ମନୋମୁଖୀ ନିର୍ମାଣ ଓ ଦୁର୍ନିତି ପାଇଁ ଚଣ୍ଡୀଖୋଲ-ଡୁବୁରୀ ରାସ୍ତା ନଦୀରେ ପରିଣତ ହେଲା

Spread the love

ଯାଜପୁର, ୧୫/୦୯/୨୦୨୧ (ସନ୍ଧାନ ନିଉଜ) : ଚଣ୍ଡୀଖୋଲ-ଡୁବୁରୀ ଜାତୀୟ ରାଜପଥ ନିର୍ମାଣକାରୀ ଠିକା ସଂସ୍ଥା ରାସ୍ତା ନିର୍ମାଣ ନାମରେ ମନୋମୁଖୀ କାର୍ଯ୍ୟ ଏବଂ ଦୁର୍ନିତି ସମସ୍ତ ସୀମା ଅତିକ୍ରମ କରିଛି । ନିର୍ମାଣ ଶୈଳୀରେ ତ୍ରୁଟି ପାଇଁ ମଙ୍ଗଳବାର ଏହି ରାସ୍ତା ଚଣ୍ଡୀଖୋଲ କଲେଜଛକରେ ନଦୀରେ ପରିଣତ ହୋଇଛି । ଯାହା କି ବିଗତ ୫୦ ବର୍ଷ ଭିତରେ କେବେ ଦେଖା ଯାଇ ନଥିଲା । ଏଥିପାଇଁ ଜାତୀୟ ରାଜପଥ ଏହି ସ୍ଥାନରେ ଦୀର୍ଘ ସମୟ ଯାତାୟତ ସମ୍ବବ ହୋଇ ନଥିବା ବେଳେ ଗାଡି ଗୁଡିକ ଭିନ୍ନ ରାସ୍ତାରେ ଯିବାକୁ ପଡିଥିଲା । ଏଥିନେଇ ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଘୋର ଉଦବେଗ ପ୍ରକାଶ ସହ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଚଣ୍ଡୀଖୋଲ ନିକଟରେ ଥିବା କଳେଜ ଛକ ନିକଟରେ ରାସ୍ତା ନିର୍ମାଣ ଆଳରେ ରାସ୍ତାରେ ଥିବା ଜଳ ନିଷ୍କାସନ ଡ୍ରେନକୁ ଠିକା ସଂସ୍ଥା ବନ୍ଦ କରିଦେବା ଫଳରେ ରାସ୍ତାରେ ଏଭଳି ଦୟନୀୟ ଏବଂ ଭୟାନକ ଅବସ୍ଥା ସୃଷ୍ଟି ହୋଇଥିଲା । ରାସ୍ତା ଉପରେ ନଦୀ ପରି ପାଣି ଚାଲିଥିବା ବେଳେ ଯାତ୍ରୀ ମାନେ ଭୟଭୀତ ହୋଇ ଏହି ରାସ୍ତାରେ ଯାଉ ନଥିଲେ । ଏପରିକି ମଧ୍ୟରାତ୍ରରୁ ଗୋଟିଏ ଯାତ୍ରୀବାହୀ ବସ ରାସ୍ତାର ଏହି ଅଂଶରେ ଗୋଟିଏ ବଡ ଖାଲରେ ପଡି ଯାଇ ଅଟକି ରହିଥିଲା । ପରେ ମ୍ୟାସିନ ସାହାର୍ଯ୍ୟରେ ଏହି ବସକୁ ଉଠା ଯାଇଥିଲା । ହେଲେ ରାସ୍ତାରେ ଏହି ଅଂଶରେ ବିରାଟ ଖାଲ ହୋଇ ଯାଇଛି । ଫଳରେ ରାସ୍ତା ନିର୍ମାଣ କେତେ ମଝବୁତ ହୋଇଛି ଏଥିରୁ ଜଣା ପଡୁଛି । ରାସ୍ତାର ଏହି ଅଂଶଟି ଚଣ୍ଡୀଖୋଲ କଲେଜ, ବହୁ ଶିକ୍ଷାନୁଷ୍ଠାନ, ପର୍ଯ୍ୟଟନ ସ୍ଥଳ ଚଣ୍ଡୀ ମନ୍ଦିର ଏବଂ ମହାବିନାୟକକୁ ସଂଯୋଗ କରୁଛି । ଏହି ରାସ୍ତା ଦେଇ ଶତାଧିକ ଗ୍ରାମର ଲୋକେ ମଧ୍ୟ ନିଜ ଗାଁ କୁ ଯାଇଥାନ୍ତି । ଆଜି ଦିନ ତମାମ ଏହି ଯାତ୍ରୀମାନେ ରାସ୍ତାରେ ଯାତାୟତ କରିନପାରି ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଛନ୍ତି । ଅପର ପକ୍ଷରେ ଏହି ଠିକା ସଂସ୍ଥା ରାସ୍ତା ନିର୍ମାଣ ହାତକୁ ନେବା ଦିନରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିବା ନେଇ ବିଭିନ୍ନ ସମୟରେ ଜନଅସନ୍ତାଷ ପ୍ରକାଶ ପାଉଛି । ହେଲେ ଜାତୀୟ ରାଜପଥ ପ୍ରାଧିକରଣ ଏଠାରେ ରକ୍ଷକ ହୋଇ ଭକ୍ଷକ ସାଜିଥିବାରୁ ଅଦ୍ୟାବଧି ଠିକା ସଂସ୍ଥାର ମନୋମୁଖୀ କାର୍ଯ୍ୟ ଏବଂ ଦୁର୍ନିତି ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାର ଅଭିଯୋଗ କରି ସତୀଶ ବିଶ୍ୱାଳ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ପୂର୍ବରୁ ଜାତୀୟ ରାଜପଥରେ ନିର୍ମାଣ ହେଉଥିବା ଏକ ପୋଲ ଭୁଷୁଡିବା ନିମ୍ନ ମାନ କାର୍ଯ୍ୟର ସଂକେତ ହୋଇଥିବା ବେଳେ କେତେଜଣ କର୍ମଚାରୀଙ୍କୁ ଏହି ଘଟଣାରେ ସସପେଣ୍ଡ କରାଯାଇ ଠିକା ସଂସ୍ଥାକୁ ସୁରକ୍ଷା ଦିଆ ଯାଇଛି । ସେହିପରି ଏହି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନିତି ନେଇ ହୋଇଥିବା ବହୁ ଅଭିଯୋଗ ନେଇ ଜାତୀୟ ରାଜପଥ ପ୍ରାଧିକରଣ ଚାପି ଦେଇଥିବାର ମଧ୍ୟ ସତୀଶ ଅଭିଯୋଗ କରିଛନ୍ତି ।

Related Posts

About The Author

Add Comment