ମନୀଷ ଅନୁରାଗ ହତ୍ୟା ମାମଲା, ବଦଳିଲେ ତମାଣ୍ଡୋ ଥାନା ଆଇଆଇସି

Spread the love
ଭୁବନେଶ୍ୱର 22/10/2021 (ସନ୍ଧାନ ନ୍ୟୁଜ) ବହୁଚର୍ଚ୍ଚିତ ନବୀନ ଦାସଙ୍କ ପୁଅ ମନୀଷା ଅନୁରାଗ ହତ୍ୟା ମାମଲା । ଏହି ମାମଲାରେ ତମାଣ୍ଡୋ ଥାନା ଆଇଆଇସି ବଦଳିଛନ୍ତି । ଥାନା ଆଇଆଇସିଙ୍କୁ ଡିସିପି ଅଫିସକୁ ଅଣାଯାଇଛି । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଏଥିସହିତ ବେଆଳନ ଭାବେ ସାଉଥ୍ ସିଟି ବାର୍ ଚାଲୁଥିବା ଓ କୋଭିଡ ନିୟମ ଉଲ୍ଲଂଘନ କରି ବାର ଚାଲିଥିଲା ବୋଲି ଡିସିପି କହିଛନ୍ତି ।

ତେବେ ଗତ କିଛି ସମୟ ପୂର୍ବରୁ କ୍ୟାପିଟାଲ ଥାନାର କନେଷ୍ଟବଳ ପ୍ରସନ୍ନ ବେହରା ମଧ୍ୟ ନିଲମ୍ବିତ ହୋଇଛନ୍ତି । ମନୀଷ ମୃତ୍ୟୁ ମାମଲାର ତଦନ୍ତ ଆଧାରରେ ଡିସିପି ନିଲମ୍ବିତ କରିଛନ୍ତି । ତେବେ ଭୁବନେଶ୍ୱର କମିଶନରେଟ ହାବିଲଦାର ଓ କନେଷ୍ଟବଳ ସଂଘର ସଭାପତି ହେଉଛନ୍ତି ପ୍ରସନ୍ନ ।

ସୂଚନା ଅନୁସାରେ ଗତ କିଛି ଦିନ ପୂର୍ବରୁ ସାମ୍ବାଦି ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତଦେହ ଏକ ପୋଖରୀରୁ ଠାବ କରାଯାଇଥିଲା । ଏହାପରେ ଏହା ମୃତ୍ୟୁ ନା ହତ୍ୟା ତାକୁ ନେଇ ଛାନଭିନ ଆରମ୍ଭ ହୋଇଥିଲା । ପୋଲିସ ଏହି ଘଟଣାରେ ବିଭିନ୍ନ ଦିଗକୁ ଯାଞ୍ଚ କରିବା ପରେ ମନୀଷଙ୍କ ସାଙ୍ଗକୁ ଗିରଫ କରିଥିଲା ।

Related Posts

About The Author

Add Comment