ଧର୍ମଶାଳା, ୨୧/୧୦ (ସନ୍ଧାନ ନିଉଜ) : ରସୁଲପୁର ବ୍ଲକ୍ ଅନ୍ତର୍ଗତ କଲଣସ୍ଥିତ ମଧୁପୁର ନୋଡାଲ ହାଇସ୍କୁଲରେ ସ୍ୱର୍ଗତ ଧରଣୀଧର ଖୁଂଟିଆ ସ୍ମୃତି ସଂସଦ ଆନୁକୁଲ୍ୟରେ ସାଇସେବକ ପୁରୁଷୋତମ ଖୁଂଟିଆଙ୍କ ତତ୍ୱାବଧାନରେ ଏକ ନିଃଶୁକ୍ଳ ସ୍ାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଅବସରପ୍ରାପ୍ତ ଜିଲ୍ଲା ସିଡିଏମ୍ଓ ଡ. ରମେଶ ଚନ୍ଦ୍ର ସାହୁ ଉଦ୍ଘାଟନ କରିଥିଲେ । ଅତିଥିଭାବେ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ଗ୍ରୁଫର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭୀଷ୍ମପ୍ରସାଦ ରଥ, ସୁଶାନ୍ତ କୁମାର ଆଚାର୍ଯ୍ୟ, ବର୍ଷୀୟାନ ସାଇସେବକ ତଥା ଶିକ୍ଷାବିତ୍ ବିଦ୍ୟାଧର ସାହୁ, ଜିଲ୍ଲା ସତ୍ୟସାଇ ସେବା ସଂଗଠନ ର ସଭାପତି ଆବାସ କୁମାର ମଜୁମ୍ଦାର, ରାଜ୍ୟ ସତ୍ୟସାଇ ସେବା ସଂଗଠନର ଟ୍ରଷ୍ଟ୍ ସଦସ୍ୟା ରଶ୍ମିରଞ୍ଜନ ରାୟ, ଚନ୍ଦନ କୁମାର ପରିଡା, ରଶ୍ମିରଞ୍ଜନ ସାହୁ, ପ୍ରମୁଖ ଯୋଗ ଦେଇଥିଲେ । ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଭୂମିକା ହସ୍ପିଟାଲ ଡ. ନିକୁଞ୍ଜ ବିହାରୀ ଦାଶ, ଡ. ଶ୍ୱେତାଙ୍କ ଦାସ, ଡ. ଆୟୁଶ କାନ୍ତ ଶତପଥି , ଡ. ଶୁଭଶ୍ରୀ ପ୍ରିୟଦର୍ଶିନୀ ଡ. ରାଜେନ୍ଦ୍ର ମେହେର, ଡ. ଶୁଭଙ୍କର ସାମଲ, ର୍ଡ. ବିକାଶ ନାୟକ, ଡ. ସୁମନ କଲ୍ୟାଣ ବେହେରା ପ୍ରମୁଖ ଯୋଗଦେଇ ୫୧୨ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟପରୀକ୍ଷା କରିବା ସହିତ ଆବଶ୍ୟକ ଔଷଧ ପ୍ରଦାନ କରିଥିଲେ । ସାଇସେବା ନିର୍ମଳ ଚନ୍ଦ୍ର ଖୁଂଟିଆ, ରମେଶ ଚନ୍ଦ୍ର ଖୁଂଟିଆ,ସମେତ ସତ୍ୟସାଇ ସେବା ସମିତି କଲଣର ସମସ୍ତ ଭାଇ ଭଉଣୀ ମାନେ ପ୍ରମୁଖ ଶିବିର ପରିଚାଳନା ରେ ସହାୟତା କରିଥିଲେ ।
ମଧୁପୁର ନୋଡାଲ ହାଇସ୍କୁଲରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର
|
October 21, 2019 |



