ରାଉରକେଲା, ୧୯/୧୦ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ଗତ ୧୭ ତାରିଖରୁ ଦକ୍ଷିଣ ରାଉରକେଲା ଅନ୍ତର୍ଗତ ଲାଲଟାଙ୍କି ବିଜଲିବସା ଠାରେ ମା’ ମନଷାଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ, ଆଜି ବଳିପୂଜାର ଆୟୋଜନ କରାଯାଇଥିଲା । ମା’ ମନଷାଙ୍କ ପୂଜାରେ ପ୍ରତିଦିନ ସକାଳ ଓ ସଂଧ୍ୟାରେ ଶ୍ରଦ୍ଧାଳୁଙ୍କ ଜନସମାଗମ ହେଉଥିବା ବେଳେ, ମା’୍ଙ୍କ ଦର୍ଶନ କରି ଶ୍ରଦ୍ଧାଳୁ ମାନେ ଅପାର କରୁଣା ଲାଭ କରୁଛନ୍ତି । ଉକ୍ତ ପୂଜା ୩୦ ବର୍ଷ ହେଲା ଲାଲଟାଙ୍କି ଅଂଚଳରେ ହୋଇ ଆସୁଛି । ଏହି ପୂଜାର ଭସାଣି ଉତ୍ସବ ଆଗାମୀ ବୁଧବାର ଦିନ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।ଏହି ଦେବୀଙ୍କୁ ପୂଜା କଲେ ସାପ ଦାଉରୁ ରକ୍ଷା ମିଳିଥାଏ ବୋଲି ବହୁ ପୁରାଣ କାଳରୁ ବିଶ୍ୱାସ ରହି ଆସିଛି ବୋଲି କର୍ତା କୈବର୍ତ ଛୋଟରାୟ ପ୍ରକାଶ କରିଛନ୍ତି ।
ମନଷା ପୂଜାରେ ଉତ୍ସବ ମୁଖର ଲାଲଟାଙ୍କି
|
October 19, 2019 |
