ମଦ ଦ୍ରବ୍ୟ ଟାଣେ ଧନ, ଧନ ସରିଗଲେ କରେ ଋଣ , ଶେଷରେ ହୋଇଯିବ ପରିବାର ସର୍ବଶାନ୍ତ

Spread the love

ସୁନ୍ଦରଗଡ଼ ତା:୨୧/୨/୨୦୨୬ ( ସନ୍ଧାନ ନ୍ୟୁଜ/ ଦୁର୍ଯ୍ୟୋଧନ ଗରଡ଼ିଆ)  ନିଶା ସଂପୃକ୍ତ ପ୍ରତ୍ୟେକ ଜିନିଷ ଏକ ଏପରି ଜହର ଅଟେ ଯାହାକୁ ପିଇ ଲୋକେ କେତେ ଯେ ଖରାପ ହେଉଛନ୍ତି  l ମଦ ପିଇବା ପାଇଁ ଘରୁ ଟଙ୍କା ସୁନା, ଅଳଙ୍କାର ଏପରି କି ଘରେ ଖାଇବାକୁ ଥିବା ଚାଉଳ କୁ ମଧ୍ୟ ନେଇ ବିକ୍ରି କରି ମଦ ପିଇ ନିଜର ଖରାପ କରିବା ସହିତ ନିଜର ପରିବାର କୁ ମଧ୍ୟ ଖରାପ କରିବାରେ ପଛେଇ ନାହାନ୍ତି l ମଦ ପିଇବା ଦ୍ୱାରା ସମାଜ ରେ ସମ୍ମାନ ମିଳୁନି l ପ୍ରଶାସନ ଯେତେ ଯେତେ ମଦ ନିବାରଣ କରିବା ପାଇଁ ଚେଷ୍ଟା କରୁଛନ୍ତି ସେତେ ସେତେ ବଢ଼ି ଚାଲିଛି ମଦ ବ୍ୟବସାୟ ଓ ମଦୁଆ l ବେଶୀ ପରିମାଣ ରେ ସ୍କୁଲ, କଲେଜ ର ଶିକ୍ଷକ ମାନେ ମଦ ପିଇ କାର୍ଯ୍ୟ କରୁଥିବା ସୂଚନା ରହିଛି   l ମଦ ଛଡା ବର୍ତ୍ତମାନ ଖଜୁରୀ ରସର ପ୍ରାଦୁର୍ଭାବ  ବ୍ୟବସାୟରେ ପରିଣତ ହେବାରେ ଲାଗିଛି । l ପୋଲିସ ତଥା ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ସଚେତନ  କରିଥିଲେ ମଧ୍ୟ ଲୋକେ ଦିନକୁ ଜାର ଜାର ମଦ ତଥା ଖଜୁରୀ ରସ ବିକ୍ରି କରି ଅଞ୍ଚଳ ର ବ୍ୟକ୍ତି ମାନଙ୍କର ଜୀବନ ନଷ୍ଟ କରି ଚାଲିଛନ୍ତି l ତଳସରା ଥାନା ଅନ୍ତର୍ଗତ  ବାଲିଶଙ୍କରା ବ୍ଲକ ର ତଲସରା ଗ୍ରାମ ପଞ୍ଚାୟତ ର ଟିକିଲି ପଡା, ରେଙ୍ଗାଲି, ଶାଗ ବାହାଲ ପଞ୍ଚାୟତ ର ମୂଷାକଟା, ବନଡେଗା ଗ୍ରାମ ପଞ୍ଚାୟତ ର ସରହାଜଂଘା, ଲୁଲୁକି ଦିହି ଗ୍ରାମ ପଞ୍ଚାୟତ ର ବ୍ରାହ୍ମଣି ବାହାଲ ଗ୍ରାମ ରେ ପ୍ରଚୁର ପରିମାଣ ରେ ଖଜୁରୀ ରସ ବିକ୍ରି କରୁଥିବା ଦେଖିବାକୁ ମିଳିଛି l ଏସବୁ କୁ  ଅତିଶୀଘ୍ର  ତାର ନିରାକରଣ ବ୍ୟବସ୍ଥା କରା ନ ଗଲେ ଆଗାମୀ ଯୁବ ପିଢ଼ି ସହିତ ଅନେକ ପରିବାର ସର୍ବହରା ହେବାର ଆଶଙ୍କା ଦେଖା ଦେଇଛି । ଅତି ଶୀଘ୍ର ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment