ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ମେଥି

Spread the love

୨୯/୧୧ (ସନ୍ଧାନ ନିଉଜ) : ପାଟିକୁ କଡା ଲାଗୁଥିଲେ ମଧ୍ୟ ଶରୀର ପାଇଁ ବେଶ୍‌ ଉକାରୀ ମେଥି। ଆୟୁର୍ବେଦ ଔଷଧ ପ୍ରସ୍ତୁତିରେ ମେଥିର ଆବଶ୍ୟକତା ଢେର୍‌ ଅଧିକ।

ମେଥିରେ ମ୍ୟାଗ୍ନେସିୟମ, ଆଇରନ, ଫସଫରସ ଥାଏମିନ୍‌, ଫଲିକ୍‌ ଏସିଡ୍‌ ଏବଂ ଭିଟାମିନ୍‌ ଏ ପ୍ରଚୁର ପରିମାଣରେ ଥାଏ।

ମେଥି ଖାଇଲେ ମୋଟାପଣ, କୋଷ୍ଠକାଠିନ୍ୟ, ହୃତପିଣ୍ଡ ସମ୍ପନ୍ଧୀୟ ରୋଗ, ମୁଣ୍ଡବିନ୍ଧା ଭଳି ସମସ୍ୟା ଦୂର ହେବ।

ମଧୁମେହ ଠାରୁ ଦୂରେଇ ରହିବା ପାଇଁ ଚାହୁଁଥିଲେ ପ୍ରତିଦିନ ଏକ ଚାମଚ ମେଥିଦାନା ପାଉଡର୍‌ ପାଣି ସହ ସେବନ କରନ୍ତୁ।

ଏହାବାଦ ଏକ ଚାମଚ ମେଥିକୁ ଗୋଟେ କପ ପାଣିରେ ରାତିସାରା ଭିଜାଇ ରଖନ୍ତୁ। ସକାଳୁ ଏହି ପାଣିକୁ ପିଅନ୍ତୁ। ଏହା ଦ୍ୱାରା ଓଜନ ମଧ୍ୟ ସନ୍ତୁଳିତ ରହିଥାଏ।

ସେହିପରି ପ୍ରତିଦିନ ମେଥି ପାଉଡର୍‌ ଏକ ଚାମଚ ଖାଇଲେ କୋଷ୍ଠକାଠିନ୍ୟ ଦୂର ହୁଏ।

ଗୋଟିଏ ଚାମଚ ଲେମ୍ବୁ ରସ, ମହୁ ସହ ମେଥି ଖାଇବା ଦ୍ୱାରା ଥଣ୍ଡା, ଜ୍ୱର, କାଶ ଏବଂ ଗଳାକଷ୍ଟରୁ ରକ୍ଷା ମିଳିଥାଏ।

Related Posts

About The Author

Add Comment