ମନମୋହନଙ୍କ ବଡ଼ ବୟାନ: କହିଲେ ଓଡ଼ିଶାରେ ଏକାକି ଲଢିବ ବିଜେପି

Spread the love

ଭୁବନେଶ୍ୱବର,ସନ୍ଧାନ ନ୍ୟୁଜ: ହେବ ନାହିଁ ମେଣ୍ଟ ! ଦିଲ୍ଲୀରୁ ଫେରିବା ପରେ ବିଜେପି ସଭାପତି ମନମୋହନ ସାମଲଙ୍କର ବଡ଼ ବୟାନ । କହିଲେ, ଓଡ଼ିଶା ବିଜେପି ଏକାକି ଲଢିବ । ସେ ଆହୁରି କହିଛନ୍ତି, ଓଡ଼ିଶାର ଅସ୍ମିତା ନେଇ ନିର୍ବାଚନ ଲଢିବ ବିଜେପି । ରାଜ୍ୟରେ ଏକାକି ଲଢିବ ଏବଂ ସରକାର ଗଢିବ ବିଜେପି ବୋଲି ମନମୋହନ ସାମଲ କହିଛନ୍ତି ।ଆଜି ଗଣମାଧ୍ୟକୁ ସୂଚନା ଦେଇ ମନମୋହନ ସାମଲ କହିଛନ୍ତି, ମୁଁ ବାରମ୍ବାର କହି ଆସୁଛି ଓଡ଼ିଶା ବିଜେପି ସରକାର ଗଠନ କରିବ । ନହେଲେ ମୁଁ କହିଥାନ୍ତି ଆଉ କାହା ସହ ମିଶି ସରକାର ଗଠନ କରିବୁ । ତେବେ ସେ ସ୍ପଷ୍ଟ କରିଛନ୍ତି ଯେ, ଆଗାମୀ ଦିନରେ ବିଜେପି ରାଜ୍ୟରେ ଏକାକି ନିର୍ବାଚନ ଲଢିବ ଏବଂ ମେଣ୍ଟ ଚର୍ଚ୍ଚା ଉପରେ ବ୍ରେକ୍ ଲଗାଇଛନ୍ତି ।

Related Posts

About The Author

Add Comment