ଆହୁରି କେତେତଣ ନିଜର କୈାଳିକ ବୃତିକୁ ଭୂଲି ଏହି ଚୋରୀ ବୃତିକୁ ଆଦରୀ ନେଉଛନ୍ତି । ଚୋରା କୋଇଲା ଭର୍ତି ଗାଡିକୁ ଅନେକ ସମୟରେ ଅଟକା ଯାଉଛି । ଏଥିପାଇଁ ଅଟକକରୀ ବେପାରୀ ମୁହାମୁହିଁ ହେଉଛନ୍ତି । କିନ୍ତୁ ଅତି ଚତୁରତାର ସହିତ ଅତିତରେ ବେପାରୀ ଖସି ଯାଇଛି । ଅଟକକରୀଙ୍କ ନାଁରେ ଓଲଟି ଚାନ୍ଦା ଆଦାୟ ଅଭିଯୋଗରେ ମୋକଦ୍ଦମା କରିବାକୁ ଧମକ ଦିଆଯାଇଛି । ଯାହାକି ଚୋରା ବେପାରୀ ମାନଙ୍କୁ ଏହି ପ୍ରକି୍ରୟା ଖୁବ ସୁହାଉଛି । କିଛି ରାଜନେତା,ଲୋକାଲ ଗୁଣ୍ଡା ଅସାଧୁ ପୁଲିସଙ୍କ ସହାୟତାରେ ଚାଲିଛି ଏହି ବେପାର । ବଡ ଗୁରୁତ୍ୱପୂର୍ଣ କଥା ହେଲା ଏହି ୩୫ ଜଣ ଚୋରା ବେପାରୀଙ୍କ ନାଁରେ ମୋକଦ୍ଦମା ହୋଇଛି କି ନାହିଁ କାଗଜ ପତ୍ର ଲେଖାରେ ଜଣାପଡିବ । ଏହି ବେପାରୀମାନେ ବିଭିନ୍ନ ରାଜନୈତିକ ଦଳର ଛତା ତଳେ ଛିଡାହେଉଛନ୍ତି,ଏଣୁ ବୋଧ ହୁଏ ଏମାନେ ବଡ ସାହାସର ସହିତ ବେପାର କରିପାରୁଛନ୍ତି ।ଏହି ପ୍ରକି୍ରୟା ଆଉ କେତେ ଦିନ ଲାଗିରହୁଛି ତାହା ଉପରେ ରହିଛି ନଜର ।
ମନ୍ତେଇ ନଦୀ କୂଳ ଚୋରା କୋଇଲା ମାଫିଆଙ୍କ ଭୂସ୍ୱର୍ଗ ସେମାନଙ୍କୁ ସହାୟତା ଦେଉଛନ୍ତି କିଛି ନେତା ଓ ତଳିଆ ପୁଲିସ
|
October 17, 2019 |
